/odishatv-khabar/media/post_attachments/uploadimage/library/16_9/16_9_0/_______1638085119.jpg)
Students Of VIMSAR Infected With Covid-19
ସମ୍ବଲପୁର: ସମ୍ବଲପୁର ବୁର୍ଲା ଭୀମସାର୍ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦ରେ ପହଞ୍ଚିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୫୯ ଜଣ ଛାତ୍ରଛାତ୍ରୀ ହୋଇଥିବାବେଳେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଅଛନ୍ତି। ପୂର୍ବରୁ ୫୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଗତକାଲି ଆଉ ଜଣେ ଛାତ୍ର ପଜିଟିଭ୍ ଚିହ୍ନଟ ହୋଇଥିଲେ।
ଆଉ ୨୧ ଜଣ ଛାତ୍ରଛାତ୍ରୀଙ୍କ ଠାରୁ ସଂଗ୍ରହ ହୋଇଥିବା ନମୁନା ଜିନୋମ୍ ସିକ୍ୱେନ୍ସିଂ ପାଇଁ ଆସନ୍ତାକାଲି ଭୁବନେଶ୍ୱରର ILSକୁ ପଠାଯିବ। ଜିନୋମ୍ ସିକ୍ୱେନ୍ସିଂ ପରେ ଜଣାପଡ଼ିବ ଆକ୍ରାନ୍ତଙ୍କ ଠାରେ କେଉଁ ଭ୍ୟାରିଏଣ୍ଟର ଭୂତାଣୁ ରହିଛି।
ଏଠାରେ ପ୍ରଶ୍ନ ଉଠୁଛି, କୋଭିଡ ଟିକାର ୨ଟି ଡୋଜ୍ ନେବା ସତ୍ତ୍ୱେ ପୁଣି କାହିଁକି ଏତେ ସଂଖ୍ୟକ ଛାତ୍ରଛାତ୍ରୀ ଆକ୍ରାନ୍ତ ହେଲେ। ଏହା ଜାଣିବାକୁ ଭୀମସାର୍ ପକ୍ଷରୁ ଜିନୋମ୍ ସିକ୍ୱେନ୍ସିଂ ପାଇଁ ପଠାଯିବ ବୋଲି ଭୀମସାର୍ କର୍ତ୍ତୃପକ୍ଷ କହିଛନ୍ତି। ଭୀମସାର୍ ଛାତ୍ରଛାତ୍ରୀ ପଜିଟିଭ ବାହାରିବା ପରେ ଏହାର କେତେକ ହଷ୍ଟେଲକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଥିବା ବେଳେ ଆଉ କିଛି ହଷ୍ଟେଲ୍ ଓ ଷ୍ଟାଫ୍ କର୍ଲ୍ଟର୍ସକୁ ବଫର୍ ଜୋନ୍ ଘୋଷଣା କରାଯାଇଛି।
କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ ଆତଙ୍କ ପରେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନୂଆ ଗାଇଡ୍ଲାଇନ୍ ଜାରି ହୋଇଛି। ନୂଆ ଭୁତାଣୁ ବିମାନ ବନ୍ଦରରେ ଆସିବା ଆଶଙ୍କା ରହିଛି। ତେଣୁ ଏୟାରପୋର୍ଟ ଉପରେ ସ୍ୱତନ୍ତ୍ର ନଜର ରଖିବାକୁ ଗାଇଡ୍ଲାଇନ୍ରେ କୁହାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)