Advertisment

ରେକର୍ଡ ସ୍ତରରୁ ୯,୩୦୦ ଟଙ୍କା ଶସ୍ତା ହେଲା ସୁନା, ରୂପା ଦର ବି କମିଲା

ଆଜି ସୁନା ଓ ରୂପା ଦର ହ୍ରାସ ଘଟିଛି। Multi Commodity Exchange(MCX)ରେ ଆଜି ସୁନା ୧୩୦ ଟଙ୍କା ଅର୍ଥାତ୍‌ ୦.୨୮% ହ୍ରାସ ଘଟି ପ୍ରତି ୧୦ ଗ୍ରାମକୁ ୪୬,୯୦୮ ଟଙ୍କାରେ କାରବାର ଚାଲିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Women Buying Gold

Women Buying Gold

ନୂଆଦିଲ୍ଲୀ: ଆଜି ସୁନା ଓ ରୂପା ଦର ହ୍ରାସ ଘଟିଛି। Multi Commodity Exchange(MCX)ରେ ଆଜି ସୁନା ୧୩୦ ଟଙ୍କା ଅର୍ଥାତ୍‌ ୦.୨୮% ହ୍ରାସ ଘଟି ପ୍ରତି ୧୦ ଗ୍ରାମକୁ ୪୬,୯୦୮ ଟଙ୍କାରେ କାରବାର ଚାଲିଛି। ସେହିପରି ରୂପା ୨୫୭ ଟଙ୍କା ଅର୍ଥାତ୍‌ ୦.୪୦% ହ୍ରାସ ଘଟି ପ୍ରତି କିଲୋକୁ ୬୩,୯୨୬ ଟଙ୍କା ରହିଛି। ଆଜି ଅନ୍ତର୍ଜାତୀୟ ବଜାରରେ ମଧ୍ୟ ସୁନା ଦର କମି ଥିବା ଦେଖିବାକୁ ମିଳିଛି। 

Advertisment

ଗତବର୍ଷ ଅଗଷ୍ଟରେ ସୁନା ଦର ପ୍ରତି ୧୦ ଗ୍ରାମକୁ ୫୬,୨୦୦ ଟଙ୍କା ଉଚ୍ଚତମ ସ୍ତରରେ ପହଞ୍ଚି ଥିଲା। ବର୍ତ୍ତମାନ ସୁନା ଦର MCXରେ ପ୍ରତି ୧୦ ଗ୍ରାମକୁ ୧୩୦ ଟଙ୍କା ଶସ୍ତା ହୋଇଛି। ଅର୍ଥାତ୍‌ ସୁନା ଦର ଏହାର ଅଲ୍‌ ଟାଇମ୍‌ ରେକର୍ଡରୁ ୯,୩୦୦ ଟଙ୍କା ଶସ୍ତା ହୋଇଛି। ଏହି ଆଧାରରେ ଯଦି ଏବେ ସୁନାରେ ନିବେଶ କରନ୍ତି, ତା’ହେଲେ ଲାଭ ମିଳିପାରେ ବୋଲି ଏକ୍ସପର୍ଟମାନେ କହିଛନ୍ତି। ତେବେ ଚଳିତ ବର୍ଷ ସୁନା ଦର ୬୦ ହଜାର ଟଙ୍କା ପର୍ଯ୍ୟନ୍ତ ପହଞ୍ଚିପାରେ ବୋଲି ଏକ୍ସପର୍ଟମାନେ ଆକଳନ କରିଛନ୍ତି। 

Good Returnsର ଏକ ରିପୋର୍ଟ ଅନୁସାରେ, ଆଜି ୨୪ କ୍ୟାରେଟ୍‌ ସୁନା ପ୍ରତି ୧୦ ଗ୍ରାମକୁ ୪୭,୦୦୦ ଟଙ୍କା ଥିବାବେଳେ ରୂପା ଦର ପ୍ରତି କିଲୋକୁ ୬୩,୯୦୦ ଟଙ୍କା ରହିଛି। ଗତକାଲି ସୁନା ପ୍ରତି ୧୦ ଗ୍ରାମକୁ ୪୭,୧୨୦ ଟଙ୍କା ଥିବାବେଳେ ରୂପା ପ୍ରତି କିଲୋକୁ ୬୪,୮୦୦ଟଙ୍କା ଥିଲା। ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଆଜି ୨୨ କ୍ୟାରେଟ୍‌ ସୁନା ପ୍ରତି ୧୦ ଗ୍ରାମକୁ ୪୫,୮୯୦ ଟଙ୍କା ଥିବାବେଳେ ୨୪ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମକୁ ୪୮,୦୯୦ ଟଙ୍କା ରହିଛି। 

Advertisment

ଯଦି ଆପଣ ସୁନାର ଶୁଦ୍ଧତା ଚେକ୍‌ କରିବାକୁ ଚାହୁଁଛନ୍ତି, ତା’ହେଲେ ଆପଣ ‘BIS Care app’ରେ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ। ଏହି ଆପ୍‌ ମାଧ୍ୟମରେ ଆପଣ କେବଳ ସୁନାର ଶୁଦ୍ଧତା ଯାଞ୍ଚ କରାଯିବା ସହ ଏହା ସହ ଜଡ଼ିତ କୌଣସି ଜିନିଷକୁ ନେଇ ଅଭିଯୋଗ ମଧ୍ୟ କରିପାରିବେ।

Gold Price Today Gold Price Silver Price
Advertisment
Advertisment