Advertisment

ରେକର୍ଡ ସ୍ତରରୁ ୧୦ ହଜାର ଟଙ୍କା ଶସ୍ତା ହେଲା ସୁନା

ଆଜି ଭାରତୀୟ ବଜାରରେ ସୁନା ଦରରେ ହ୍ରାସ ଘଟିଛି। Multi Commodity Exchange(MCX)ରେ ସୁନା ପ୍ରତି ୧୦ ଗ୍ରାମକୁ ୪୬,୬୩୩ ଟଙ୍କାରେ କାରବାର ଚାଲିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Gold Oranaments

Gold Oranaments

ନୂଆଦିଲ୍ଲୀ: ଆଜି ଭାରତୀୟ ବଜାରରେ ସୁନା ଦରରେ ହ୍ରାସ ଘଟିଛି। Multi Commodity Exchange(MCX)ରେ ସୁନା ପ୍ରତି ୧୦ ଗ୍ରାମକୁ ୪୬,୬୩୩ ଟଙ୍କାରେ କାରବାର ଚାଲିଛି। ପୂର୍ବ କାରବାରରେ ସୁନା ୦.୭% ଓ ରୂପା ୧.୨% ବୃଦ୍ଧି ପାଇଥିଲା। ସେହିପରି ରୂପା ପ୍ରତି କିଲୋକୁ ୦.୫୯% ବୃଦ୍ଧି ସହ ୬୦,୮୦୦ ଟଙ୍କାରେ କାରବାର ଚାଲିଛି।

Advertisment

ଗତବର୍ଷ ଅଗଷ୍ଟରେ ସୁନା ଦର ପ୍ରତି ୧୦ ଗ୍ରାମକୁ ୫୬,୧୯୧ ଟଙ୍କା ଉଚ୍ଚତମ ସ୍ତରରେ ପହଞ୍ଚି ଥିଲା। ବର୍ତ୍ତମାନ ସୁନା ଦର MCXରେ ପ୍ରତି ୧୦ ଗ୍ରାମକୁ ୪୬,୬୩୩ ଟଙ୍କା ରହିଛି। ଅର୍ଥାତ୍‌ ସୁନା ଦର ଏହାର ଅଲ୍‌ ଟାଇମ୍‌ ରେକର୍ଡରୁ ୧୦ ହଜାର ଟଙ୍କା ଶସ୍ତା ହୋଇଛି।

Good Returnsର ଏକ ରିପୋର୍ଟ ଅନୁସାରେ, ଆଜି ୨୪ କ୍ୟାରେଟ୍‌ ସୁନା ପ୍ରତି ୧୦ ଗ୍ରାମକୁ ୪୬,୩୬୦ ଟଙ୍କା ଥିବାବେଳେ ରୂପା ଦର ପ୍ରତି କିଲୋକୁ ୬୦,୯୦୦ ଟଙ୍କା ରହିଛି। ଗତକାଲି ରୂପା ପ୍ରତି କିଲୋକୁ ୫୯,୮୦୦ଟଙ୍କା ଥିଲା। ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଆଜି ୨୨ କ୍ୟାରେଟ୍‌ ସୁନା ପ୍ରତି ୧୦ ଗ୍ରାମକୁ ୪୩,୮୫୦ ଟଙ୍କା ଥିବାବେଳେ ୨୪ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମକୁ ୪୮,୦୧୦ ଟଙ୍କା ରହିଛି। 

Advertisment

ଯଦି ଆପଣ ସୁନାର ଶୁଦ୍ଧତା ଚେକ୍‌ କରିବାକୁ ଚାହୁଁଛନ୍ତି, ତା’ହେଲେ ଆପଣ ‘BIS Care app’ରେ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ। ଏହି ଆପ୍‌ ମାଧ୍ୟମରେ ଆପଣ କେବଳ ସୁନାର ଶୁଦ୍ଧତା ଯାଞ୍ଚ କରାଯିବା ସହ ଏହା ସହ ଜଡ଼ିତ କୌଣସି ଜିନିଷକୁ ନେଇ ଅଭିଯୋଗ ମଧ୍ୟ କରିପାରିବେ।

Gold Price Today Gold Price
Advertisment
Advertisment