Advertisment

ବଢ଼ିଲା ସୁନା ଦର

ଆଜି ସୁନା-ରୂପା ଦରରେ ସାମାନ୍ୟ ବୃଦ୍ଧି ଘଟିଛି। ଆଜି  Multi Commodity Exchange(MCX)ରେ ସୁନା-ରୁପା ଦରରେ ସାମାନ୍ୟ ବୃଦ୍ଧି  ପାଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
ବଢ଼ିଲା ସୁନା ଦର

gold ornaments

ନୂଆଦିଲ୍ଲୀ: ଆଜି ସୁନା-ରୂପା ଦରରେ ସାମାନ୍ୟ ବୃଦ୍ଧି ଘଟିଛି। ଆଜି  Multi Commodity Exchange(MCX)ରେ ସୁନା-ରୁପା ଦରରେ ସାମାନ୍ୟ ବୃଦ୍ଧି  ପାଇଛି। MCXରେ ସୁନା ପ୍ରତି ୧୦ ଗ୍ରାମକୁ ୪୭,୬୧୦ ଟଙ୍କାରେ କାରବାର ଚାଲିଥିବା ବେଳେ ରୂପା ୨୪୩ ଟଙ୍କା ବୃଦ୍ଧି ପାଇ ୬୬,୨୯୯ରେ କାରବାର ଚାଲିଛି। ସର୍ରାଫା ବଜାରରେ ମଙ୍ଗଳବାର ସୁନା ପ୍ରତି ୧୦ ଗ୍ରାମକୁ ୨୨୫ ଟଙ୍କା ଶସ୍ତା ହୋଇଥିବାବେଳେ ରୂପା ୫୬୭ ଟଙ୍କା ପ୍ରତି କିଲୋକୁ ହ୍ରାସ ପାଇଥିଲା। 

Advertisment

ଗତବର୍ଷ MCXରେ ୧୦ ଗ୍ରାମ ସୁନା ଦର ୫୬,୧୯୧ ଟଙ୍କା ରେକର୍ଡ ସ୍ତରରେ ପହଞ୍ଚିଥିଲା। ଆଜି MCXରେ ସୁନା ପ୍ରତି ୧୦ ଗ୍ରାମକୁ ୪୭,୬୧୦ ଟଙ୍କାରେ କାରବାର ଚାଲିଛି। ଅର୍ଥାତ୍‌ ରେକର୍ଡ ସ୍ତରରୁ ବର୍ତ୍ତମାନ ୮,୫୩୦ ଟଙ୍କା ଶସ୍ତାରେ ମିଳୁଛି ସୁନା। 

ଦୀପାବଳି ପୂର୍ବରୁ ସୁନା ଦରରେ ବୃଦ୍ଧି ଘଟି ୫୨ ହଜାର ଟଙ୍କା ଉପରେ ପହଞ୍ଚି ପାରେ। ବର୍ତ୍ତମାନ ସୁନା ଦର ୪୭ ହଜାର ଟଙ୍କା ଉପରେ ଥିବାବେଳେ ଦୀପାବଳି ପର୍ଯ୍ୟନ୍ତ ଏହା ୫ ହଜାର ଟଙ୍କା ବୃଦ୍ଧି ପାଇ ୫୨ ହଜାର ଟଙ୍କା ଉପରେ ପହଞ୍ଚିପାରେ ବୋଲି ଏକ୍ସପର୍ଟମାନେ ଆକଳନ କରିଛନ୍ତି। 

Advertisment

Also Read

Good Returns ର ଏକ ରିପୋର୍ଟ ଅନୁସାରେ, ଆଜି ୨୪ କ୍ୟାରେଟ୍‌ ସୁନା ପ୍ରତି ୧୦ ଗ୍ରାମକୁ ୪୭,୮୪୦ ଟଙ୍କା ଥିବାବେଳେ ରୂପା ଦର ପ୍ରତି କିଲୋକୁ ୬୬,୪୦୦ ଟଙ୍କା ରହିଛି। ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ୍‌ ସୁନା ପ୍ରତି ୧୦ ଗ୍ରାମକୁ ୪୬,୯୧୦ ଟଙ୍କା ଥିବାବେଳେ ୨୪ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମକୁ ୪୯,୨୦୦ ଟଙ୍କା ରହିଛି। 

ଯଦି ଆପଣ ସୁନାର ଶୁଦ୍ଧତା ଚେକ୍‌ କରିବାକୁ ଚାହୁଁଛନ୍ତି, ତା’ହେଲେ ଆପଣ ‘BIS Care app’ରେ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ। ଏହି ଆପ୍‌ ମାଧ୍ୟମରେ ଆପଣ କେବଳ ସୁନାର ଶୁଦ୍ଧତା ଯାଞ୍ଚ କରାଯିବା ସହ ଏହା ସହ ଜଡ଼ିତ କୌଣସି ଜିନିଷକୁ ନେଇ ଅଭିଯୋଗ ମଧ୍ୟ କରିପାରିବେ।

Gold Price Hike
Advertisment
Advertisment