Advertisment

ଅକ୍ଟୋବର ୩୧ ଯାଏ ବଢ଼ିଲା କୋଭିଡ୍ ଗାଇଡଲାଇନ୍ସ, ପାର୍ବଣରେ ଅଧିକ ସତର୍କ ରହିବାକୁ ପରାମର୍ଶ

ପାର୍ବଣ ବେଳେ ଚଳିବନି ଢିଲାପଣ। କୋଭିଡ୍ ସଂକ୍ରମଣରେ ଚେକ୍ ଦେବାକୁ ଦେଶବ୍ୟାପୀ ଅକ୍ଟୋବର ୩୧ ଯାଏ କେନ୍ଦ୍ର ସରକାର ପୁଣି କୋଭିଡ୍ ଗାଇଡଲାଇନ୍ସ ଅବଧିକୁ ବଢ଼ାଇଛନ୍ତି। ଯଦିଓ ଦେଶରେ ମୋଟ୍ ସଂକ୍ରମଣ ହାର କମୁଛି, ହେଲେ କେରଳ, ମହାରାଷ୍ଟ୍ର ଓ କର୍ଣ୍ଣାଟକ ଭଳି ରାଜ୍ୟରେ ସ୍ଥିତି ନିୟନ୍ତ୍ରଣକୁ ‌ଆସିନାହିଁ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Covid-19 Guidelines Extended

Covid-19 Guidelines Extended

ନୂଆଦିଲ୍ଲୀ: ପାର୍ବଣ ବେଳେ ଚଳିବନି ଢିଲାପଣ। କୋଭିଡ୍ ସଂକ୍ରମଣରେ ଚେକ୍ ଦେବାକୁ ଦେଶବ୍ୟାପୀ ଅକ୍ଟୋବର ୩୧ ଯାଏ କେନ୍ଦ୍ର ସରକାର ପୁଣି କୋଭିଡ୍ ଗାଇଡଲାଇନ୍ସ ଅବଧିକୁ ବଢ଼ାଇଛନ୍ତି। ଯଦିଓ ଦେଶରେ ମୋଟ୍ ସଂକ୍ରମଣ ହାର କମୁଛି, ହେଲେ କେରଳ, ମହାରାଷ୍ଟ୍ର ଓ କର୍ଣ୍ଣାଟକ ଭଳି ରାଜ୍ୟରେ ସ୍ଥିତି ନିୟନ୍ତ୍ରଣକୁ ‌ଆସିନାହିଁ।

Advertisment

ଏବେ ପାର୍ବଣ ସମୟ ଥିବାରୁ, ଏହି ସମୟରେ ବେପରୁଆ ହେଲେ ସଂକ୍ରମଣ ପୁଣି ବୃଦ୍ଧି ପାଇବାର ସମ୍ଭାବନା ରହିଛି। ତେଣୁ କୋଭିଡ୍ ନିୟମ ଆଉ ମାସେ କଡ଼ାକଡ଼ି ପାଳନ କରିବା ଲାଗି ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ସଚିବଙ୍କୁ ଚିଠି ଲେଖି କେନ୍ଦ୍ର ଗୃହ ସଚିବ ଅଜୟ ଭାଲ୍ଲା ଅବଗତ କରିଛନ୍ତି।  

ପାର୍ବଣ ଓ ଧାର୍ମିକ ଉତ୍ସବ ସମୟରେ ଲୋକଙ୍କ ଏକତ୍ରୀକରଣ ହୋଇଥାଏ। ତେଣୁ ଏହା ହେଲେ କୋଭିଡ୍ ସଂକ୍ରମଣ ପୁଣି ବ୍ୟାପି ଯିବ। ଏହାକୁ ରୋକିବାକୁ ଅଧିକ ଯତ୍ନବାନ ହେବା ସହ କଡ଼ା ପଦକ୍ଷେପ ନେବାକୁ ରାଜ୍ୟ ଗୁଡ଼ିକୁ କେନ୍ଦ୍ର ଗୃହ ସଚିବ ପରାମର୍ଶ ଦେଇଛନ୍ତି। 

Advertisment

ପୂର୍ବଭଳି ଜିଲ୍ଲା ପ୍ରଶାସନମାନେ ସେମାନଙ୍କ ଜିଲ୍ଲାରେ ନିୟମିତ ଢଙ୍ଗରେ ସଂକ୍ରମଣ ହାର ଓ ମେଡିକାଲରେ ଆଇସିୟୁ ବେଡ୍ ଅକ୍ୟୁପାନ୍ସି ପରଖୁଛନ୍ତି କି ନାହିଁ, ତାଉପରେ ବି ଧ୍ୟାନ ଦେବାକୁ ରାଜ୍ୟ ସରକାରମାନଙ୍କୁ କୁହାଯାଇଛି। ଏଥିସହ କରୋନା ମୁକାବିଲା ଦିଗରେ ସବୁଠୁ ବଡ଼ ଅସ୍ତ୍ର ମନେ କରାଯାଉଥିବା ପାଞ୍ଚ ସୂତ୍ରୀ ମନ୍ତ୍ର-ଟେଷ୍ଟ, ଟ୍ରାକ୍, ଟ୍ରିଟ୍, ଟିକାକରଣ ଓ କୋଭିଡ୍ ନିୟମ ପାଳନ ଉପରେ ଗୁରୁତ୍ୱ ଦେବାକୁ କେନ୍ଦ୍ର ଗୃହ ସଚିବ କହିଛନ୍ତି।

COVID19 Covid19 Guidelines
Advertisment
Advertisment