• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • MHAର ବିଶେଷଜ୍ଞଙ୍କୁ ନେଇ ଗଠିତ କମିଟିର ସତର୍କତା ଜାରି

  • PMOକୁ ରିପୋର୍ଟ ପ୍ରଦାନ କଲା ବିଶେଷଜ୍ଞ କମିଟି

  • ହସ୍ପିଟାଲ ଗୁଡିକରେ ଶିଶୁଙ୍କ ଚିକିତ୍ସା ଲାଗି ବ୍ୟବସ୍ଥା କରିବାକୁ ପରାମର୍ଶ

ନୂଆଦିଲ୍ଲୀ : ଅକ୍ଟୋବରରେ ଶିଖର ଛୁଇଁପାରେ କରୋନା ସଂକ୍ରମଣର ତୃତୀୟ ଲହର । ଗୃହ ମନ୍ତ୍ରାଳୟର ବିଶେଷଜ୍ଞଙ୍କୁ ନେଇ ଗଠିତ କମିଟି ବିଶେଷଜ୍ଞ କମିଟି କୋଭିଡର ତୃତୀୟ ଲହରୀ ପ୍ରସଙ୍ଗରେ ଚେତାବନୀ ଦେଇଛି । ଏହି ସମୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଅହେତୁକ ଭାବେ ବୃଦ୍ଧି ପାଇବାର ଆଶଙ୍କା ରହିଛି । ଏହାସହ ମୁଖ୍ୟତଃ ତୃତୀୟ ଲହରରେ ଶିଶୁମାନଙ୍କ ପ୍ରତି ଅଧିକ ବିପଦ ରହିଛି । କରୋନାର ତୃତୀୟ ଲହରରେ ଶିଶୁମାନେ ଅଧିକ ମାତ୍ରାରେ ଆକ୍ରାନ୍ତ ହୋଇପାରନ୍ତି । ତେବେ ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଏକ ରିପୋର୍ଟ ଦେଇଛି ବିଶେଷଜ୍ଞ କମିଟି ।

ନ୍ୟାସନାସ ଇନଷ୍ଟିଚ୍ୟୁଟ ଅଫ୍ ଡିଜାଷ୍ଟର ମ୍ୟାନେଜମେଣ୍ଟ (NIDM) ର ସ୍ୱତନ୍ତ୍ର ବିଶେଷଜ୍ଞଙ୍କୁ ନେଇ ଗଠିତ ହୋଇଛି ଏହି କମିଟି । ଏହାର ମୁକାବିଲା ଲାଗି ପ୍ରସ୍ତୁତ ରହିବାକୁ କହିଛି NIDM । ବର୍ତ୍ତମାନ ସୁଦ୍ଧା କୋଭିଡରେ ଶିଶୁ ଅଧିକ ମାତ୍ରାରେ ଆକ୍ରାନ୍ତ ହୋଇନଥିବାରୁ ଶିଶୁଙ୍କ ସୁରକ୍ଷା ପ୍ରତି ଅଧିକ ଗୁରୁତ୍ୱ ଦିଆଉଛି । ଦେଶର ଥିବା ହସ୍ପିଟାଲ ଗୁଡିକରେ ଶିଶୁଙ୍କ ଚିକିତ୍ସା ଲାଗି ଅଧିକ ସଂଖ୍ୟକ ଡାକ୍ତର, ନର୍ସ ଏବଂ ସପୋର୍ଟ ଷ୍ଟାଫ ପ୍ରସ୍ତୁତ ରହିବାକୁ ନିର୍ଦେଶ ଦେଇଛନ୍ତି । ସେହିପରି ଶିଶୁଙ୍କ ଶୀଘ୍ର ଟିକାକରଣକୁ ଗୁରୁତ୍ୱ ଦିଆଯାଇଛି । ବିଶେଷକରି ବହୁବିଧ ରୋଗରେ ଆକ୍ରାନ୍ତ ଶିଶୁଙ୍କ ଚିକିତ୍ସା ଲାଗି ସମସ୍ତ ମେଡିକାଲ ପ୍ରସ୍ତୁତ ରହିବାକୁ ପରାମର୍ଶ ଜାରି କରିଛି NIDM ।

ସେହିପରି NITI ଆୟୋଗ ସଦସ୍ୟ ଭି.କେ ପାଲଙ୍କ ନେତୃତ୍ୱରେ ଏକ ଗୋଷ୍ଠୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗତ ମାସରେ ସରକାରଙ୍କୁ ପରାମର୍ଶ ଦେଇଥିଲା । ଭବିଷ୍ୟତରେ କୋଭିଡ ୧୯ର ମାମଲା ବୃଦ୍ଧି ପାଇଲେ, ପ୍ରତି ୧୦୦ଟି ମାମଲାରେ ୨୩ଟି ଡାକ୍ତରଖାନାରେ ଭର୍ତ୍ତି କରିବାକୁ ଆବଶ୍ୟକ ପଡ଼ିବ ।

ସେପଟେ ଛୋଟ ପିଲାଙ୍କ ପାଇଁ ଆସିଛି ପ୍ରଥମ କରୋନା ଭ୍ୟାକ୍ସିନ୍ । ଜାଇଡସ୍ କାଡିଲା ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିଛି । ଭାରତରେ ଜରୁରୀ ବ୍ୟବହାର ପାଇଁ ଡିସିଜିଆଇ ଅନୁମତି ଦେବା ସହ ଭାରତର ପ୍ରଥମ ଟିକା ଭାବେ ପିଲାଙ୍କୁ ଦିଆଯାଇପାରିବ ଜାଇକୋଭ୍-ଡି। ଛୋଟ ପିଲା ଏବଂ ୧୨ ବର୍ଷରୁ ଅଧିକ ବୟସ୍କଙ୍କୁ ଦିଆଯାଇପାରିବ ଏହି ଟିକା । ଏହି ଟିକାର ରହିଛି ତିନିଟି ଡୋଜ୍ । ଏହା ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଦେଶର ଦ୍ୱିତୀୟ ଟିକା । ଏହାକୁ ମଧ୍ୟ ବିଶ୍ୱର ପ୍ରଥମ ଡିଏନ୍ଏ ଭିତ୍ତିକ କରୋନା ଟିକା ବୋଲି କୁହାଯାଉଛି।