Advertisment

କରୋନା ଉଜାଡ଼ିଦେଲା ସଂସାର: ବାପା ଛେଉଣ୍ଡ ହୋଇଗଲେ ପିଲା

ଉଚ୍ଛନ୍ନ ହୋଇଯାଇଛି ପରିବାର, ଉଜୁଡ଼ି ଯାଇଛି ସଂସାର। ସାତ ଜନ୍ମର ସାଥୀ ହେବାର ପ୍ରତିଶ୍ରୁତି ଦେଇଥିବା ମଣିଷଟିଏ ଆଜି ଅତୀତ। ତାଙ୍କୁ ଝୁରି ଝୁରି ଆଖିରୁ ଲୁହ ମରିଗଲାଣି, ଅସମ୍ଭାଳ କୋହରେ ଛାତି ବି ପଥର ହୋଇଗଲାଣି ।ଅବୋଧ ଟିକି ପିଲାଟି ବି ବୁଝିବ କିପରି? ବାପାର ଫଟୋ ଦେଖୁଛି, ଅବୁଝା ଭାବରେ ନୀରବ ରହୁଛି। ଝିଅ ଟିକିଏ ବଡ଼ ହେଲାଣି ବୋଲି ଜାଣିପାରୁଛି ବାପା ଆଉ ଫେରିବନି। ଛାତିକୁ ରୁନ୍ଧି ପକାଉଥିବା ଏହି ଘଟଣା ହେଉଛି ଗଞ୍ଜାମ ଜଗନ୍ନାଥପ୍ରସାଦ ବ୍ଲକ ହରିପୁର ଗାଁର

author-image
Sarbeswar
ଅଦ୍ୟତନ ହୋଇଛି
କରୋନା ଉଜାଡ଼ିଦେଲା ସଂସାର: ବାପା ଛେଉଣ୍ଡ ହୋଇଗଲେ ପିଲା

Corona

ଭୁବନେଶ୍ୱର: ମହାବାତ୍ୟା ଭଳି ମାଡ଼ିଆସିଥିବା ମହାମାରୀରେ କେତେ କେତେ ପରିବାର ଉଚ୍ଛନ୍ନ ହୋଇଯାଉଛି ।କାହା ଜୀବିକା ଚାଲିଯାଉଛି ତ ଆଉ କାହାର ଜୀବନ। କେଉଁଠି ବୟସକୁ ଜାଣିବା ଆଗରୁ ଶୈଶବ ଅବସ୍ଥାରେ ବାପ ଛେଉଣ୍ଡ ହୋଇଯାଉଛି ସନ୍ତାନଟିଏ ତ ଆଉ କେଉଁଠି ମୂରବି ଶୂନ୍ୟ ହୋଇଯାଉଛି ଘର ପରିବାର। ଆତ୍ମୀୟ ସ୍ୱଜନଙ୍କୁ ହରାଇଥିବା ପ୍ରତିଟି ମଣିଷଙ୍କ ପାଖରେ ଏବେ ଏଭଳି ଯନ୍ତ୍ରଣାଦାୟକ କାହାଣୀ। ଏଭଳି ବିପନ୍ନଙ୍କୁ ନା କେହି ସମବେଦନା ଜଣାଉଛନ୍ତି ନା ମିଳୁଛି ସହାୟତା। ଫଳରେ ନା ନା ଦୁଃଖ ଆଉ ଦୁର୍ଦ୍ଦଶାରେ କାଳ କଟୁଛି, ଅନେକ ବେସାହାରା ପରିବାରଙ୍କର ଜୀବନ।

Advertisment

ଉଚ୍ଛନ୍ନ ହୋଇଯାଇଛି ପରିବାର, ଉଜୁଡ଼ି ଯାଇଛି ସଂସାର। ସାତ ଜନ୍ମର ସାଥୀ ହେବାର ପ୍ରତିଶ୍ରୁତି ଦେଇଥିବା ମଣିଷଟିଏ ଆଜି ଅତୀତ। ତାଙ୍କୁ ଝୁରି ଝୁରି ଆଖିରୁ ଲୁହ ମରିଗଲାଣି, ଅସମ୍ଭାଳ କୋହରେ ଛାତି ବି ପଥର ହୋଇଗଲାଣି ।ଅବୋଧ ଟିକି ପିଲାଟି ବି ବୁଝିବ କିପରି? ବାପାର ଫଟୋ ଦେଖୁଛି, ଅବୁଝା ଭାବରେ ନୀରବ ରହୁଛି। ଝିଅ ଟିକିଏ ବଡ଼ ହେଲାଣି ବୋଲି ଜାଣିପାରୁଛି ବାପା ଆଉ ଫେରିବନି। ଛାତିକୁ ରୁନ୍ଧି ପକାଉଥିବା ଏହି ଘଟଣା ହେଉଛି ଗଞ୍ଜାମ ଜଗନ୍ନାଥପ୍ରସାଦ ବ୍ଲକ ହରିପୁର ଗାଁର। ସ୍ୱାମୀ ଚନ୍ଦ୍ର ଗୌଡ଼ଙ୍କୁ ବର୍ଷେ ତଳେ କରୋନାରେ ହରାଇଥିଲେ ପତ୍ନୀ ରଞ୍ଜୁ ଗୌଡ଼। ମୃତଦେହ ନମିଳିବାରୁ ପାଳବିଣ୍ଡାରେ ଶବ ତିଆରି କରି ସତ୍କାର କରି ସେହି ସମୟରେ ଚର୍ଚ୍ଚାକୁ ଆସିଥିଲେ ।ଏବେ ପରିବାରରେ ଛାଇଯାଇଛି ଦୁର୍ଦ୍ଦିନର କଳାବାଦଲ ।ସରକାରୀ ସହାୟତା କହିଲେ ମାସକୁ ୫ କିଲୋ ଚାଉଳ ମିଳୁଛି। କେବଳ ପଡୋଶୀଙ୍କ ହାତଟେକାରେ ଜୀଇଁଛନ୍ତି ରଞ୍ଜୁ ।

ମହାମାରୀର ମହାଦଶା ଭିତରେ ଧନ୍ଧି ହେଉଥିବା ଏହି ପରିବାରର କାହାଣୀ, ଦୋହଲାଇ ଦେଉଛି ସମସ୍ତଙ୍କୁ ।ବିଚଳିତ କରିପକାଉଛି ବନ୍ଧୁ ପରିଜନଙ୍କୁ ।ଗଞ୍ଜାମ ଜିଲ୍ଲା ଅଙ୍ଗାରଗାଁର ସାହୁ ପରିବାରକୁ ସମ୍ପୂର୍ଣ୍ଣ ଛାରଖାର କରିଦେଇଛି ଅଦୃଶ୍ୟ ଭୂତାଣୁ। କାରଣ ଚାରି ଚାରି ପୁଅଙ୍କୁ ମୃତ୍ୟୁର କୋରଡ଼କୁ ଭିଡ଼ିନେଇଛି କରୋନା। ପରିବାରରେ ଥିଲେ ୫ ଭାଇ। ୨ବର୍ଷ ତଳେ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ କିଛି ମାସ ତଳେ ଆଗପଛ ହୋଇ ଅନ୍ୟ ୪ ଭାଇଙ୍କ ଜୀବନ ନେଇଗଲା ମହାମାରୀ। ଆଜି ଅସହାୟ ଏହି ପରିବାର ।କୌଣସି ସରକାରୀ ସହାୟତା ନମିଳିବାରୁ ଦୋକାନ ଖଣ୍ଡିକରେ ଚାଲିଛି ଯୌଥ ପରିବାରର ତେଲଲୁଣର ସଂସାର ।

Advertisment

ଠିକ୍‌ ସେହିପରି ପୋଲସରାର ରୀତା ବେହେରାଙ୍କର ମଧ୍ୟ ସମାନ ସ୍ଥିତି। ସ୍ୱାମୀଙ୍କ ବିୟୋଗ ପରଠୁ ୪ଟି କନ୍ୟା ସନ୍ତାନକୁ ନେଇ ଘାଣ୍ଟି ଚକଟି ହେଉଛନ୍ତି ଦୁର୍ଦ୍ଦଶାରେ ।ପ୍ରଥମ ଲହର ବେଳେ ସୁରତରୁ ଫେରିଥିବା ତାଙ୍କ ସ୍ୱାମୀପ୍ରଫୁଲ୍ଲ ବେହେରା କ୍ୱାରେଣ୍ଟିନ୍ ସେଣ୍ଟରରେ ଆଖିବୁଜିଥିଲେ ।ସେହି ସମୟରେ ଯାହା କିଛି ସରକାରୀ ସହାୟତା ମିଳିଥିଲା ବିଧବା ରୀତାଙ୍କୁ। ଅବଶ୍ୟ ଏବେ ବିଧବା ଭତ୍ତା ବି ପାଉଛନ୍ତି ।ନିଜ ଉଦ୍ୟମରେ ଛୋଟିଆ ଦୋକାନଟିଏ କରିଛନ୍ତି। ସେଥିରେ ଯାହା ଆୟ ହେଉଛି କଷ୍ଟେମଷ୍ଟେ ଚଳିଯାଉଛନ୍ତି । ତେବେ ଚାରି ଚାରିଟି କନ୍ୟା ସନ୍ତାନକୁ ନେଇ କେମିତି ଚଳିବେ, କଣ ହେବ ସେମାନଙ୍କ ଭବିଷ୍ୟତ, ତାକୁ ନେଇ ଚିନ୍ତାରେ ରୀତା।

ତେବେ ଅପେକ୍ଷା, ସରକାରୀ ବ୍ୟବସ୍ଥାର ବିଚିତ୍ର ନୀତି ଭିତରେ ଏହି ବେସାହାରା ମାନଙ୍କୁ କେବେ ସାହା ହେଉଛନ୍ତି ସରକାର ଏବଂ କେବେ ମିଳୁଛି ସହାୟତା ।

Odisha News COVID-19 Coronavirus
Advertisment
Advertisment