Advertisment

ଚୀନ୍ ଲ୍ୟାବ୍‌ରୁ ଲିକ୍ ହୋଇଛି କରୋନା ଭାଇରସ୍

ବୈଦେଶିକ ବିଭାଗ ଗୃହ କମିଟିର ମୁଖ୍ୟ ରିପବ୍ଳିକାନ ମାଇକ୍ ମ୍ୟାକକଲ୍ ଏହି ରିପୋର୍ଟ ଜାରି କରିବା ସହ ଏହାର ପୁଙ୍ଗାନୁପୁଙ୍ଖ ତଦନ୍ତ କରିବାକୁ ଆହ୍ୱାନ ଦେଇଛନ୍ତି। ରିପୋର୍ଟରେ ଆହୁରି ମଧ୍ୟ ଦର୍ଶାଯାଇଛି ଯେ, ପରୀକ୍ଷଣ ବେଳେ ଉହାନ ଲ୍ୟାବରେ ପର୍ଯ୍ୟାପ୍ତ ସୁରକ୍ଷାଗତ ବ୍ୟବସ୍ଥା ନଥିଲା।

author-image
Chandan Shishu
ଅଦ୍ୟତନ ହୋଇଛି
ଚୀନ୍ ଲ୍ୟାବ୍‌ରୁ ଲିକ୍ ହୋଇଛି କରୋନା ଭାଇରସ୍

Wuhan Lab

ୱାଶିଂଟନ୍: ଚୀନ୍ ଲ୍ୟାବ୍‌ରୁ ଲିକ୍ ହୋଇଛି କରୋନା ଭାଇରସ୍। ଆମେରିକା ରିପବ୍ଲିକାନ୍ ରିପୋର୍ଟରେ ଏଭଳି ଚାଞ୍ଚଲ୍ୟକର ଦାବି କରାଯାଇଛି। ଆମେରିକା ରିପବ୍ଲିକାନ୍ ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟରେ କୁହାଯାଇଛି ଯେ, ସାରା ବିଶ୍ୱରେ ଭୟଙ୍କର ମହାମାରୀର ରୂପ ନେଇଥିବା କରୋନା ଭୂତାଣୁକୁ ଚୀନ୍ ଉହାନର ପରୀକ୍ଷାଗାରରେ ତିଆରି କରାଯାଇଥିଲା। ୧୨ ସେପ୍ଟେମ୍ବର ୨୦୧୯ ପୂର୍ବରୁ ଉହାନ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲଜିରୁ ଏହି ଭୂତାଣୁ ଲିକ୍ ହୋଇଥିବା ନେଇ ବଳିଷ୍ଠ ପ୍ରମାଣ ରହିଥିବା ରିପବ୍ଲିକାନ ପକ୍ଷରୁ କୁହାଯାଇଛି।

Advertisment

ଆମିଷ ବଜାରରୁ ଏହି ଭୂତାଣୁ ପ୍ରଥମେ ସାମ୍ନାକୁ ଆସିଥିବା ଖବରକୁ ରିପୋର୍ଟରେ ଖଣ୍ଡନ କରାଯାଇଛି। ବୈଦେଶିକ ବିଭାଗ ଗୃହ କମିଟିର ମୁଖ୍ୟ ରିପବ୍ଳିକାନ ମାଇକ୍ ମ୍ୟାକକଲ୍ ଏହି ରିପୋର୍ଟ ଜାରି କରିବା ସହ ଏହାର ପୁଙ୍ଗାନୁପୁଙ୍ଖ ତଦନ୍ତ କରିବାକୁ ଆହ୍ୱାନ ଦେଇଛନ୍ତି। ରିପୋର୍ଟରେ ଆହୁରି ମଧ୍ୟ ଦର୍ଶାଯାଇଛି ଯେ, ପରୀକ୍ଷଣ ବେଳେ ଉହାନ ଲ୍ୟାବରେ ପର୍ଯ୍ୟାପ୍ତ ସୁରକ୍ଷାଗତ ବ୍ୟବସ୍ଥା ନଥିଲା। ଦେଶରେ ଅତ୍ୟାଧୁନିକ ଚିକିତ୍ସା ବ୍ୟବସ୍ଥା ପାଇଁ ଜୁଲାଇ ୨୦୧୯ରେ ୧.୫ ମିଲିୟନ୍ ଡଲାର ଦାବି କରାଯାଇଥିଲା।

ସେତେବେଳେ କୁହାଯାଇଥିଲା ଯେ, ଉହାନ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲଜିରେ ଚୀନ୍ ବୈଜ୍ଞାନିକ ଏକ ଗୁରୁତ୍ୱପୂର୍ଣ୍ଣ ଗବେଷଣା କରୁଛନ୍ତି। କରୋନା ଭୂତାଣୁର ରୂପ ବଦଳାଇ କିଭଳି ମଣିଷ ଶରୀରକୁ ଏହା ସଂକ୍ରମିତ କରିପାରିବ ସେନେଇ ଗବେଷଣା ଚାଲିଥିଲା ଏବଂ ଏଭଳି ଘଟଣାକୁ ଗୋପନ ରଖିବାକୁ ପୁରାପୁରି ବ୍ୟବସ୍ଥା ବି ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି। ଏଭଳି ଗବେଷଣା ପାଇଁ ଉଭୟ ଆମେରିକା ଏବଂ ଚୀନ୍ ସରକାରଙ୍କ ପକ୍ଷରୁ ପ୍ରଚୁର ଅର୍ଥ ପ୍ରଦାନ କରାଯାଇଥିବା ଆମେରିକା ରିପବ୍ଳିକାନ୍ ରିପୋର୍ଟରେ ଉଲ୍ଲେଖ ହୋଇଛି।  

Advertisment

କରୋନା ସଂକ୍ରମଣ ବୃଦ୍ଧିକୁ ନେଇ ବଢୁଛି ଚୀନର ଚିନ୍ତା। ଗତ କିଛି ଦିନ ଧରି ଚୀନର ବିଭିନ୍ନ ସହରରେ ସଂକ୍ରମଣ ବୃଦ୍ଧି ପାଉଥିବା ନଜରକୁ ଆସିଛି। ଏଣୁ ସତର୍କତା ମୂଳକ ପଦକ୍ଷେପ ଭାବେ ଚୀନର ଉହାନ ସହରରେ ରହୁଥିବା ଏକ କୋଟି ୧୦ ଲକ୍ଷ ନାଗରିକଙ୍କ କୋଭିଡ ଟେଷ୍ଟ କରିବାକୁ ନିଷ୍ପତ୍ତି ନିଆଯାଇଛି।ଉହାନର କିଛି ପ୍ରବାସୀ ଶ୍ରମିକଙ୍କଠାରେ କରୋନା ଭୂତାଣୁ ଚିହ୍ନଟ ହେବାପରେ ଏହି ପଦକ୍ଷେପ ନିଆଯାଇଛି। ଅନ୍ୟପକ୍ଷରେ ବେଂଜିରେ ପର୍ଯ୍ୟଟକମାନଙ୍କ ପ୍ରବେଶ ଉପରେ ଜାରି ହୋଇଛି କଟକଣା। ଅତି ଆବଶ୍ୟକ ନଥିଲେ ଘରୁ ନ ବାହାରିବାକୁ ପରାମର୍ଶ ଦେଇଛି ଚୀନ ପ୍ରଶାସନ। ଗତବର୍ଷ ଉହାନ ସହର ପ୍ରଥମ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିଲା। ଏହାପରେ ଲକଡାଉନ୍ ଘୋଷଣା ସହ କଡା କଟକଣା ଜାରି କରାଯାଇଥିଲା।

COVID19 Wuhan Coronavirus
Advertisment
Advertisment