• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ କମୁଥିଲେ ମଧ୍ୟ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଆଉ ସବୁଠାରୁ ଅଧିକ ପଜିଟିଭ ବାହାରୁଛନ୍ତି ରାଜଧାନୀ ଭୁବନେଶ୍ୱରରୁ। କରୋନା ସଂକ୍ରମଣ ବୃଦ୍ଧି ପାଇବାରୁ ପୁଣିଥରେ ରାଜଧାନୀକୁ କଣ୍ଟେନମେଣ୍ଟ ଜୋନ୍‌ ଫେରିଛି। ଫରେଷ୍ଟ ପାର୍କ ଅଞ୍ଚଳର ଏକ ଆପାର୍ଟମେଣ୍ଟକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି। ଅଧିକ ସଂକ୍ରମିତ ଚିହ୍ନଟ ହେବା ପରେ ୫୨ ନମ୍ବର ୱାର୍ଡ ରାଜେନ୍ଦ୍ର ବିହାର ଆପାର୍ଟମେଣ୍ଟକୁ ଗତକାଲି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରିଛି। 

କଣ୍ଟେନମେଣ୍ଟ୍ ଜୋନ୍ ଘୋଷଣା ପରେ ସମ୍ପୃକ୍ତ ଅଞ୍ଚଳକୁ ଲୋକଙ୍କ ଯିବା ଆସିବା ଉପରେ କଟକଣା ଜାରି ହୋଇଛି। ଅଞ୍ଚଳର ସମସ୍ତ ଦୋକାନ ବଜାର ଓ ଅନ୍ୟ ସରକାରୀ ଏବଂ ଘରୋଇ ପ୍ରତିଷ୍ଠାନକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। କଣ୍ଟେନମେଣ୍ଟ ଜୋନ୍ ଅଞ୍ଚଳ ଲୋକଙ୍କୁ ବିଏମ୍‌ସି ପକ୍ଷରୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେବାକୁ ବ୍ୟବସ୍ଥା ହୋଇଛି। ଗତ କିଛିଦିନ ଧରି ବିଏମ୍‌ସି ଅଞ୍ଚଳରେ ସଂକ୍ରମଣ ଧିରେ ଧିରେ ବଢୁଥିବା ନଜର ଆସିଛି।ଗତକାଲି ଦୈନିକ ସଂକମଣ ଦେଢ ଶହ ପାର ହୋଇଛି। ରାଜଧାନୀରେ ଏବେ ଆକ୍ଟିଭ୍‌ କେସ୍ ସଂଖ୍ୟା ୩ ହଜାର ୪୨୮ ରହିଛି।

ସୂଚନାଥାଉ କି, ଚଳିତ ବର୍ଷ ଜୁଲାଇରେ ଖଣ୍ଡଗିରି ସତ୍ୟସାଇ ଏନକ୍ଲେଭ HIGକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଥିଲା। ଏହାପରେ ରସୁଲଗଡ ନିକଟରେ ଥିବା ଗୁଞ୍ଜନ ପ୍ୟାଲେସ୍‌ ଆପାର୍ଟମେଣ୍ଟର ବ୍ଲକ-ବି କୁ ବିଏମସି ପକ୍ଷରୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିଲା। ଏସବୁ ଅଞ୍ଚଳରୁ ଅଧିକ କୋଭିଡ ପଜିଟିଭ ବାହାରି ଥିବାରୁ ବିଏମ୍‌ସି ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଥିଲା।

୨୪ ଘଣ୍ଟାରେ ରାଜ୍ୟରେ ୫୯୩ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪ ଜଣ ପ୍ରାଣ ହରାଇଛନ୍ତି । ଆଜି ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୮୦ ଆକ୍ରାନ୍ତ ଅଛନ୍ତି । ସେହିପରି କ୍ୱାରେଣ୍ଟିନରୁ ୩୪୬ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ଅଛନ୍ତି ୨୪୭ ଜଣ । ସବୁଦିନ ପରି ଆଜି ବି ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରାନ୍ତ ବାହାରିଛନ୍ତି । ଜିଲ୍ଲାରୁ ୨୯୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

Other Stories

  • Door step Vaccination
    COVID-19 ଘରେ ରହି କରୋନା ଟିକା ନେବେ ଶାରିରୀକ ଅକ୍ଷମ ବ୍ୟକ୍ତି

    ମୋବାଇଲ ଟିମ୍ ଘରକୁ ଯାଇ ଟିକା ଦେବେ। କେନ୍ଦ୍ରକୁ ଯାଇ ଟିକାନେବାକୁ ଅକ୍ଷମ ବ୍ୟକ୍ତିଙ୍କ ତାଲିକା ପ୍ରସ୍ତୁତ ଲାଗି ନିର୍ଦ୍ଦେଶ ଦିଆଯାଇଛି। ଆଜି ସନ୍ଧ୍ୟା ସୁଦ୍ଧା ତାଲିକା ଦେବାକୁ ଜିଲ୍ଲାପାଳମାନଙ୍କୁ ଚିଠି ଦିଆଯାଇଛି। ଭିନ୍ନକ୍ଷମ ଓ ଚଲାବୁଲା...

  • Guidelines Of Durga Puja
    COVID-19 ବ୍ରହ୍ମପୁରରେ ପୂଜା କଟକଣା: ମାଆଙ୍କ ଦର୍ଶନରୁ ବଞ୍ଚିତ ହେବେ ଶ୍ରଦ୍ଧାଳୁ

    ପୂଜା ମଣ୍ଡପରେ କୋଭିଡ୍ ନିୟମାବଳୀ ଭଙ୍ଗ ହେଲେ ପୂଜା କମିଟି ଦାୟୀ ରହିବ ବୋଲି ମହାନଗର ନିଗମ ପକ୍ଷରୁ କୁହାଯାଇଛି। କେବଳ ଏତିକି ନୁହେଁ, ଏଥର ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ନବରାତ୍ରି ଦାଣ୍ଡିଆ ପାଳନକୁ ସଂପୂର୍ଣ୍ଣ...

  • Maa Biraja Ratha Jatra
    COVID-19 କୋଭିଡ୍ କଟକଣାରେ ଗଡିବ ମା' ବିରଜାଙ୍କ ରଥ

    ପ୍ରତ୍ୟେକ ଦିନ ଅପରାହ୍ନ ୨ଟାରୁ ସକାଳ ୫ଟା ପର୍ଯ୍ୟନ୍ତ କଟକଣା ଜାରି ରହିବ। ସକାଳ ୫ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନେ ଦର୍ଶନ କରିପାରିବେ, କିନ୍ତୁ ରଥକୁ ଦୂରରୁ ଦର୍ଶନ କରିବେ। ରଥ ଉପରେ ଭୋଗ ଅର୍ପଣ ପାଇଁ ଭକ୍ତମାନଙ୍କୁ...

  • Vaccine by Drone
    COVID-19 ଡ୍ରୋନରେ ପହଞ୍ଚିଲା କରୋନା ଟିକା

    ସ୍ୱାସ୍ଥ୍ୟ କ୍ଷେତ୍ରରେ ଅନ୍ତ୍ୟୋଦୟ ଆଣିବା ପାଇଁ ଦେଶର ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟରେ ସ୍ୱାସ୍ଥ୍ୟସେବା ପହଁଚାଇବାର ଅଙ୍ଗୀକାର ବଦ୍ଧତାକୁ ଦୃଷ୍ଟିରେ ରଖି ଉତ୍ତର ପୂର୍ବାଂଚଳରେ ଆଇ ଡ୍ରୋନ୍ ବ୍ୟବସ୍ଥାର ଶୁଭାରମ୍ଭ ହୋଇଛି।