Advertisment

ସୁନା ବଜାରରେ ଆଶ୍ୱସ୍ତି : ୭ ହଜାର ପର୍ଯ୍ୟନ୍ତ ଶସ୍ତା

ଆପଣମାନେ ସୁନା କିଣିବାକୁ ଚାହୁଁଛନ୍ତି କି? ତେବେ ବିଳମ୍ବ କରନ୍ତୁ ନାହିଁ। ଏବେ ଆପଣଙ୍କ ପାଖରେ ଏକ ସୁବର୍ଣ୍ଣ ସୁଯୋଗ ଅଛି। ବର୍ତ୍ତମାନ ସୁନା କିଣିବା ବିନିଯୋଗ କ୍ଷେତ୍ରରେ ମଧ୍ୟ ଲାଭ ଦେଇପାରେ। ପୁଣି ଥରେ ସୁନାରେ ଉତ୍ସାହ ବଢୁଥିବା ପରି ମନେ ହେଉଛି। ଜୁଲାଇର ଶେଷ ବାଣିଜ୍ୟ ଦିନ ଶୁକ୍ରବାର (ଜୁଲାଇ ୩୦) ସୁନା-ରୂପା ମୂଲ୍ୟରେ ବୃଦ୍ଧି ଘଟିଥିଲା।

author-image
Pramod Behera
ସୁନା ବଜାରରେ ଆଶ୍ୱସ୍ତି : ୭ ହଜାର ପର୍ଯ୍ୟନ୍ତ ଶସ୍ତା

Gold Price

ନୂଆଦିଲ୍ଲୀ : ଆପଣମାନେ ସୁନା କିଣିବାକୁ ଚାହୁଁଛନ୍ତି କି? ତେବେ ବିଳମ୍ବ କରନ୍ତୁ ନାହିଁ। ଏବେ ଆପଣଙ୍କ ପାଖରେ ଏକ ସୁବର୍ଣ୍ଣ ସୁଯୋଗ ଅଛି। ବର୍ତ୍ତମାନ ସୁନା କିଣିବା ବିନିଯୋଗ କ୍ଷେତ୍ରରେ ମଧ୍ୟ ଲାଭ ଦେଇପାରେ। ପୁଣି ଥରେ ସୁନାରେ ଉତ୍ସାହ ବଢୁଥିବା ପରି ମନେ ହେଉଛି। ଜୁଲାଇର ଶେଷ ବାଣିଜ୍ୟ ଦିନ ଶୁକ୍ରବାର (ଜୁଲାଇ ୩୦) ସୁନା-ରୂପା ମୂଲ୍ୟରେ ବୃଦ୍ଧି ଘଟିଥିଲା। ଅନ୍ୟପକ୍ଷରେ, MCX ଉପରେ ମୂଲ୍ୟ ପୁଣି ୪୮,୦୦୦ ଅତିକ୍ରମ କରିଛି। ଅବଶ୍ୟ, ଏହା ସତ୍ତ୍ୱେ ସୁନା ପ୍ରାୟ ଶସ୍ତା ହୋଇ ଏହାର ସର୍ବକାଳୀନ ୫,୬୨୫୪ ଟଙ୍କାରୁ ପ୍ରାୟ ୭,୮୩୦ ଟଙ୍କା ଶସ୍ତା ହୋଇଛି। ପ୍ରକାଶଥାଉ ଯେ ଗତ ବର୍ଷ ଅଗଷ୍ଟ ମାସରେ ସୁନା ଉଚ୍ଚ ସ୍ତରରେ ଥିଲା। ଡଲାରର ଦୁର୍ବଳତା ଏବଂ ଫେଡେରାଲ ରିଜର୍ଭର କୋମଳ ଆଭିମୁଖ୍ୟ ଯୋଗୁଁ ସୁନାକୁ ସମର୍ଥନ ମିଳିଛି।

Advertisment

Comex ଉପରେ ସୁନା ୬ ସପ୍ତାହର ଉଚ୍ଚ ସ୍ତରର ବ୍ୟବସାୟ କରୁଛି। MCX ରେ, ସୁନା ମୂଲ୍ୟ ୪୮,୩୦୦ରୁ ଅଧିକ ହୋଇଛି। ଡଲାରରେ ଦୁର୍ବଳତା, ଫେଡେରାଲ ରିଜର୍ଭଙ୍କ ଆଭିମୁଖ୍ୟ ଯୋଗୁଁ ସୁନାକୁ ସାହାରା ମିଳିଛି। ତେବେ ୬ ମାସ ପରେ ଭାରତର ଚାହିଦା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ପ୍ରଥମ ୬ ମାସରେ ଭାରତର ଚାହିଦା ୫ ବର୍ଷର ହାରାହାରି ଠାରୁ ୩୫% କମ୍ ରହିଛି। ପ୍ରକାଶଥାଉ ଯେ ତେବେ ସୁନା ବିନିଯୋଗ କରିବା ପାଇଁ ଏହା ଉପଯୁକ୍ତ ସମୟ ବୋଲି ବଜାର ବିଶେଷଜ୍ଞମାନେ କହୁଛନ୍ତି, କାରଣ ଦୀପାବଳି ପର୍ଯ୍ୟନ୍ତ ସୁନା ଆହୁରି ଅଧିକ ମହଙ୍ଗା ହେବ। ଏନେଇ ନିବେଶକମାନଙ୍କୁ ଫାଇଦା ହେବ।

Advertisment

ସେହିପରି ଯଦି ରୂପା କ୍ଷେତ୍ରକୁ ଦେଖାଯାଏ ତେବେ ଗତକାଲିର ଜୋରଦାର ଗତିରେ ବ୍ରେକ୍ ଦିଆଯାଇଛି। ଡଲାରରେ ଦୁର୍ବଳତା, ଫେଡ୍‌ର ନରମ ଆଭିମୁଖ୍ୟ ସମର୍ଥନ ପାଇବାରେ ଲାଗିଛି। ମେଟାଲ୍ସର ବୃଦ୍ଧିତୁ ରୂପାକୁ ସମର୍ଥନ ମିଳିଛି। ଶୁକ୍ରବାର ରୂପା କିଲୋଗ୍ରାମରେ ୨୩୨ ଟଙ୍କା ବୃଦ୍ଧି ପାଇ ୬୮୧୧୩ଟଙ୍କା ହୋଇଥିବାବେଳେ ସୁନାରୂପା ବଜାରରେ ସୁନା କ୍ଷେତ୍ରରେ ୧୦ ଗ୍ରାମ ପିଛା ୬୫ ଟଙ୍କା ବୃଦ୍ଧି ପାଇ ୪୮୪୨୩ ଟଙ୍କା ହୋଇଛି। ଏହା ସତ୍ତ୍ୱେ ସୁନା ଏହାର ସର୍ବକାଳୀନ ମୂଲ୍ୟ ୫୬୨୫୪ ଟଙ୍କାରୁ ପ୍ରାୟ ୭୮୩୧ ଟଙ୍କା ଶସ୍ତା ହୋଇଛି।

ଯଦି ଆପଣଙ୍କର କମ୍ ଟଙ୍କା ଅଛି କିନ୍ତୁ ଆପଣ ପସନ୍ଦ କରୁଥିବା ଅଳଙ୍କାରର ମୂଲ୍ୟ ଅଧିକ, ତେବେ AUGMONT- ଆପଣଙ୍କୁ EMI ରେ ଅଳଙ୍କାର କିଣିବାର ବିକଳ୍ପ ଦେଉଛି। AUGMONT- EMI ରେ ସପିଂର ବିକଳ୍ପ ପ୍ରଦାନ କରାଯାଉଛି। ଏଥିପାଇଁ ଆପଣଙ୍କୁ ପ୍ରଥମେ ୨୦% ଡାଉନ୍‌ପେମେଣ୍ଟ୍‌ କରିବାକୁ ପଡିବ। ୨୦ ପ୍ରତିଶତ ଦେୟ ପରେ EMI ସ୍ଥିର ହେବ। ଶେଷ EMI ଦେୟର ୧୦ ଦିନ ମଧ୍ୟରେ ବିତରଣ ହେବ। AUGMONT ରୁ ଏହି EMI ବିକଳ୍ପ ସ୍ୱଳ୍ପ ଆୟ କରୁଥିବା ବ୍ୟକ୍ତିଙ୍କ ପାଇଁ ବହୁତ ଫଳପ୍ରଦ ହେବ। ଏଥିପାଇଁ ଗ୍ରାହକଙ୍କୁ କୌଣସି ଅତିରିକ୍ତ ଖର୍ଚ୍ଚ କରିବାକୁ ପଡିବ ନାହିଁ।

Gold Prices Fall Gold
Advertisment
Advertisment