Advertisment

ମାସ ଆରମ୍ଭରୁ ମହଙ୍ଗା ମାଡ଼, ବଢ଼ିଲା ଘରୋଇ ଏଲ୍‌ପିଜି ସିଲିଣ୍ଡର ଦାମ୍‌

ମାସ ଆରମ୍ଭରୁ ସାଧାରଣଜନତାଙ୍କୁ ଝଟ୍‌କା। ପୁଣିଥରେ ସରକାରୀ ତୈଳ କମ୍ପାନୀ ଗୁଡ଼ିକ ଘରୋଇ ଏଲ୍‌ପିଜି ଗ୍ୟାସ୍‌ ସିଲିଣ୍ଡରର ଦାମ୍‌ ବଢ଼ାଇଛନ୍ତି। ଆଜିଠୁ ଘରୋଇ ଏଲ୍‌ପିଜି ଗ୍ୟାସ୍‌ ସିଲିଣ୍ଡର(LPG Gas Cylinder)ର ଦାମ୍‌ ୨୫ ଟଙ୍କା ବୃଦ୍ଧି ପାଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
LPG cylinder price hike

LPG cylinder price hike

ନୂଆଦିଲ୍ଲୀ: ମାସ ଆରମ୍ଭରୁ ସାଧାରଣଜନତାଙ୍କୁ ଝଟ୍‌କା। ପୁଣିଥରେ ସରକାରୀ ତୈଳ କମ୍ପାନୀ ଗୁଡ଼ିକ ଘରୋଇ ଏଲ୍‌ପିଜି ଗ୍ୟାସ୍‌ ସିଲିଣ୍ଡରର ଦାମ୍‌ ବଢ଼ାଇଛନ୍ତି। ଆଜିଠୁ ଘରୋଇ ଏଲ୍‌ପିଜି ଗ୍ୟାସ୍‌ ସିଲିଣ୍ଡର(LPG Gas Cylinder)ର ଦାମ୍‌ ୨୫ ଟଙ୍କା ବୃଦ୍ଧି ପାଇଛି। ଯାହାର ସାଧାରଣଜନତାଙ୍କ ବଜେଟ୍‌ ଉପରେ ମହଙ୍ଗା ମାଡ଼ ହୋଇଛି। ଏହି ବୃଦ୍ଧି ଫଳରେ ଦିଲ୍ଲୀରେ ୧୪.୨ କିଲୋ ଏଲ୍‌ପିଜି ସିଲିଣ୍ଡରର ଦାମ୍‌ ୮୮୪ ଟଙ୍କା ୫୦ ପଇସାରେ ପହଞ୍ଚିଛି। ପୂର୍ବରୁ ଏହି ଦାମ୍‌ ୮୫୯ ଟଙ୍କା ୫୦ ପଇସା ଥିଲା। 

Advertisment

ବର୍ତ୍ତମାନ ଦିଲ୍ଲୀରେ ଘରୋଇ ଏଲ୍‌ପିଜି ଗ୍ୟାସ୍‌ ସିଲିଣ୍ଡରର ଦାମ୍‌ ୮୮୪ ଟଙ୍କା ୫୦ ପଇସା ଥିବାବେଳେ, କୋଲକାତାରେ ୯୧୧ ଟଙ୍କା, ମୁମ୍ବାଇରେ ୮୮୪ ଟଙ୍କା ୫୦ ପଇସା, ଚେନ୍ନାଇରେ ୯୦୦ ଟଙ୍କା ୫୦ ପଇସା ରହିଛି।  ମାତ୍ର ୧୫ ଦିନରେ ନନ୍‌-ସବ୍‌ସିଡି ଗ୍ୟାସ୍‌ ସିଲିଣ୍ଡରର ଦାମ୍‌ ୫୦ ଟଙ୍କା ବୃଦ୍ଧି ହୋଇ ସାରିଲାଣି। ସେହିପରି କେବଳ ସବ୍‌ସିଡି ଗ୍ୟାସ୍‌ ସିଲିଣ୍ଡରର ଦାମ୍‌ରେ ୨୫ ଟଙ୍କା ବୃଦ୍ଧି ଘଟିଥିବା ବେଳେ ୧୯ କିଲୋ କମର୍ସିଆଲ୍‌ ଗ୍ୟାସ୍‌ ସିଲିଣ୍ଡରର ଦାମ୍‌ରେ ୭୫ ଟଙ୍କା ବୃଦ୍ଧି ଘଟିଛି। 

ପ୍ରତ୍ୟେକ ମାସରେ ପହିଲାରୁ ୧୫ ତାରିଖ ମଧ୍ୟରେ ତୈଳ କମ୍ପାନୀ ଗୁଡ଼ିକ ଏଲ୍‌ପିଜି ଗ୍ୟାସ୍‌ ସିଲିଣ୍ଡରର ଦାମ୍‌ରେ ପରିବର୍ତ୍ତନ କରିଥାନ୍ତି। ଏହାପୂର୍ବରୁ ଅଗଷ୍ଟ ୧୮ରେ ଏଲ୍‌ପିଜି ଗ୍ୟାସ୍‌ ସିଲିଣ୍ଡରର ଦାମ୍‌ ବୃଦ୍ଧି ଘଟିଥିଲା। 

Advertisment

ସୂଚନାଥାଉ କି, ଚଳିତ ବର୍ଷ ଜାନୁଆରୀରେ ଦିଲ୍ଲୀରେ ଏଲ୍‌ପିଜି ସିଲିଣ୍ଡରର ଦାମ୍‌ ୬୯୪ ଟଙ୍କା ଥିଲା। ଫେବୃଆରୀ ଏହି ଦାମ୍‌ ବୃଦ୍ଧି ପାଇ ୭୧୯ ଟଙ୍କା ହୋଇଥିଲା। ଏହାପରେ ଫେବୃଆରୀ ୧୫ରେ ଦାମ୍‌ ବୃଦ୍ଧି ପାଇ ୭୬୯ ଟଙ୍କା ହୋଇଥିଲା। ଫେବୃଆରୀ ୨୫ରେ ଏଲ୍‌ପିଜି ସିଲିଣ୍ଡର ଦାମ୍‌ ୭୯୪ ଟଙ୍କା ଥିବାବେଳେ ମାର୍ଚ୍ଚରେ ୮୧୯ ଟଙ୍କା ହୋଇଥିଲା। 

ଯଦି ଆପଣ ଏଲ୍‌ପିଜି ଗ୍ୟାସ୍‌ ସିଲିଣ୍ଡରର ଦର ଜାଣିବାକୁ ଚାହୁଁଛନ୍ତି, ତା’ହେଲେ ସରକାରୀ ତୈଳ କମ୍ପାନୀ https://iocl.com/Products/IndaneGas.aspx ୱେବ୍‌ସାଇଟ୍‌କୁ ଯାଇ ଚେକ୍‌ କରିପାରିବେ। ଏଠାରେ ପ୍ରତ୍ୟେକ ମାସରେ କମ୍ପାନୀ ଗୁଡ଼ିକ ନୂଆ ଦର ଜାରି କରିଥାନ୍ତି। 

LPG Cylinder LPG Cylinder Price Hike LPG Cylinder Price
Advertisment
Advertisment