• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନୂଆଦିଲ୍ଲୀ : ନୂଆ ଭାରିଏଣ୍ଟ୍ ଦେଶକୁ ଆଣିବ ତୃତୀୟ ଲହରୀ । ଦେଶରେ ଗୋଟିଏ ପରେ ଗୋଟିଏ ନୂଆ ଭାରିଏଣ୍ଟରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ତୃତୀୟ ଲହରୀ ଆସିବା ସ୍ପଷ୍ଟ ହୋଇସାରିଛି । ଡିସେମ୍ବର ଶେଷ ସପ୍ତାହ ସୁଦ୍ଧା କରୋନାର ଓମିକ୍ରନ ଭାରିଏଣ୍ଟ୍ ସଂକ୍ରମଣ ବଢ଼ିବ । ଜାନୁଆରୀର ଶେଷ ସପ୍ତାହ ତଥା ଫେବୃଆରୀ ପ୍ରାରମ୍ଭରେ ଓମିକ୍ରନ ଶିଖର ଛୁଇଁବ । ପଦ୍ମଶ୍ରୀ ଆଇଆଇଟି ପ୍ରଫେସର ବରିଷ୍ଠ ବୈଜ୍ଞାନିକ ମଣିନ୍ଦ୍ର ଅଗ୍ରୱାଲ ନୂତନ ଅଧ୍ୟୟନ ଅନୁସାରେ ଏପରି ଦାବି କରିଛନ୍ତି । ତେବେ ତୃତୀୟ ଲହରୀ ଦ୍ୱିତୀୟ ଲହରୀ ତୁଳନାରେ କମ୍ ସାଂଘାତିକ ହେବ ବୋଲି କୁହାଯାଉଛି ।

ଅଧ୍ୟୟନ ଅନୁସାରେ ତୃତୀୟ ଲହରୀ ଦ୍ୱିତୀୟ ଲହରୀ ଭଳି ମାରାତ୍ମକ ହେବ ନାହିଁ । ମଣିନ୍ଦ୍ର ଅଗ୍ରୱାଲ ଅଗ୍ରୱାଲଙ୍କ ଗାଣିତିକ ମଡେଲ ଆଧାରରେ ସେ ଏହି ସିଦ୍ଧାନ୍ତରେ ଉପନୀତ ହୋଇଛନ୍ତି । ପୂର୍ବରୁ ହିଁ ଗାଣିତିକ ମଡେଲ ଆଧାରରେ ଦ୍ୱିତୀୟ ଲହରୀ ପରେ ନୂତନ ମ୍ୟୁଟାଣ୍ଟ ଆସିବ ବୋଲି ଆକଳନ କରିଥିଲେ ପ୍ରଫେସର । କରୋନା ସଂକ୍ରମଣର ପ୍ରଥମ ଏବଂ ଦ୍ୱିତୀୟ ଲହରୀ ସମୟରେ ଗାଣିତିକ ମଡେଲ ଫର୍ମୁଲା ମାଧ୍ୟମରେ ସ୍ଥିତି ଆକଳନ କରୁଥିବା ମଣିନ୍ଦ୍ର ଅଗ୍ରୱାଲ ଦକ୍ଷିଣ ଆଫ୍ରିକାରେ ବ୍ୟାପିଥିବା ଓମିକ୍ରନ୍ ଭାରିଏଣ୍ଟ୍ ଉପରେ ଏବେ ଅଧ୍ୟୟନ ଆରମ୍ଭ କରିଛନ୍ତି ।

ମଣିନ୍ଦ୍ର ଅଗ୍ରୱାଲଙ୍କ ଅନୁସାରେ ଏପର୍ଯ୍ୟନ୍ତ ଆସିଥିବା ସମସ୍ତ ମାମଲାରେ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିଛି କିନ୍ତୁ ଅଧିକ ମୃତ୍ୟୁ ସଂଖ୍ୟା ଅଧିକ ନାହିଁ । ସେପ୍ଟେମ୍ବର ମାସରେ ହିଁ ତୃତୀୟ ଲହରୀ ଆସିବା ସମ୍ପର୍କରେ ଆକଳନ କରାଯାଇଥିଲା । ଆଉ ତାହା ସତ ହେବା ଉପରେ । ସେପ୍ଟେମ୍ବର ମାସରେ ନହେଲେ ମଧ୍ୟ ଦୁଇ ମାସ ବ୍ୟବଧାନରେ ପୁଣି ମାଡ଼ିଲାଣି ନୂଆ ଭାରିଏଣ୍ଟ୍ । ଅନେକ ଦେଶକୁ ବ୍ୟାପିସାରିବା ପରେ ଓମିକ୍ରନ୍ ଭାରତରେ ସାରିଛି । ଦେଶର ବିଭିନ୍ନ ସ୍ଥାନରେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ପ୍ରଥମେ କର୍ଣ୍ଣାଟକରୁ ଦୁଇ ଜଣ ତା’ପରେ ଗତକାଲି ଗୁଜରାଟରୁ ଜଣେ ମୁମ୍ବାଇରୁ ଜଣେ ଚିହ୍ନଟ ହୋଇଥିଲେ । ସେହିପରି ଆଜି ଦିଲ୍ଲୀକୁ ଛୁଇଁଛି ନୂଆ ଭାରିଏଣ୍ଟ୍ ।

ଜାନୁୟାରୀ-ଫେବୃୟାରୀରେ ତୃତୀୟ ଲହରୀ ଶିଖରରେ ରହିବ ବୋଲି ମଣିନ୍ଦ୍ର ଅଗ୍ରୱାଲ ଆକଳନ କରିଛନ୍ତି । ଆଉ ସେତେବେଳେ ପ୍ରତିଦିନ ଦେଢ଼ ଲକ୍ଷ ରୋଗୀ ଚିହ୍ନଟ ହୋଇଥିଲେ । ଗାଣିତିକ ମଡେଲ ଅନୁସାରେ ପ୍ରଥମ ଏବଂ ଦ୍ୱିତୀୟ ଲହରୀ ସମ୍ପର୍କରେ ଆକଳନ କରିଥିଲେ ଆଇଆଇଟି ପ୍ରଫେସର । ତେବେ ତାଙ୍କର ମୂଲ୍ୟାଙ୍କନ ବହୁ ପରିମାଣରେ ସଠିକ୍ ବୋଲି ପ୍ରମାଣିତ ହୋଇଛି ।