Advertisment

ବାଳିକା ହାଇସ୍କୁଲର ୧୦ ଛାତ୍ରୀ ପଜିଟିଭ

ଆଜି ରାଜ୍ୟରେ ୧୫୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏଥି ମଧ୍ୟରୁ ୮୯ ଜଣ କ୍ୱାରେଣ୍ଟାଇନ୍‌ରୁ ୬୨ ଜଣ ଲୋକାଲ କଣ୍ଟାକ୍ଟ ରହିଛନ୍ତି।

author-image
Chandan Shishu
ଅଦ୍ୟତନ ହୋଇଛି
School Students wearing Mask

School Students wearing Mask

ଅନୁଗୁଳ: ବାଲିପଟା ପଞ୍ଚାୟତ ବାଳିକା ହାଇସ୍କୁଲର ୧୦ ଛାତ୍ରୀ ପଜିଟିଭ ହୋଇଛନ୍ତି। ହାଇସ୍କୁଲର ଛାତ୍ରୀନିବାସରେ ରହୁଥିବା ୧୦ ଅନ୍ତେବାସିନୀ ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଣ୍ଟିଜେନ୍ ଟେଷ୍ଟରେ ପଜିଟିଭ ଆସିଛି, RTPCR ପାଇଁ ପଠାଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି। ସେପଟେ ଯାଜପୁର ଦଶରଥପୁର ସରକାରୀ ଆବାସିକ ବାଳିକା ବିଦ୍ୟାଳୟରେ ୯ ଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନେ ଷଷ୍ଠ ଓ ନବମ ଶ୍ରେଣୀର ଛାତ୍ରୀ ବୋଲି ଜଣାପଡ଼ିଛି। ମୋଟ ୧୯୫ ଛାତ୍ରୀ ପାଠ ପଢ଼ନ୍ତି। ଟେଷ୍ଟ ହୋଇଥିଲେ ମଧ୍ୟ ୯ ଜଣଙ୍କର ପଜିଟିଭ୍ ରିପୋର୍ଟ ଆସିଥିଲା।

Advertisment

ଜିଲ୍ଲା ମଙ୍ଗଳ ବିଭାଗ ଅଧୀନରେ ବିଦ୍ୟାଳୟଟି ରହିଥିବା ବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ କର୍ମଚାରୀଙ୍କର ଟେଷ୍ଟ କରାଯିବା ସହ ସ୍କୁଲ ପରିସରକୁ ସାନିଟାଇଜ କରାଯାଇଛି। ଏ ଯାଏଁ ରିପୋର୍ଟ ଆସିନାହିଁ। ବିଭାଗ ପକ୍ଷରୁ ଆକ୍ରାନ୍ତ ୯ ଛାତ୍ରୀଙ୍କୁ ସଙ୍ଗରୋଧରେ ରଖାଯାଇ ଚିକିତ୍ସା ଚାଲିଛି। ସେପଟେ ଏହି ଘଟଣା ଉପରେ ନଜର ରଖାଯାଇଥିବା ଜିଲ୍ଲାର ସମସ୍ତ ଆବାସିକ ବିଦ୍ୟାଳୟରେ ଟେଷ୍ଟିଂ କରାଯାଉଥିବା ଯାଜପୁର ଜିଲ୍ଲାପାଳ ସୁଚନା ଦେଇଛନ୍ତି।

ଆଜି ରାଜ୍ୟରେ ୧୫୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏଥି ମଧ୍ୟରୁ ୮୯ ଜଣ କ୍ୱାରେଣ୍ଟାଇନ୍‌ରୁ ୬୨ ଜଣ ଲୋକାଲ କଣ୍ଟାକ୍ଟ ରହିଛନ୍ତି। 

Advertisment
Corona Covid Positive Anugul
Advertisment
Advertisment