Advertisment

ଉହାନରେ ପୁଣି ବ୍ୟାପିଲା କରୋନା ମହାମାରୀ

ପୁଣି ଚର୍ଚ୍ଚାକୁ ଆସିଲା ଉହାନ। କରୋନା ଭାଇରସର ଉତ୍ପତିସ୍ଥଳ କୁହାଯାଉଥିବା ଉହାନରେ ପୁଣି ବ୍ୟାପିଛି ମହାମାରୀ। ଦୀର୍ଘ ୭ ମାସ ପରେ ମଙ୍ଗଳବାର କରୋନା ସଂକ୍ରମଣ ହାର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି।

author-image
Minati Mishra
ଅଦ୍ୟତନ ହୋଇଛି
ଉହାନରେ ପୁଣି ବ୍ୟାପିଲା କରୋନା ମହାମାରୀ

covid infection in china

ବେଜିଂ: ପୁଣି ଚର୍ଚ୍ଚାକୁ ଆସିଲା ଉହାନ। କରୋନା ଭାଇରସର ଉତ୍ପତିସ୍ଥଳ କୁହାଯାଉଥିବା ଉହାନରେ ପୁଣି ବ୍ୟାପିଛି ମହାମାରୀ। ଦୀର୍ଘ ୭ ମାସ ପରେ ମଙ୍ଗଳବାର କରୋନା ସଂକ୍ରମଣ ହାର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଡେଲ୍‌ଟା ଭାରିଏଣ୍ଟ ଚୀନ ପାଇଁ ଏକ ଚଲେଞ୍ଜ ସୃଷ୍ଟି କରିଛି। ବଢୁଥିବା ସଂକ୍ରମଣକୁ ଦେଖି ଚୀନରେ ଲକ୍‌ ହାଉନ କଡାକଡ଼ି କରାଯିବା ସହ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଯାଇଛି। ଅଧିକ ସଂଖ୍ୟକ ଟେଷ୍ଟିଂ ଉପରେ ଗୁରୁତ୍ୱ ଦିଆଯାଉଛି। କଟକଣାକୁ କଡାକଡ଼ି କରାଯାଇଛି। ତେବେ ଉହାନର ଉପରମୁହାଁ ସଂକ୍ରମଣ ଏକ ଗମ୍ଭୀର ସ୍ଥିତି ସୃଷ୍ଟି କରିଛି। 

Advertisment

ଉହାନରେ କରୋନା ଭାଇରସର ଉତ୍ପତି ହେବା ପରେ ଏହା ସଂକ୍ରମତ ହୋଇଥିଲା। ଅନେକ ଧନଜୀବନ ଯିବା ପରେ ଏଠାରେ ସଂକ୍ରମଣକୁ ନିୟନ୍ତ୍ରଣ କରାଯାଇ ପାରିଥିଲା। ଏପରିକି ସଂକ୍ରମଣ ଶୂନକୁ ଚାଲି ଆସିଥିଲା। ଏହା ପରେ କୋଭିଡ ଗାଇଡ ଲାଇନ ଭିତରେ ଏଠାରେ ପୁଣି ଜନଜୀବନ ସ୍ୱାଭାବିକ ହୋଇଥିଲା। ହେଲେ ଏବେ ପୁଣି ଉହାନ ବଢାଇ ଦେଇଛି ଚିନ୍ତା। ଚୀନ ସ୍ୱାସ୍ଥ୍ୟ ବିଭାଗ ଅନୁଯାୟୀ, ଉହାନରେ ମଙ୍ଗଳବାର କରୋନା ସଂକ୍ରମଣ ବୃଦ୍ଧି ପାଇ୧୪୩ରେ ପହଞ୍ଚିଛି। ଏଥିରୁ ୧୦୮ ମାମଲା ଲୋକାଲ କେସ। ତେବେ ଟେଷ୍ଟିଂରେ ଅବହେଳାକୁ ନେଇ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଚିନ୍ତା ପ୍ରକଟ କରିଛନ୍ତି। ପ୍ରଶାସନର କହିବା କଥା, ଟେଷ୍ଟିଂରେ ଅବହେଳା ହେଲେ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିଯିବ। ୟାଙ୍ଗଝୁ ପ୍ରଶାସନର କହିବା ଅନୁଯାୟୀ, କିଛି ଲୋକଙ୍କ ଉପରେ ଏହି ଦାୟିତ୍ୱ ଦିଆଯାଇଛି। ପ୍ରାୟ ୪୬ ଲକ୍ଷ ଲୋକଙ୍କ ସହରରେ ୫ ରାଉଣ୍ଡ ଟେଷ୍ଟିଂ କରାଯାଇ ସାରିଲାଣି। ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ପାଖାପାଖି ୧୬ ଲକ୍ଷ ନମୂନା ସଂଗ୍ରହ କରାଯାଇଛି। 

Advertisment

ସଂକ୍ରମଣ ଯେପରି ଆହୁରି ବୃଦ୍ଧି ନ ପାଏ ସେଥିପାଇଁ ଲକ୍ଷ ଲକ୍ଷ ଲୋକଙ୍କୁ ଏବେ ଗୃହବନ୍ଦୀ ଜୀବନ ବିତାଇବାକୁ ପଡ଼ୁଛି। ସୂଚନାଥାଉ କି, ନିକଟରେ ନାନଜିଂ ସହରରେ ଜୁଲାଇ ମାସରେ ଏକ ଇଣ୍ଟରନାଶନାଲ ଏୟାର ପୋର୍ଟର ୯ ଜଣ କର୍ମଚାରୀ କରୋନା ପଜିଟିଭ ବାହାରିଥିଲେ। ଯାହା ବି ହେଉ, ଉହାନରେ ସଂକ୍ରମଣ ବୃଦ୍ଧି ପୁଣି ସମସ୍ତଙ୍କର ଚିନ୍ତା ବଢାଇ ଦେଇଛି। 

COVID-19 Wuhan Coronavirus
Advertisment
Advertisment