Advertisment

'୧୮ବର୍ଷରୁ କମ୍ ବୟସ୍କଙ୍କୁ ସଂକ୍ରମଣ ଆଶଙ୍କା ସବୁଠୁ ବେଶୀ'

ଶିକ୍ଷାନୁଷ୍ଠାନରେ ଶିକ୍ଷକ ଓ କର୍ମଚାରୀ ଟିକାର ଦୁଇଟି ଯାକ ଡୋଜ୍ ନେବା ସହ ସଠିକ୍ କୋଭିଡ୍ ନିୟମ ମାନିବାକୁ ପଡ଼ିବ। ସେପଟେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି- ସମ୍ଭାବ୍ୟ ତୃତୀୟ ଲହରରେ ଶିଶୁମାନେ ଅଧିକ ସଂକ୍ରମିତ ହେବା ଆଶଙ୍କା ଦେଖି ରାଜ୍ୟ ସରକାର ଆଗୁଆ ପଦକ୍ଷେପ ନେଇଛନ୍ତି।

author-image
Chandan Shishu
ଅଦ୍ୟତନ ହୋଇଛି
'୧୮ବର୍ଷରୁ କମ୍ ବୟସ୍କଙ୍କୁ ସଂକ୍ରମଣ ଆଶଙ୍କା ସବୁଠୁ ବେଶୀ'

Corona Virus

ଭୁବନେଶ୍ୱର: କରୋନା କବଜାରେ କୋମଳମତି ଶିଶୁ। ୧୮ ବର୍ଷରୁ କମ୍ କିଶୋରଙ୍କୁ ହୁ ହୁ ମାଡୁଛି ମହାମାରୀ। ଅଗଷ୍ଟ ୧୪ରେ ଚିହ୍ନଟ ହୋଇଥିଲେ ୧୩୮। ତାପରେ ୨୪ ଘଣ୍ଟାରେ ପୁଣି ୧୦୪ ନୂଆ ସଂକ୍ରମିତ। ଟେନସନ୍ ବଢ଼ାଇଲାଣି ଦୈନିକ ଶହେ ପାର ଶିଶୁ ସଂକ୍ରମଣ ଟ୍ରେଣ୍ଡ। ଡିଏମ୍ଇଟି କହୁଛନ୍ତି- ଦେଶରେ ଦୈନିକ ସଂକ୍ରମଣ ହାର ମଧ୍ୟରୁ ୧୨ ପ୍ରତିଶତ ଶିଶୁ ଓ କିଶୋର ଥିବାବେଳେ ରାଜ୍ୟରେ ବି ସେହି ଅନୁପାତ ପ୍ରାୟ ସମାନ। ପ୍ରଥମ ଲହରରେ ଯେଉଁ ଟ୍ରେଣ୍ଡରେ ଥିଲା, ସେ ଟ୍ରେଣ୍ଡ ଆଜି ବି ଜାରି ରହିଛି। ଅନେକ ଲକ୍ଷଣ ବିହୀନ ରହୁଛନ୍ତି। ସିଭିୟରିଟି କମ୍ ରହୁଛି। ସଂକ୍ରମଣ ଉପର ମୁହାଁ ହେଲେ ଯାଇ ତୃତୀୟ ଲହର ବୋଲି ଜଣାପଡିବ।

Advertisment

୧୮ବର୍ଷରୁ କମ୍ ବୟସ୍କଙ୍କୁ କୋଭିଡ୍ ଟିକା ଦିଆଯାଇନଥିବାରୁ ସେମାନଙ୍କୁ ସଂକ୍ରମଣ ଆଶଙ୍କା ସବୁଠୁ ବେଶୀ। ଏଭଳି ସ୍ଥିତିରେ ସେମାନଙ୍କୁ ସୁରକ୍ଷିତ ପରିବେଶରେ ରଖିବା ନିହାତି ଦରକାର। ଶିକ୍ଷାନୁଷ୍ଠାନରେ ଶିକ୍ଷକ ଓ କର୍ମଚାରୀ ଟିକାର ଦୁଇଟି ଯାକ ଡୋଜ୍ ନେବା ସହ ସଠିକ୍ କୋଭିଡ୍ ନିୟମ ମାନିବାକୁ ପଡ଼ିବ। ସେପଟେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି- ସମ୍ଭାବ୍ୟ ତୃତୀୟ ଲହରରେ ଶିଶୁମାନେ ଅଧିକ ସଂକ୍ରମିତ ହେବା ଆଶଙ୍କା ଦେଖି ରାଜ୍ୟ ସରକାର ଆଗୁଆ ପଦକ୍ଷେପ ନେଇଛନ୍ତି। ଜିଲ୍ଲାରୁ ରାଜ୍ୟସ୍ତର ପର୍ଯ୍ୟନ୍ତ ଟାସ୍କ ଫୋର୍ସ ଗଠନ ହୋଇଛି କୋଭିଡ୍ ପଜିଟିଭ୍ ରିପୋର୍ଟ ଆସିନଥିଲେ ବି ଲକ୍ଷଣ ଥିଲେ, ତୁରନ୍ତ ଚିକିତ୍ସା ଆରମ୍ଭ କରିବାକୁ ସବୁ ମେଡିକାଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଏଯାଏ ଶିଶୁଙ୍କ ପାଇଁ ଆସିନି କରୋନା ଟିକା। ତେଣୁ ଏଠି ପ୍ରଶ୍ନ ମହମାରୀ କବଳରୁ କେମିତି ଶିଶୁଙ୍କୁ ରଖି ହେବ ସୁରକ୍ଷିତ? ବିଶେଷଜ୍ଞଙ୍କ ମତରେ,

Advertisment
  1. ଘରେ କେହି ସଂକ୍ରମିତ ହେଲେ, ଶିଶୁମାନଙ୍କଠାରୁ ତୁରନ୍ତ ଦୂରେଇ ରୁହନ୍ତୁ।
  2. ବାହାରକୁ ଯିବାର ଥିଲେ କିମ୍ବା ଘରେ କେହି ସଂକ୍ରମିତ ଥିଲେ ଶିଶୁମାନଙ୍କୁ ନିଶ୍ଚିତ ମାସ୍କ ପିନ୍ଧାନ୍ତୁ।
  3. ସାନିଟାଇଜର ଓ ସାବୁନ୍‌ରେ ବାରମ୍ବାର ଶିଶୁଙ୍କ ହାତ ଧୁଅନ୍ତୁ।
  4. ଜ୍ୱର, କାଶ ଓ ଦେହହାତ ଘୋଳାବିନ୍ଧା ଲାଗି ରହିଲେ ତୁରନ୍ତ କୋଭିଡ୍ ଟେଷ୍ଟ କରି ଡାକ୍ତରଙ୍କ ପରାମର୍ଶରେ ଔଷଧ ଦିଅନ୍ତୁ।
  5. କୌଣସି ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ବି ଲକ୍ଷଣ ନଥିଲେ ମଧ୍ୟ ଶିଶୁର ସ୍ୱାସ୍ଥ୍ୟ ଉପରେ ନଜର ରଖନ୍ତୁ।

ସେପଟେ ଦଶମ ପରେ ଆଜିଠୁ ଆରମ୍ଭ ହୋଇଛି ନବମ ପିଲାଙ୍କ କ୍ଲାସ ରୁମ୍ ପାଠପଢ଼ା। ଦୀର୍ଘ ଦିନ ପରେ ସ୍କୁଲ ଆସିଛନ୍ତି ଛାତ୍ରଛାତ୍ରୀ। ସକାଳ ୯ଟାରୁ କ୍ଲାସ ଆରମ୍ଭ ହୋଇ ଦିନ ୧୨ଟା ୩୦ ଯାଏଁ ଚାଲିବ। ସ୍କୁଲରେ ପ୍ରବେଶ ବେଳେ ଛାତ୍ରଛାତ୍ରୀଙ୍କୁ ଥର୍ମାଲ ସ୍କ୍ରିନିଂ କରାଯାଉଥିବାବେଳେ ସାମାଜିକ ଦୂରତ୍ୱ ରକ୍ଷା କରି ସିଟିଂ ଆରେଞ୍ଜମେଣ୍ଟ ବି ହୋଇଛି। କାରଣ ଏବେ ସମସ୍ତଙ୍କ ଫୋକସ୍‌ରେ ରହିଛି ପିଲାଙ୍କ ସଂକ୍ରମଣ ଟ୍ରେଣ୍ଡ।

ରିପୋର୍ଟ: ଭାଗୀରଥି ସାହୁ, କପିଳେନ୍ଦ୍ର ପ୍ରଧାନ, ଦେବାଶିଷ ମହାନ୍ତି

Corona Vaccine Odisha News DMET Director CBK Mohanty
Advertisment
Advertisment