/odishatv-khabar/media/post_attachments/uploadimage/library/16_9/16_9_0/edible_oil_1634200430.jpg)
edible-oil
ନୂଆଦିଲ୍ଲୀ : ବର୍ଦ୍ଧିତ ତୈଳ ଦର ଉପରେ ନିୟନ୍ତ୍ରଣ ଆଣିବା ଲାଗି କେନ୍ଦ୍ର ସରକାରଙ୍କ ପ୍ରୟାସ । ଉପଭୋକ୍ତାଙ୍କ ହିତକୁ ଧ୍ୟାନରେ ରଖି ସରକାରଙ୍କ ପକ୍ଷରୁ ପାମ୍, ସୋୟାବିନ୍, ସୂର୍ଯ୍ୟମୁଖି ଅଶୋଧିତ ତେଲ ଉପରେ କୃଷି ସେସ୍ ଏବଂ କଷ୍ଟମ ଡ୍ୟୁଟି ବା ଆମଦାନୀ ଶୁଳ୍କ ହଟାଇ ଦିଆଯାଇଛି । ଏହା ସହ ପ୍ରୋସେସିଂ ଅଏଲ ଉପରେ ଆମଦାନୀ ଶୁଳ୍କ ସାମାନ୍ୟ ହ୍ରାସ ହୋଇଛି ।
ସରକାରଙ୍କ ଏହି ପଦକ୍ଷେପ ଯୋଗୁଁ ପାର୍ବଣ ଋତୁରେ ତେଲର ମୂଲ୍ୟ ହ୍ରାସ ପାଇବା ସହ ସାଧାରଣ ଜନତାଙ୍କୁ ମହଙ୍ଗା ମାଡ଼ରୁ ସାମାନ୍ୟ ଆଶ୍ୱସ୍ତି ମିଳିବ । ଏହି ତିନି ଖାଇବା ତେଲ ଉପରେ ବର୍ତ୍ତମାନ ୧୭ ଦଶମିକ ୫ ପ୍ରତିଶତ ହିସାବରେ ମୂଳ ଆମଦାନୀ ଶୁଳ୍କ ଲାଗୁ ହେବ । ପୂର୍ବରୁ ଏହା ୩୨ ଦଶମିକ ୫ ପ୍ରତିଶତ ରହିଥିଲା । ଆଜିଠାରୁ ଏହି ନୂଆ ନିୟମ ଲାଗୁ ହେବାକୁ ଥିବା ବେଳେ ଆସନ୍ତା ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ ହେବ । ସେଣ୍ଟ୍ରାଲ ବୋର୍ଡ ଅଫ୍ ଇଣ୍ଡାଇରେ ଟାକ୍ସେସ ଏଣ୍ଡ କଷ୍ଟ୍ୟୁମ୍ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ଆଶା କରାଯାଉଛି ଯେ, ବର୍ତ୍ତମାନ ଖାଇବା ତେଲ ଲିଟର ପିଛା ୧୫ ଟଙ୍କା ହ୍ରାସ ପାଇବାର ସମ୍ଭାବନା ରହିଛି ।
Also Read
ସେହିପରି ଅଶୋଧିତ ପାମ୍ ତେଲ ଉପରେ ବର୍ତ୍ତମାନ ୭.୫ ପ୍ରତିଶତ କୃଷି ଭିତ୍ତିଭୂମି ବିକାଶ ସେସ ଲାଗିବ । ସେହିପରି ଅଶୋଧିତ ସୋୟାବିନ୍ ତେଲ ଏବଂ ଅଶୋଧିତ ସୂର୍ଯ୍ୟମୁଖୀ ତେଲ ପରେ ୫ ପ୍ରତିଶତ ଲାଗିବ ବିକାଶ ସେସ । ଏହା ପୂର୍ବରୁ ବିକାଶ ସେସ ୨୦ ପ୍ରତିଶତ ଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)


/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)