Advertisment

ରେକର୍ଡ ସ୍ତରରୁ ୮,୭୫୦ ଟଙ୍କା ଶସ୍ତା ହେଲା ସୁନା

ସୁନା-ରୂପା ଦରରେ ହ୍ରାସ ଜାରି ରହିଛି। ଲଗାତାର ଭାବେ ସୁନା ଦର ହ୍ରାସ ପାଇ ଏହା ରେକର୍ଡ ସ୍ତରରୁ ତଳକୁ ଖସିଛି। ଆଜି ସୁନା ଦର MCXରେ ପ୍ରତି ୧୦ ଗ୍ରାମକୁ ୪୭,୭୭୦ ଟଙ୍କାରେ ପହଞ୍ଚିଛି। ଅର୍ଥାତ୍‌ ଏବେ ସୁନା ରେକର୍ଡ ସ୍ତରରୁ ପାଖାପାଖି ୮,୭୫୦ ଟଙ୍କା ଶସ୍ତା ହୋଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
ରେକର୍ଡ ସ୍ତରରୁ ୮,୭୫୦ ଟଙ୍କା ଶସ୍ତା ହେଲା ସୁନା

Gold Ornaments

ନୂଆଦିଲ୍ଲୀ: ସୁନା-ରୂପା ଦରରେ ହ୍ରାସ ଜାରି ରହିଛି। ଲଗାତାର ଭାବେ ସୁନା ଦର ହ୍ରାସ ପାଇ ଏହା ରେକର୍ଡ ସ୍ତରରୁ ତଳକୁ ଖସିଛି। ୨୦୨୦ରେ Multi Commodity Exchange(MCX)ରେ ୧୦ ଗ୍ରାମ ସୁନା ଦର ୫୬,୧୯୧ ଟଙ୍କା ରେକର୍ଡ ସ୍ତରରେ ପହଞ୍ଚିଥିଲା। ଆଜି ସୁନା ଦର MCXରେ ପ୍ରତି ୧୦ ଗ୍ରାମକୁ ୪୭,୭୭୦ ଟଙ୍କାରେ ପହଞ୍ଚିଛି। ଅର୍ଥାତ୍‌ ଏବେ ସୁନା ରେକର୍ଡ ସ୍ତରରୁ ୮,୭୫୦ ଟଙ୍କା ଶସ୍ତା ହୋଇଛି। 

Advertisment

ବିଶ୍ୱ ବଜାରରେ ମଧ୍ୟ ସୁନା ଦର ହ୍ରାସ ଦେଖିବାକୁ ମିଳିଛି। ଫଳରେ ଦିଲ୍ଲୀ ସର୍ରାଫା ବଜାରରେ ସୁନା ଦର ହ୍ରାସ ପାଇଛି। ବୁଧବାର ସୁନା ଦର ପ୍ରତି ୧୦ ଗ୍ରାମକୁ ୪୬,୯୦୩ ଟଙ୍କାରେ ପହଞ୍ଚି ଥିବାବେଳେ ରୂପା ୭୬୨ ଟଙ୍କା ହ୍ରାସ ପାଇ ପ୍ରତି କିଲୋକୁ ୬୮,୫୬୦ ଟଙ୍କାରେ ପହଞ୍ଚି ଥିଲା। 

MCXରେ ଆଜି ସୁନା ୦.୩% ହ୍ରାସ ପାଇ ୪୭,୭୭୬ ଟଙ୍କାରେ ପହଞ୍ଚି ଥିବାବେଳେ ରୂପା ୦.୫% ହ୍ରାସ ପାଇ ୬୯,୦୦୮ରେ ପହଞ୍ଚିଛି। ତେବେ ଅନ୍ତଃରାଷ୍ଟ୍ରୀୟ ବଜାରରେ ଆଜି ସୁନା ଦର ସ୍ଥିର ରହିଛି। 

Advertisment

Good Returnsର ଏକ ରିପୋର୍ଟ ଅନୁସାରେ, ଆଜି ୨୪ କ୍ୟାରେଟ୍‌ ସୁନା ପ୍ରତି ୧୦ ଗ୍ରାମକୁ ୪୭,୯୮୦ ଟଙ୍କା ଥିବାବେଳେ ରୂପା ଦର ପ୍ରତି କିଲୋକୁ ୬୯,୦୦୦ ଟଙ୍କା ରହିଛି। ଗତକାଲି ରୂପା ପ୍ରତି କିଲୋକୁ ୭୦,୦୦୦ ଟଙ୍କା ଥିଲା।

ଯଦି ଆପଣ ସୁନାର ଶୁଦ୍ଧତା ଚେକ୍‌ କରିବାକୁ ଚାହୁଁଛନ୍ତି, ତା’ହେଲେ ଆପଣ ‘BIS Care app’ରେ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ। ଏହି ଆପ୍‌ ମାଧ୍ୟମରେ ଆପଣ କେବଳ ସୁନାର ଶୁଦ୍ଧତା ଯାଞ୍ଚ କରାଯିବା ସହ ଏହା ସହ ଜଡ଼ିତ କୌଣସି ଜିନିଷକୁ ନେଇ ଅଭିଯୋଗ ମଧ୍ୟ କରିପାରିବେ।

Gold Price Today Gold Price Gold Price In India Gold Price Drops
Advertisment
Advertisment