• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • କରୋନା ନେଇଗଲା ସ୍ୱାମୀଙ୍କ ଜୀବନ, ଯମୁନା ଏବେ ଏକା 

  • ଚାରିପ୍ରାଣୀଙ୍କ ମୁହଁରେ କିଭଳି ଦାନା ଦେବେ ଚିନ୍ତାରେ ଅସହାୟ ମହିଳା ?

ସୁବର୍ଣ୍ଣପୁର(ରବୀନ୍ଦ୍ର ହୋତା) : ଦାଉ ସାଜିଲା ମହାମାରୀ । ମଥାର ସିନ୍ଦୂର ପୋଛି ବିଧବା ସଜାଇଲା । ଏତେ ବଡ଼ ଦୁନିଆରେ ଏକା କରିଦେଲା ଅଦୃଶ୍ୟ ଭୂତାଣୁ । ଦିନେ ହସଖୁସିର ସଂସାର କରି ଅନେକ କିଛି କରିବାର ସ୍ୱପ୍ନ ଦେଖିଥିଲେ । କୌଳିକ ବୃତ୍ତିକୁ ଆପଣେଇ ଦୁଃଖେ କଷ୍ଟେ ଚାଲିଥିଲା ସଂସାର । ହେଲେ ହଠାତ ଜୀବନରେ ଘୋଟିଗଲା ଦୁଃଖର କଳାବାଦଲ । କରୋନା ନେଇଗଲା ସ୍ୱାମୀଙ୍କ ଜୀବନ । ଏଣୁ ଏବେ ଦୁଇ ଛୁଆଙ୍କୁ କିଭଳି ମଣିଷ କରିବେ ସେଇ ଚିନ୍ତାରେ ସୁବର୍ଣ୍ଣପୁର ମାତୃପୁରୀ ଗାଁ ଜଣେ ଅସହାୟ ମହିଳା ଯମୁନା ।

ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ସହରାପାଲି ମାତୃପୁରୀ ଗାଁର ଯମୁନା ମେହେର । ସ୍ୱାମୀ ଖଗେଶ୍ୱର ମେହେର ଗତ କିଛିଦିନ ତଳେ କରୋନାରେ ଆରପାରକୁ ଚାଲିଗଲେ । କେବଳ ମଙ୍ଗାହିଁ ଥିଲା ପରିବାରର ଏକମାତ୍ର ରୋଜଗାରର ମାଧ୍ୟମ । ଖଗେଶ୍ୱରଙ୍କ ମୃତ୍ୟୁ ପରେ ନିରବୀ ଯାଇଛି ମଙ୍ଗା । ମଙ୍ଗାରେ ବୁଣାଯାଉଥିବା ଶାଢୀ ଅସମୂର୍ଣ୍ଣ ହୋଇ ରହିଯାଇଛି । ମଙ୍ଗା ବୁଣି ସେ ପରିବାର ଚଳାଇବା ସହ ଦୁଇ ପିଲାଙ୍କୁ ପାଠ ପଢାଉଥିଲେ । ହେଲେ ଏବେ ସେ ଆରପାରିକୁ ଚାଲିଗଲା ପରେ ଅସହାୟ ହୋଇପଡିଛନ୍ତି ତାଙ୍କ ପତ୍ନୀ ଯମୁନା । ଏବେ କିଭଳି ପରିବାର ଚଳାଇବେ ଓ ଦୁଇ ପିଲାଙ୍କୁ ପାଠ ପଢାଇ ମଣିଷ କରିବେ ସେଇ ଚିନ୍ତାରେ ପଡିଯାଇଛନ୍ତି ।

ମୃତ ଖଗେଶ୍ୱରଙ୍କ ପୁଅ ମାଟ୍ରିକ ପଢୁଥିବା ବେଳେ ଝିଅ ପଂଚମ ଶ୍ରେଣୀରେ ପଢୁଛି । ଏହା ସହ ଘରେ ରହିଛନ୍ତି ଖଗେଶ୍ୱରଙ୍କ ବୃଦ୍ଧ ବାପା ମା । ଏଣୁ ସେମାନଙ୍କ ବୋଝ ବି ଏବେ ଯମୁନା ଉପରେ । ଚାରିପ୍ରାଣୀଙ୍କ ମୁହଁରେ କିଭଳି ଦାନା ଦେବେ ପୁଣି ଦୁଇ ପିଲାଙ୍କ ଭବିଷ୍ୟତ ଗଢିବେ ଏବେ ସେଇ ଚିନ୍ତା ତାଙ୍କୁ ଘାରିଛି । ଏଣୁ କରୋନାରେ ମୃତ୍ୟୁବରଣ ପରେ ଥିବା ସରକାରୀ ବ୍ୟବସ୍ଥାରେ ତାଙ୍କୁ ସହଯୋଗ କରିବାକୁ ଏବେ ଗ୍ରାମବାସୀ ଦାବି କରିଛନ୍ତି । ଅପରପକ୍ଷେ ପିଲାଙ୍କ ପାଠପଢା ବ୍ୟବସ୍ଥା ସହ ଅନ୍ୟ ସରକାରୀ ବିଧି ବ୍ୟବସ୍ଥାରେ ପରିବାରକୁ ସହଯୋଗ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।