/odishatv-khabar/media/post_attachments/uploadimage/library/16_9/16_9_0/IMAGE_1631419780.jpg)
Cuttack SCB Medical
କଟକ: କଟକ ଏସ୍ସିବି ମେଡିକାଲରେ ଇକ୍ମୋ ବ୍ୟବସ୍ଥାରେ ଚିକିତ୍ସାଧୀନ ଥିବା ଆଉ ଜଣେ ରୋଗୀଙ୍କର ମୃତ୍ୟୁ ଘଟିଛି। ମୃତକ ନିଶ୍ଚିନ୍ତକୋଇଲି ଅଞ୍ଚଳର ଜଣେ ମହିଳା ବୋଲି ସୂଚନା ମିଳିଛି। ପ୍ରଥମ ଇକ୍ମୋ ରୋଗୀ ଭାବେ ସେ ଏସ୍ସିବିରେ ଭର୍ତ୍ତି ହୋଇଥିଲେ। ଉକ୍ତ ମହିଳାଙ୍କୁ ମିଶାଇ ବର୍ତ୍ତମାନ ସୁଦ୍ଧା ଇକ୍ମୋ ସେବାରେ ଚିକିତ୍ସାଧୀନ ଥାଇ ୪ ଜଣ ମୃତ୍ୟୁ ହୋଇ ସାରିଲାଣି। ବର୍ତ୍ତମାନ ଏହି ରୋଗୀଙ୍କ ମୃତ୍ୟୁ ପରେ SCBରେ ଇକ୍ମୋ ୟୁନିଟ ଖାଲି ହୋଇଯାଇଛି। ପୂର୍ବରୁ ବଲାଙ୍ଗିର, କେନ୍ଦ୍ରାପଡ଼ା ଓ ଭୁବନେଶ୍ୱରର ଜଣେ ରୋଗୀଙ୍କ ଇକ୍ମୋ ୟୁନିଟରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। SCBରେ ଇକ୍ମୋ ଚିକିତ୍ସା ଆରମ୍ଭ ହେବା ପରେ ବର୍ତ୍ତମାନ ସୁଦ୍ଧା ୪ ଜଣ ରୋଗୀ ଭର୍ତ୍ତି ହୋଇଥିଲେ ଓ ସମସ୍ତ ୪ ରୋଗୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି।
ଗତ ସେପ୍ଟେମ୍ବର ୧୧ରେ ଏସ୍ସିବିରେ ଇକ୍ମୋ ବ୍ୟବସ୍ଥାରେ ଚିକିତ୍ସାଧୀନ ଥିବା ଜଣେ ରୋଗୀଙ୍କର ମୃତ୍ୟୁ ଘଟିଥିଲା। ସେ ଥିଲେ ପ୍ରଥମ ରୋଗୀ, ଯିଏକି ଏସ୍ସିବିରେ ଇକ୍ମୋରେ ଚିକିତ୍ସାଧୀନ ଥାଇ ପ୍ରାଣ ହରାଇଥିଲେ। ମୃତକଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ। ଗତ ୨୯ ତାରିଖରେ ସମ୍ପୃକ୍ତ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହେବା ପରେ ତାଙ୍କ ଫୁସ୍ଫୁସ୍ ସଂକ୍ରମିତ ହୋଇଥିଲା। ଏହାପରେ ତାଙ୍କୁ ଏସ୍ସିବି କରୋନା ଓ୍ଵାର୍ଡରୁ ଇକ୍ମୋ ୟୁନିଟକୁ ସ୍ଥାନାନ୍ତର କରାଯାଇଥିଲା।
Also Read
ସୂଚନାଥାଉ କି, ଚଳିତ ବର୍ଷ ଅଗଷ୍ଟ ୨୭ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ଏସ୍ସିବିରେ ୯ଟି ଇକ୍ମୋ ମେସିନ୍ ଉଦ୍ଘାଟନ କରିଥିଲେ ଓ ଅଗଷ୍ଟ ୨୯ରେ ଇକ୍ମୋ ଚିକିତ୍ସା ଆରମ୍ଭ ହୋଇଥିଲା। ପ୍ରଥମ ଇକ୍ମୋ ରୋଗୀ ଭାବେ କଟକ ନିଶ୍ଚିନ୍ତକୋଇଲି ଅଞ୍ଚଳର ଜଣେ ମହିଳା ଭର୍ତ୍ତି ହୋଇଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)


/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)