• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ୧୬ରେ ନବୀନଙ୍କ ସହ ଆଲୋଚନା କରିବେ ମୋଦି ।
     

  • ୬ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ।

     

  • ଦିନ ୧୧ଟା ବେଳେ ଭିଡିଓ କନଫରେନ୍ସିଂ ଦ୍ୱାରା ଏହି ସମୀକ୍ଷା ବୈଠକ ହେବ ।

ନୂଆଦିଲ୍ଲୀ: ଆସନ୍ତା ଶୁକ୍ରବାର ପ୍ରଧାନମନ୍ତ୍ରୀ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କରୋନା ସ୍ଥିତି ନେଇ ଆଲୋଚନା କରିବେ । କେବଳ ଓଡ଼ିଶା ନୁହେଁ ଅନ୍ୟ କେତେକ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହିତ କୋଭିଡ ସ୍ଥିତି ନେଇ ଆଲୋଚନା କରିବେ । ସେହି ରାଜ୍ୟ ଗୁଡ଼ିକ ହେଲା ତାମିଲନାଡୁ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ଓଡ଼ିଶା, ମହାରାଷ୍ଟ୍ର ଓ କେରଳ । ଏହି ସବୁ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ମୋଦି ସ୍ଥିତକୁ ଯାଞ୍ଚ କରିବେ ।  ୧୬ ତାରିଖ (ଶୁକ୍ରବାର) ଦିନ ୧୧ଟା ବେଳେ ଭିଡିଓ କନଫରେନ୍ସିଂ ଦ୍ୱାରା ଏହି ସମୀକ୍ଷା ବୈଠକ ହେବ ।

ସଂକ୍ରମଣ ରୋକିବାକୁ କ’ଣ ସବୁ ପଦକ୍ଷେପ ନିଆଯାଇଛି ? ଟିକା କରଣ କାର୍ଯ୍ୟକ୍ରମ କେମିତି ଚାଲିଛି ? ଆଗକୁ ସମ୍ଭାବ୍ୟ ତୃତୀୟ ଲହରକୁ ନେଇ କେମିତି ପ୍ରସ୍ତୁତି କରାଯାଇଛି, ସେ ସବୁ ବିଷୟରେ ମୋଦି ୬ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିବେ । ଆଗାମୀ ରଣନୀତି ସମ୍ପର୍କରେ ମଧ୍ୟ ମୋଦି ମୁଖ୍ୟମନ୍ତ୍ରୀମାନଙ୍କୁ ଗୁରୁମନ୍ତ୍ର ଦେବେ ।

ଅନ୍ୟପଟେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୮ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କରୋନା ସ୍ଥିତି ନେଇ ଆଲୋଚନା କରିଛନ୍ତି । ଦେଶରେ କୋଭିଡ୍ ସଂକ୍ରମଣ କମୁଥିବା ବେଳେ ଉତ୍ତର-ପୂର୍ବ ରାଜ୍ୟ ଗୁଡ଼ିକରେ ସଂକ୍ରମଣ ବୃଦ୍ଧି ପାଉଛି । ଏହାକୁ କେମିତି ନିୟନ୍ତ୍ରଣ କରି ହେବ ସେନେଇ ଆଜି ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଉତ୍ତର-ପୂର୍ବାଞ୍ଚଳର ୮ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ସେଗୁଡ଼ିକ ହେଲା ଆସାମ, ମେଘାଳୟ, ମଣିପୁର, ମିଜୋରାମ, ସିକିମ, ତ୍ରିପୁରା, ନାଗାଲାଣ୍ଡ ଓ ଅରୁଣାଚଳ ପ୍ରଦେଶ । ଏହି ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । କରୋନା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀମାନଙ୍କୁ ମାର୍ଗଦର୍ଶନ କରିଛନ୍ତି ପ୍ରଧାନମନ୍ତ୍ରୀ । ଆମକୁ ଆହୁରି ଅଧିକ ସତର୍କ ରହିବାକୁ ପଡ଼ିବ ବୋଲି ସେ କହିଛନ୍ତି ।

ବିନା ମାସ୍କରେ ଲୋକେ ହିଲ୍‌ଷ୍ଟେସନକୁ ଯିବା ଆସିବା କରୁଥିବାରୁ ଚିନ୍ତା ବଢିଛି । ତେବେ ଅଧିକ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ କରି ସଂକ୍ରମଣ ରୋକିବାକୁ ପଡ଼ିବ । ବିଗତ ଦେଢ଼ ବର୍ଷର ଆମର ଅଭିଜ୍ଞତାକୁ ମଧ୍ୟ ଏଠାରେ ପ୍ରୟୋଗ କରିବାକୁ ପଡ଼ିବ । କରୋନାର ପ୍ରତି ଭ୍ୟାରିଆଣ୍ଟ ଉପରେ ଆମକୁ ନଜର ରଖିବାକୁ ପଡ଼ିବ । ଆମେ ସତର୍କ ରହିଲେ ଆସୁଥିବା ତୃତୀୟ ଲହରକୁ ରୋକି ପାରିବା । ତେବେ ଟିକାକରଣ ତ୍ୱରାନ୍ୱିତ କରିବାକୁ ମୁଖ୍ୟମନ୍ତ୍ରୀମାନଙ୍କୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ।