Advertisment

ବେଙ୍ଗାଲୁରୁ ବୋର୍ଡିଂ ସ୍କୁଲରେ କରୋନା କହର : ୬୦ ଛାତ୍ର ସଂକ୍ରମିତ ଚିହ୍ନଟ

ବୋର୍ଡିଂ ସ୍କୁଲରେ କରୋନା କହର । କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁ ସ୍ଥିତ ଶ୍ରୀ ଚୈତନ୍ୟ ଶିକ୍ଷାନୁଷ୍ଠାନରେ ୬୦ ଜଣ ଛାତ୍ର କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରବିବାର ସନ୍ଧ୍ୟାରେ ସଂପୃକ୍ତ ଶିକ୍ଷାନୁଷ୍ଠାନର ଜଣେ ଛାତ୍ର ବାନ୍ତି ହେଉଥିବା କହିଥିଲେ । ତା’ପରେ ତୁରନ୍ତ ଛାତ୍ରଙ୍କର ନମୁନା ପରୀକ୍ଷା କରାଯାଇଥିଲେ ।

author-image
Prangyan Parimita
ଅଦ୍ୟତନ ହୋଇଛି
undefined

corona virus

ବେଙ୍ଗାଲୁରୁ : ବୋର୍ଡିଂ ସ୍କୁଲରେ କରୋନା କହର । କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁ ସ୍ଥିତ ଶ୍ରୀ ଚୈତନ୍ୟ ଶିକ୍ଷାନୁଷ୍ଠାନରେ ୬୦ ଜଣ ଛାତ୍ର କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରବିବାର ସନ୍ଧ୍ୟାରେ ସଂପୃକ୍ତ ଶିକ୍ଷାନୁଷ୍ଠାନର ଜଣେ ଛାତ୍ର ବାନ୍ତି ହେଉଥିବା କହିଥିଲେ । ତା’ପରେ ତୁରନ୍ତ ଛାତ୍ରଙ୍କର ନମୁନା ପରୀକ୍ଷା କରାଯାଇଥିଲେ । ସେଠାରେ ୪୮୦ ଜଣ ଛାତ୍ର ଥିବାବେଳେ ଆଶଙ୍କାରେ ସମସ୍ତଙ୍କର ନମୁନା ପରୀକ୍ଷଣ କରାଯାଇଥିଲା । ତେବେ ନମୁନା ପରୀକ୍ଷଣ ପରେ ୪୦ ଜଣ ଛାତ୍ର କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି ।

Advertisment

ବେଙ୍ଗାଲୁରୁ ସହରୀ ଡେପୁଟି କମିଶନର ଜେ ମଞ୍ଜୁନାଥ କହିଛନ୍ତି ଶ୍ରୀ ଚୈତନ୍ୟ ଶିକ୍ଷାନୁଷ୍ଠାନ ଏକ ବୋର୍ଡିଂ ସ୍କୁଲ । ଛାତ୍ରମାନେ ଗତ ଏକ ମାସ ହେଲା ବୋର୍ଡିଂ ସ୍କୁଲକୁ ଫେରିଥିଲେ । ତେବେ ଆସିବା ସମୟରେ ସେମାନଙ୍କ ଠାରେ କୌଣସି ଲକ୍ଷଣ ନଥିଲା । ବର୍ତ୍ତମାନ ୬୦ ଜଣ ଛାତ୍ର ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ମାତ୍ର ୨ ଜଣଙ୍କ ଠାରେ ଲକ୍ଷଣ ରହିଛି । ତେବେ ସମସ୍ତ ଛାତ୍ରଙ୍କର ନମୁନା ପରୀକ୍ଷଣ ହୋଇଛି । ତେବେ ସପ୍ତମ ଦିନରେ ପୁନର୍ବାର ନମୁନା ସଂଗ୍ରହ କରିବେ । ସଂକ୍ରମିତ ଚିହ୍ନଟ ହେବା ପରେ ଅକ୍ଟୋବର ୨୦ ପର୍ଯ୍ୟନ୍ତ ବୋର୍ଡିଂ ସ୍କୁଲ ବନ୍ଦ ରହିବ । ତେବେ ବର୍ତ୍ତମାନ ଚିନ୍ତା କରିବାର କୌଣସି କାରଣ ନାହିଁ । ପଜିଟିଭ୍ ଚିହ୍ନଟ ହୋଇଥିବା ୬୦ ଜଣ ଛାତ୍ରଙ୍କ ମଧ୍ୟରୁ ୧୪ ଜଣ ତାମିଲନାଡୁର ଏବଂ ଅବଶିଷ୍ଟ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଛନ୍ତି ।

Advertisment

ଅନ୍ୟପକ୍ଷରେ କର୍ଣ୍ଣାଟକରେ ମଙ୍ଗଳବାର ଦିନ ୬୨୯ ନୂତନ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୭ ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି । କର୍ଣ୍ଣାଟକର ସ୍ୱାସ୍ଥ୍ୟ ବିଭାଗର ଅନୁସାରେ ରାଜ୍ୟରେ ସଂକ୍ରମିତ ମୋଟ ସଂଖ୍ୟା ୨୯,୭୪,୫୨୮ ଏବଂ ମୃତକଙ୍କ ସଂଖ୍ୟା ୩୭,୭୬୩ କୁ ବୃଦ୍ଧି ପାଇଛି। ଗତକାଲି କରୋନାକୁ ମାତ ଦେଇ ୭୮୨ ଅଧିକ ଲୋକ ସୁସ୍ଥ ହେବା ପରେ ଆରୋଗ୍ୟ ମୋଟ ଲୋକଙ୍କ ସଂଖ୍ୟା ୨୯,୨୪,୧୦୨ କୁ ବୃଦ୍ଧି ପାଇଛି । ତେବେ ବର୍ତ୍ତମାନ ରାଜ୍ୟରେ ୧୨, ୬୩୪ ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି ।

Bengaluru Corona Boarding School
Advertisment
Advertisment