Advertisment

ପୁଣି ବଢିଲା ଡିଜେଲ ଦର; ପ୍ରମୁଖ ସହରରେ କେତେ ରହିଛି ତୈଳ ଦର, ଜାଣନ୍ତୁ

ଦେଶରେ ପୁଣି ଥରେ ବଢିଛି ତୈଳ ଦର । ସେପ୍ଟେମ୍ବର ୨୭ ଅର୍ଥାତ୍‌ ସୋମବାର  ତୃତୀୟ ଦିନ ପାଇଁ ପୁଣି ଥରେ ବଢିଛି ଡିଜେଲ ଦର ।

author-image
Minati Mishra
Diesel, Petrol Price Hike

Diesel, Petrol Price Hike

ନୂଆଦିଲ୍ଲୀ:ଦେଶରେ ପୁଣି ଥରେ ବଢିଛି ତୈଳ ଦର । ସେପ୍ଟେମ୍ବର ୨୭ ଅର୍ଥାତ୍‌ ସୋମବାର  ତୃତୀୟ ଦିନ ପାଇଁ ପୁଣି ଥରେ ବଢିଛି ଡିଜେଲ ଦର । ଆଜି ଅଏଲ ମାର୍କେଟିଂ କମ୍ପାନୀଗୁଡ଼ିକ ଡିଜେଲ ଦର ପୁଣି ଥରେ ୨୫ ପଇସାରୁ ୨୭ ପଇସା ବୃଦ୍ଧି କରିଛନ୍ତି। ଆଜିର ଦର ବୃଦ୍ଧି ପରେ ଦିଲ୍ଲୀରେ ଡିଜେଲ ଦର ଲିଟର ପିଛା ୮୯.୦୭ ଟଙ୍କାରୁ ବୃଦ୍ଧି ପାଇ ୮୯.୩୨ ଟଙ୍କାରେ ପହଞ୍ଚିଛି। 

Advertisment

ସୂଚନାଥାଉ କି, ଏହା ପୂର୍ବରୁ ଡିଜେଲ ଦର ରବିବାର ଦିନ ମଧ୍ୟ ବୃଦ୍ଧି ପାଇଥିଲା। ସେହିପରି ଶୁକ୍ରବାର ଦିନ ତୈଳ ଦର ବୃଦ୍ଧି ଘଟିଥିଲା। ତେବେ ଡିଜେଲ ଦର ବୃଦ୍ଧି ପାଉଥିଲେ ମଧ୍ୟ ପେଟ୍ରୋଲ ଦର ସ୍ଥିର ରହିଛି।  ଆଜିର ଡିଜେଲ ଦର ବୃଦ୍ଧି ପରେ ମୁମ୍ବାଇରେ ଡିଜେଲ ଲିଟର ପିଛା ଦର ୯୬.୬୮ରୁ ବୃଦ୍ଧି ପାଇ ୯୬.୯୪ରେ ପହଞ୍ଚି ଯାଇଛି। ସେହିପରି ପେଟ୍ରୋଲ ୧୦୭.୨୬ ଟଙ୍କାରେ ସ୍ଥିର ରହିଛି। 

ପ୍ରମୁଖ ସହରରେ ଆଜିର ପେଟ୍ରୋଲ, ଡିଜଲ ଦର

ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛି ୧୦୧.୧୯ ଟଙ୍କା ଏବଂ ଡିଜେଲ ଦର ୮୮.୮୨ ଟଙ୍କା ରହିଛି। ସେହିପରି ମୁମ୍ବାଇରେ ପେଟ୍ରୋଲ ଦର ଲିଟର ପିଛା ୧୦୭ ଟଙ୍କା୨୬ ପଇସା ଥିବାବେଳେ ଡିଜେଲ ଦର ୯୬.୪୧ ରହିଛି। କୋଲକାତାରେ ପେଟ୍ରୋଲ ଦର ୧୦୧ ଟଙ୍କା ୬୨ ପଇସା ଥିବାବେଳେ ଡିଜେ  ଦର ରହିଛି ୯୨.୪୨ ପଇସା। ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା ଦର ୯୮.୯୬ ଥିବାବେଳେ ଡିଜେଲ ଦର ରହିଛି ୯୩ ଟଙ୍କା ୯୩ ପଇସା ।

Advertisment

ସୂଚନାଥାଉ କି, ବିଦେଶୀ ମୁଦ୍ରା ବିନିମୟ ଦର ଏବଂ ଅନ୍ତରାଷ୍ଟ୍ରୀୟ ବଜାରରେ କ୍ରୁଡ ଦାମକୁ ଦୃଷ୍ଟିରେ ରଖି ପ୍ରତିଦିନ ସକାଳ ୬ଟାରେ ନୂଆ ତୈଳ ଦର ଜାରି କରାଯାଇଥାଏ। ମୋବାଇଲରେ ମେସେଜ କରି ଆପଣ ନିଜ ସହରର ପେଟ୍ରୋଲ ଡିଜେଲ ଦର ଜାଣିପାରିବେ। ଏଥିପାଇଁ ଇଣ୍ଡିଆନ ଅଏଲ SMS ସେବା ଅନୁଯାୟୀ, ମୋବାଇଲ ନମ୍ବର 9224992249ରେ ମେସେଜ କରିପାରିବେ। ପ୍ରଥମେ RSP<ସ୍ପେଶ୍‌>ପେଟ୍ରୋଲ ପମ୍ପ ଡିଲର କୋଡ ଲେଖି ଉକ୍ତ ନମ୍ବରରେ ପଠାନ୍ତୁ।  ନିଜ ଅଞ୍ଚଳର  RSP କୋଡ  ସାଇଟରୁ ଚେକ୍‌ କରିପାରବେ। ମେସେଜ ପଠାଇ ସାରିବା ପରେ ଆଜିର ତୈଳ ଦର ମୋବାଇଲ ମେସେଜକୁ ଆସିଯିବ। 

Petrol Diesel Price Rise
Advertisment
Advertisment