Advertisment

୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୩ କରୋନା ରୋଗୀ, ଆକ୍ରାନ୍ତଙ୍କ ମଧ୍ୟରେ ୧୦୦ ପିଲା

ରାଜ୍ୟରେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇ ଏବେ ନିକ ହଜାରେ ତଳେ ରହୁଛି। ହେଲେ ଭୟ ଦିନକୁ ଦିନ ବଢି ଚାଲିଛି। କାରଣ ତୃତୀୟ ଲହର ପିଲାଙ୍କୁ ବେଶି ପ୍ରଭାବିତ କରିବ ବୋଲି କୁହାଯାଉଥିବାବେଳେ ଏବେ ଦୈନିକ ଆକ୍ରାନ୍ତ ଶିଶୁଙ୍କ ବଢୁଥିବା ଲକ୍ଷ୍ୟ କରାଯାଉଛି।

author-image
Minati Mishra
ଅଦ୍ୟତନ ହୋଇଛି
କେମିତି ଶିଶୁଙ୍କୁ କରୋନା ସଂକ୍ରମଣରୁ ରକ୍ଷା କରାଯାଇପାରିବ ? ପରାମର୍ଶ ଦେଲେ DMET

coronavirus infection to children

ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇ ଏବେ ନିକ ହଜାରେ ତଳେ ରହୁଛି। ହେଲେ ଭୟ ଦିନକୁ ଦିନ ବଢି ଚାଲିଛି। କାରଣ ତୃତୀୟ ଲହର ପିଲାଙ୍କୁ ବେଶି ପ୍ରଭାବିତ କରିବ ବୋଲି କୁହାଯାଉଥିବାବେଳେ ଏବେ ଦୈନିକ ଆକ୍ରାନ୍ତ ଶିଶୁଙ୍କ ବଢୁଥିବା ଲକ୍ଷ୍ୟ କରାଯାଉଛି। 
ରାଜ୍ୟରେ ୨୪ ଘଣ୍ଟାରେ ୮୫୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୧୦୦ ଆକ୍ରାନ୍ତ ଥିବା ଜାଣିବାକୁ ମିଳିଛି। ସେହପରି ରାଜ୍ୟରେ ଆଉ ୬୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ଆଜି ଖବର ମିଳିଛି। ଏହାକୁ ମିଶାଇ ରାଜ୍ୟର କରୋନା ମୃତ୍ୟୁସଂଖ୍ୟା ୭,୩୫୮କୁ ବୃଦ୍ଧି ପାଇଁଛି।

Advertisment

ଅଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୪୯୬ ଥିବାବେଳେ ଲୋକାଲ କେସ୍ ୩୫୭ ରହିଛି। ଅନୁଗୁଳରୁ ୨୯, ବାଲେଶ୍ୱରରୁ ୪୬,  ବରଗଡ଼ରୁ ୧୨, ଭଦ୍ରକରୁ ୧୮, ବଲାଙ୍ଗିରରୁ ୨,  କଟକରୁ ୧୪୦, ଦେବଗଡ଼ରୁ ୧୩, ଢେଙ୍କାନାଳରୁ ୧୦, ବଲାଙ୍ଗିରରୁ,  କଟକରୁ ୧୪୦, ଦେବଗଡ଼ରୁ  ୧୩, ଢେଙ୍କାନାଳରୁ ୧୦, ଗଜପତିରୁ  ୧, ଗଂଜାମରୁ ୧୧, ଜଗତସିଂହପୁରରୁ ୩୨, ଯାଜପୁରରୁ ୩୩, ଝାରସୁଗୁଡ଼ାରୁ ୨, କଳାହାଣ୍ଡିରୁ ୩, କନ୍ଧମାଳରୁ ୧, କେନ୍ଦ୍ରାପଡ଼ାରୁ ୨୧,କେନ୍ଦୁଝରରୁ ୧୬, ଖୋର୍ଦ୍ଧାରୁ ୨୮୬, କୋରାପୁଟରୁ ୩, ମାଲକାନଗିରିରୁ ୧
ମୟୂରଭଞ୍ଜରୁ ୨୧, ନୟାଗଡ଼- ୨୨, ପୁରୀରୁ ୩୫, ରାୟଗଡ଼ାରୁ ୪, ସମ୍ବଲପୁରରୁ ୧୯, ସୁବର୍ଣ୍ଣପୁରରୁ ୧, ସୁନ୍ଦରଗଡ଼ରୁ ୧୨ ଏବଂ ଷ୍ଟେଟପୁଲରୁ ୫୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। 

Advertisment

ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା  ୧୦ ଲକ୍ଷ ୯୩୭କୁ ବୃଦ୍ଧି ପାଇଛି।  ୨୪ ଘଣ୍ଟାରେ ୬୭,୮୩୪ ସାମ୍ପଲ୍ ଟେଷ୍ଟ ହୋଇଥିବାବେଳେ ରାଜ୍ୟାରେ  ପଜିଟିଭିଟି ହାର ୧.୨୫%ରହିଛି। ରାଜ୍ୟରେ ମୋଟ ୧,୭୪,୮୩,୭୦୬ ନମୂନା ପରୀକ୍ଷା ହୋଇଥିବାବେଳେ କରୋନା ରୋଗୀ ବାହାରିଛନ୍ତି ୧୦,୦୦,୯୩୭। ବର୍ତ୍ତମାନ ସୁଦ୍ଧା ୯,୮୪,୨୨୪ କରୋନାରୁ ମୁକ୍ତ ହୋଇଥିବାବେଳେ ଆକ୍ଟିଭ କେସ ଅଛି ୯୩୮୨।

ସେହିପରି ରାଜ୍ୟରେ ଆଉ ୬୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। କଟକ ଓ ଜଗତସିଂହପୁରରୁ ୧୩ ଲେଖାଏ ଆକ୍ରାନ୍ତ ଆଖି ବୁଜିଥିବାବେଳେ ଢେଙ୍କାନାଳରୁ ୧୧, ଅନୁଗୁଳ ଓ କେନ୍ଦ୍ରାପଡ଼ାରୁ ୮ ଲେଖାଏ ଆଖି ବୁଜିଛନ୍ତି। ସେହିପରି ଯାଜପୁରରୁ ୫, ବାଲେଶ୍ୱର, ଭଦ୍ରକ, ଖୋର୍ଦ୍ଧାରୁ ୩ ଲେଖାଏ, ଯାଜପୁରରୁ ୫, ବାଲେଶ୍ୱର, ଭଦ୍ରକ, ଖୋର୍ଦ୍ଧାରୁ ୩ ଲେଖାଏ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି।  ନବରଙ୍ଗପୁର, ନୟାଗଡ଼ରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୭,୩୫୮କୁ ବୃଦ୍ଧି ପାଇଛି।

Odisha Corona Update Coronavirus
Advertisment
Advertisment