Advertisment

ସେପ୍ଟେମ୍ବର ସୁଦ୍ଧା ଉପଲବ୍ଧ ହେବ ପିଲାଙ୍କ ପାଇଁ ଭାକ୍ସିନ-ଗୁଲେରିଆ

କରୋନା ମହାମାରୀ ପ୍ରଭାବ ଦେଶରେ ହ୍ରାସ ପାଇଥିଲେ ହେଁ ତୃତୀୟ ଲହର ଭୟ ମନରୁ ଯାଇନି। କରୋନାର ତୃତୀୟ ଲହରରେ ଛୋଟ ପିଲାମାନେ ବେଶି ପ୍ରଭାବିତ ହେବାର ଆଶଙ୍କା ରହିଛି। ହେଲେ ଏହା ଭିତରେ ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆଙ୍କ ସୂଚନା ଆଶ୍ୱସ୍ତି ଦେଇଛି।

author-image
Minati Mishra
ଅଦ୍ୟତନ ହୋଇଛି
ସେପ୍ଟେମ୍ବର ସୁଦ୍ଧା ଉପଲବ୍ଧ ହେବ ପିଲାଙ୍କ ପାଇଁ ଭାକ୍ସିନ-ଗୁଲେରିଆ

corona vaccine for children

ନୂଆଦିଲ୍ଲୀ:କରୋନା ମହାମାରୀ ପ୍ରଭାବ ଦେଶରେ ହ୍ରାସ ପାଇଥିଲେ ହେଁ ତୃତୀୟ ଲହର ଭୟ ମନରୁ ଯାଇନି। ଏପରିକି କେତେକ ସ୍ଥାନରେ ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ଏହା ତୃତୀୟ ଲହରର ପଦଧ୍ୱନି ବୋଲି ବିଶେଷଜ୍ଞମାନେ ଆଶଙ୍କା କରୁଛନ୍ତି। ସବୁଠାରୁ ବଡ କଥା ହେଲା, କରୋନାର ତୃତୀୟ ଲହରରେ ଛୋଟ ପିଲାମାନେ ବେଶି ପ୍ରଭାବିତ ହେବାର ଆଶଙ୍କା ରହିଛି। ହେଲେ ଏହା ଭିତରେ ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ ଆଶ୍ୱାସନା ଦେବା ପରି କଥା କହିଛନ୍ତି। ଗୁଲେରିଆ କହିଛନ୍ତି, ସେପ୍ଟେମ୍ବର ସୁଦ୍ଧା ପିଲାଙ୍କ ପାଇଁ କରୋନା ଭାକ୍ସିନ ଉପଲବ୍ଧ ହୋଇଯିବ। ଭାରତରେ ବର୍ତ୍ତମାନ ସୁଦ୍ଧା ୪୨ କୋଟିରୁ ଅଧିକ ଲୋକଙ୍କୁ ଟିକା ପ୍ରଦାନ କରାଯାଇ ସାରିଲାଣି। ସରକାର ଚଳିତବର୍ଷ ଶେଷ ସୁଦ୍ଧା ୧୮ ବର୍ଷରୁ ଅଧିକ ସମସ୍ତ ବ୍ୟକ୍ତିଙ୍କୁ ଟିକାକରଣ କରିବାର ଲକ୍ଷ୍ୟ ରଖିଛନ୍ତି। 

Advertisment

ସୂଚନାଥାଉ କି, କରୋନାର ୨ ଲହର ପ୍ରଭାବ ସମ୍ପୂର୍ଣ୍ଣ ଭାବେ ଶେଷ ହୋଇନାହିଁ। ତା’ ପୂର୍ବରୁ ତୃତୀୟ ଲହର ପାଇଁ ଚେତାବନୀ ଜାରି କରି ଦିଆଯାଇଛି। ଚେତାବନୀରେ କୁହାଯାଇଛି ତୃତୟ ଲହର ଶିଶୁମାନଙ୍କ ପାଇଁ ବିପଦ ଆଣିପାରେ। ତେବେ କରୋନା ଭାକ୍ସିନ ସଂକ୍ରମଣ ଚେନ ଭାଙ୍ଗିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଗୁଲେରିଆ କହିଛନ୍ତି। 

Advertisment

ଡ.ଗୁଲେରିଆ କହିଛନ୍ତି, ପିଲାଙ୍କ ପାଇଁ କରୋନା ଭାକ୍ସିନର ଟ୍ରାଏଲ ଶେଷ ହୋଇଛି। କେବଳ ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ମିଳିବାକୁ ଅପେକ୍ଷା ରହିଛି। ସେହିପରି ଭାରତ ବାୟୋଟେକ ପକ୍ଷରୁ ପ୍ରସ୍ତୁତ ପିଲାଙ୍କ ଭାକ୍ସିନର ଟ୍ରାଏଲ ଅଗଷ୍ଟ କିମ୍ବା ସେପ୍ଟେମ୍ବର ସୁଦ୍ଧ ଶେଷ ହୋଇଯିବ। କରୋନାର ତୃତୀୟ ଲହରକୁ ଦୃଷ୍ଟିରେ ରଖି ତୁରନ୍ତ ଭାକ୍ସିନକୁ ଗ୍ରୀନ୍‌ ସିଗନାଲ ମିଳିଯିବ। 

ଏଠି କହିରଖିବୁ, ଫାଇଜର ପକ୍ଷରୁ ପ୍ରସ୍ତୁତ ପିଲାଙ୍କ ଭାକ୍ସିନକୁ ଆମେରିକାର ସ୍ୱାସ୍ଥ୍ୟ ଏଜେନ୍ସି ଫୁଡ ଆଣ୍ଡ ଡ୍ରଗ୍‌ ରେଗୁଲେଟର ଅନୁମତି ଦେଇ ସାରିଛି। ସେପ୍ଟେମ୍ବରରେ ପିଲାଙ୍କୁ ଭାକ୍ସିନ ଦେବା ଆରମ୍ଭ ହେବ।

ସୂଚନଥାଉ କି,  ଦେଶରେ ଆଉ ୫୪୬ ଜୀବନ ନେଇଛି ମହାମାରୀ କରୋନା।  ଏହାକୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୨୦ ହଜାର ଟପିଛି । ସେହିପରି ୨୪ ଘଣ୍ଟାରେ ୩୯ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।  ଏହା ସହିତ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୧୩ ଲକ୍ଷ ୩୨ ହଜାର ଟପିଛି  । ଏବେ ଆକ୍ଟିଭ କେସ୍ ୪ ଲକ୍ଷ ୮ ହଜାର ଉପରେ  ରହିଛି। କରୋନାରୁ ସୁସ୍ଥ ହୋଇଛନ୍ତି ୩ କୋଟି ୫ ଲକ୍ଷରୁ ଅଧିକ  । ଏ ପର୍ଯ୍ୟନ୍ତ ୪୨ କୋଟି ୭୮ ଲକ୍ଷ ୮୨ ହଜାର ଡୋଜ୍ ଟିକାକରଣ କରାଯାଇଛି। 

COVID-19 Vaccine Indians On COVID Vaccination
Advertisment
Advertisment