Advertisment

ଚୀନରେ ବଢୁଛି ସଂକ୍ରମଣ, ଲକଡାଉନ୍‌ କରିବା ଦିଗରେ ସରକାର

ଚୀନରେ ବେକାକୁ ହେଲାଣି କରୋନା। ଦିନକୁ ଦିନ ଚାଇନାର ବିଭିନ୍ନ ସହରରେ ବଢିଚାଲିଛି ସଂକ୍ରମଣର ସଂଖ୍ୟା। ତେଣୁ କରୋନାକୁ ନିୟନ୍ତ୍ରଣ କରିବାରେ ବଡ଼ ପଦକ୍ଷେପ ନେଇପାରନ୍ତି ଜିନପିଙ୍ଗ୍‌ ସରକାର। ଏପରିକି, ପୁଣି ଥରେ ଚାଇନାକୁ ଲକଡାଉନ୍‌ ଫେରିପାରେ ବୋଲି ଚର୍ଚ୍ଚା ଚାଲିଛି।

author-image
Sarbeswar
China

China

ବେଜିଂ: ଚୀନରେ ବେକାକୁ ହେଲାଣି କରୋନା। ଦିନକୁ ଦିନ ଚାଇନାର ବିଭିନ୍ନ ସହରରେ ବଢିଚାଲିଛି ସଂକ୍ରମଣର ସଂଖ୍ୟା। ତେଣୁ କରୋନାକୁ ନିୟନ୍ତ୍ରଣ କରିବାରେ ବଡ଼ ପଦକ୍ଷେପ ନେଇପାରନ୍ତି ଜିନପିଙ୍ଗ୍‌ ସରକାର। ଏପରିକି, ପୁଣି ଥରେ ଚାଇନାକୁ ଲକଡାଉନ୍‌ ଫେରିପାରେ ବୋଲି ଚର୍ଚ୍ଚା ଚାଲିଛି।

Advertisment

ଚାଇନାର ମୋଙ୍ଗୋଲିଆ ଅଞ୍ଚଳର କାଉଣ୍ଟି ଇଜିନରେ ବିଶେଷରି ସଂକ୍ରମଣ ବଢିବାରେ ପରେ ଚିନ୍ତା ବଢିଛି ସ୍ଥାନୀୟ ପ୍ରଶାସନର। ସ୍ଥିତି ଏମିତି ହେଲାଣି ଯେ, ଲୋକମାନଙ୍କୁ ବାହାରକୁ ବାହାରିବା ଉପରେ ରୋକ୍‌ ଲଗାଯାଇଛି। ସ୍ଥାନୀୟ ଅଂଚଳର ପ୍ରାୟ ୩୭ ହଜାର ଲୋକଙ୍କ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ସରକାର। ଯଦି ଏହି ନିୟମକୁ ଲୋକମାନେ ନମାନନ୍ତି ତେବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ଚେତାଇ ଦେଇଛନ୍ତି ଜିନପିଙ୍ଗ୍‌ ସରକାର। କୁହାଯାଉଛି ବର୍ତ୍ତମାନ ସମୟରେ କାଉଣ୍ଟି ଅଂଚଳ କରୋନାର ହଟସ୍ପଟ୍‌ ହୋଇଛି। ଲଗାତାର ଭାବରେ ସଂକ୍ରମଣ ସଂଖ୍ୟା ସେଠାରେ ବଢିବାରେ ଲାଗିଛି।

Advertisment

କୁହାଯାଉଛି, ଦିନକୁ ପ୍ରାୟ ୫୦୦ ରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି କେବଳ ଏହି ଅଂଚଳରୁ। ଗତ ୧୧ ଦିନ ମଧ୍ୟରେ ସଂକ୍ରମଣ ଅହେତୁକ ମାତ୍ରାରେ ବଢିବାରେ ଲାଗିଛି। ତେଣୁ ସଚେତନ ନହେଲେ ପୂର୍ବଦିନ ପରି ସ୍ଥିତି ଉପୁଜିବ ବୋଲି କୁହାଯାଉଛି। ତେଣୁ ସଂକ୍ରମଣକୁ ରୋକିବାକୁ ହେଲେ ଲକଡାଉନ୍‌ ନିତ୍ୟାନ୍ତ ଜରୁରୀ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହୁଛନ୍ତି। ଲୋକମାନଙ୍କର କରୋନା ସ୍ୱାବ ଟେଷ୍ଟ ପାଇଁ ପ୍ରତି ଗାଁରେ ଟେଷ୍ଟ କେନ୍ଦ୍ର ଖୋଲାଯାଇଥିବା ନେଇ ସୂଚନା ମିଳିଛି। କୁହାଯାଉଛି, ଡେଲଟା ଭ୍ୟାରିଆଂଟ୍‌ ହୋଇଥିବାରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି। ଆଉ ସମସ୍ତ ସଂକ୍ରମିତଙ୍କ ଚିକିତ୍ସା ମଧ୍ୟ ଚାଲିଛି। ଚାଇନ୍‌ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ଏହି ଭ୍ୟାରିଆଂଟ୍‌ ବିଦେଶରୁ ବ୍ୟାପୁଛି। ତେଣୁ ବିଦେଶ ଯାତ୍ରା ଉପରେ ମଧ୍ୟ କିଛିଟା ପ୍ରତିବନ୍ଧକ ଲଗାଯାଇଛି। ଯେପରି ସଂକ୍ରମଣ ଅଧିକ ନବ୍ୟାପେ ସେଥିଲାଗି ସରକାର ପ୍ରସ୍ତୁତ ଥିବା ସରକାର ସ୍ପଷ୍ଟ କରିଛନ୍ତି। ଏହାସହ ଯେଉଁମାନେ ବେଜିଂ ଗସ୍ତରେ ଯିବେ ସେମାନଙ୍କୁ କରୋନା ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି।

Corona Virus COVID-19 China
Advertisment
Advertisment