/odishatv-khabar/media/post_attachments/uploadimage/library/16_9/16_9_0/COVID_19_1636099998.jpg)
COVID-19
ଭୁବନେଶ୍ୱର: କମିନି ତୃତୀୟ ଲହର ଭୟ । ରାଜ୍ୟରେ ତୃତୀୟ ଲହର ଆଶଙ୍କା ଏବେ ବି କମିନି ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକଙ୍କ ବିଜୟ ପାଣିଗ୍ରାହୀ । ସେହିପରି ୟୁରୋପୀୟ ଦେଶରେ ସଂକ୍ରମଣ ବଢୁଥିଲେ ମଧ୍ୟ ଏଠାରେ ଭୟଭୀତ ହେବାର କାରଣ ନାହିଁ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।
ଏହାସହ ସେ କହିଛନ୍ତି ୟୁରୋପ ଏବଂ ଚାଇନାରେ ଡେଲଟା ଭାରିଏଣ୍ଟ ବ୍ୟାପୁଛି । ଦ୍ୱିତୀୟ ଲହରରେ ଡେଲଟା ଭାରିଏଣ୍ଟକୁ ଆମେ ସାମ୍ନା କରି ସାରିଛୁ ତେଣୁ ଏଥିରେ ଆମକୁ ଆତଙ୍କିତ ହେବାର ନାହିଁ । ଆମର ଇମିନ୍ୟୁଟି ମଧ୍ୟ ଅଧିକ ରହିଛି ଏବେ ବି ଟିକାକରଣ ଚାଲିଥିବାରୁ ଇମିନ୍ୟୁଟି ବଢୁଛି ତେବେ ଭାରତ ପାଇଁ ତୃତୀୟ ଲହର ଆଶଙ୍କା ଏବେ ବି କମିନି ବୋଲି ସେ ଚେତାଇଛନ୍ତି ତେଣୁ ଆମକୁ ଏବେ ବି ସତର୍କତା ଅବଲମ୍ବନ କରିବାକୁ ହେବ ବୋଲି ପରାମର୍ଶ ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।
Also Read
ରାଜ୍ୟରେ ଟିକାକରଣ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ମଧ୍ୟ ସୂଚନା ଦେଇଛନ୍ତି । ଯେଉଁଥିରେ ସେ କହିଛନ୍ତି ଯେ, ଅନ୍ୟ ଦେଶରେ ସଂକ୍ରମଣ ବଢ଼ୁଥିବାରୁ ଦ୍ୱିତୀୟ ଡୋଜ୍ ଟିକାକରଣ ଉପରେ ଗୁରୁତ୍ୱ ଦିଆଯାଉଥିବା ସହ ଟିକାକରଣକୁ ତ୍ୱରାନିତ କରାଯାଉଛି ।
ସେପଟେ କରୋନାକୁ ମାତ୍ ଦେବାକୁଖୁବ ଶୀଘ୍ର ମାର୍କେଟକୁ ଆସିବ କୋରନା ଔଷଧ । ଏହି ଔଷଧର ନାଁ ହେଉଛି ମଲନୁପିରାଭିର୍ । ବିଶ୍ୱର ପ୍ରଥମ ଦେଶ ଭାବେ ବ୍ରିଟେନ ଏହି ବଟିକାକୁ ଅନୁମତି ଦେଇଛି । ଆମେରିକାର ମର୍କ ଓ ରିଜୱାକ୍ ବାଓଥେରାପିଉଟିକ୍ସ ମିଳିତ ଭାବେ ଏହି ଔଷଧ ପ୍ରସ୍ତୁତ କରିଛନ୍ତି । କୋଭିଡ ପଜିଟିଭ ହେବା ସାଙ୍ଗେ ସାଙ୍ଗେ ଓ ଲକ୍ଷଣ ଦେଖାଦେବାର ୫ ଦିନ ଭିତରେ ଆକ୍ରାନ୍ତଙ୍କୁ ଏହି ବଟିକା ଦିଆଯାଇପାରିବ ବୋଲି ସୂଚନା ମିଳିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)