Advertisment

ଆଜିଠୁ ରାଜ୍ୟରେ କରୋନା କଟକଣା କୋହଳ; ହଟିଲା ସପ୍ତାହାନ୍ତ ସଟ୍‌ଡାଉନ୍‌, ରାତି ୧୦ ଯାଏ ଖୋଲା ରହିବ ଦୋକାନ

ଆଜିଠୁ ଲାଗୁ ହୋଇଛି ସେପ୍ଟେମ୍ବର ମାସ ପାଇଁ ରାଜ୍ୟ ସରକାର ଜାରି କରିଥିବା କୋଭିଡ୍ ଗାଇଡଲାଇନ୍। ସୁଧୁରୁଥିବା କରୋନା ସ୍ଥିତିକୁ ଦେଖି ରାଜ୍ୟ ସରକାର ଅଗଷ୍ଟ ଅପେକ୍ଷା ସେପ୍ଟେମ୍ବର ମାସରେ କଟକଣା କୋହଳ କରିଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Covid Unlock Guidelines For Sept

Covid Unlock Guidelines For Sept

ଭୁବନେଶ୍ୱର: ଆଜିଠୁ ଲାଗୁ ହୋଇଛି ସେପ୍ଟେମ୍ବର ମାସ ପାଇଁ ରାଜ୍ୟ ସରକାର ଜାରି କରିଥିବା କୋଭିଡ୍ ଗାଇଡଲାଇନ୍। ସୁଧୁରୁଥିବା କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଅଗଷ୍ଟ ମାସ ଅପେକ୍ଷା ସେପ୍ଟେମ୍ବର ମାସରେ କଟକଣା କୋହଳ କରିଛନ୍ତି। ରାଜଧାନୀ ଭୁବନେଶ୍ୱର, କଟକ ଓ ପୁରୀରେ ଲାଗୁ ଥିବା ସପ୍ତାହାନ୍ତ ସଟ୍‌ଡାଉନ୍‌କୁ ହଟାଇ ଦିଆଯାଇଛି। ଦୋକାନ ବଜାର ଖୋଲିବା ସମୟକୁ ବି ବଢା ଯାଇଛି। ଏଣିକି ସକାଳ ୫ଟାରୁ ରାତି ୧୦ଟା ଯାଏ ଦୋକାନ ବଜାର ଖୋଲା ରହିବ। ପୌରାଞ୍ଚଳରେ ରାତି ୧୦ରୁ ସକାଳ ୫ଟା ଯାଏ ନାଇଟ୍ କର୍ଫ୍ୟୁ ପୂର୍ବଭଳି ବଳବତ୍ତର ରହିବ। 

Advertisment

ବିବାହ, ବ୍ରତ ଓ ଶୁଦ୍ଧିକ୍ରିୟା ଉପରେ ଥିବା କଟକଣାକୁ ବି କୋହଳ କରାଯାଇଛି। ଏସବୁ କାର୍ଯ୍ୟରେ ଏବେ ୨୫୦ ଜଣ ସାମିଲ ହୋଇପାରିବେ। ତେବେ ପ୍ରୋସେସନରେ ବାଜା, ଲାଇଟ୍,ସାଉଣ୍ଡ ଓ ବରଯାତ୍ରୀଙ୍କୁ ମିଶାଇ ସର୍ବାଧିକ ୫୦ ଜଣ ଯାଇପାରିବେ। ଏଥିପାଇଁ ଅଧିକୃତ ଅଧୀକାରୀଙ୍କଠାରୁ ଲିଖିତ ଅନୁମତି ନେବାକୁ ପଡ଼ିବ। ସିନେମା ହଲ୍‌ ଓ ଅଡିଟୋରିୟମରେ କୋଭିଡ ଗାଇଡଲାଇନ୍ ଅନୁସାରେ ମିଟିଂର ‌ଆୟୋଜନ କରାଯାଇପାରିବ। ମ୍ୟୁଜିୟମ ଓ ପାଠାଗାର କୋଭିଡ଼ ନିୟମ ମାନି ଖୋଲାଯିବ।

ସିନେମା ହଲ୍ ଓ ମଲ୍ ପାଇଁ ଥିବା କଟକଣା ଆହୁରି କୋହଳ କରାଯାଇଛି। ସିଟିଂ କାପାସିଟି ଅନୁସାରେ ଦର୍ଶକ ସିନେମା ହଲ୍‌କୁ ଯାଇପାରିବେ। ସେହିପରି ମଲ୍ ଯିବା ଲାଗି ଭ୍ୟାକସିନ୍ ସାର୍ଟିଫିକେଟ୍ ଓ କୋଭିଡ୍ ନେଗେଟିଭ୍ ରିପୋର୍ଟ ଆବଶ୍ୟକ ହେବ ନାହିଁ। ହେଲେ କୋଭିଡ ନିୟମ ପାଳନ ଦାୟିତ୍ୱ ହଲ୍ ଓ ମଲ୍ ମାଲିକଙ୍କ ଉପରେ ରହିବ।

Advertisment

ଅନ୍ୟପକ୍ଷେ, ଆଜି ଭୁବନେଶ୍ୱର ମହାନଗର ନିଗମରେ ଦ୍ୱିତୀୟ ଦିନ ପାଇଁ ସେରୋ ସର୍ଭେ ହେବ। ଭୁବନେଶ୍ୱରର ୩ଟି ଜୋନ୍‌ରେ ୮, ୧୫, ୩୨, ୪୧ ଓ ୬୩ ନମ୍ବର ୱାର୍ଡରେ ସର୍ଭେ ହେଉଛି। ଏଥିପାଇଁ ୫ଟି ଟିମ୍ ଗଠନ ହୋଇଛି। ମୁଖ୍ୟତଃ ୧୮ ବର୍ଷ ବୟସ ପର୍ଯ୍ୟନ୍ତ ପିଲାଙ୍କୁ ଫୋକସ୍ କରାଯାଇଛି। ଅତି କମ୍‌ରେ ୨ଶହ ଜଣଙ୍କ ନମୁନା ସଂଗ୍ରହ କରାଯିବା ନେଇ ବିଏମ୍‌ସି ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ଗତକାଲିଠୁ ବିଏମ୍‌ସି ଅଞ୍ଚଳରେ ସେରୋ ସର୍ଭେ ଆରମ୍ଭ ହୋଇଛି।  

COVID19 Covid Guidelines Odisha
Advertisment
Advertisment