Advertisment

ଦୀପାବଳି ପୂର୍ବରୁ କମିଲା ସୁନା ଦର

ଆଲୋକର ପର୍ବ ଦୀପାବଳି ପୂର୍ବରୁ ସୁନା, ରୂପା ଦରରେ ହ୍ରାସ ଦେଖିବାକୁ ମିଳିଛି। ଆଜି ସର୍ରାଫା ବଜାରରେ ସୁନା ଓ ରୂପା ଦରରେ ହ୍ରାସ ଘଟିଛି। ୨୪ କ୍ୟାରେଟ୍‌ ସୁନା ଦର ୪୭,୮୧୭ ଟଙ୍କା ଥିବାବେଳେ ରୂପା ୯୧୧ ଟଙ୍କା ହ୍ରାସ ପାଇ ଦର ପ୍ରତି କିଲୋକୁ ୬୪,୫୪୨ ଟଙ୍କାରେ ପହଞ୍ଚିଛି।

author-image
Rajalaxmi Sahoo
gold price drop

gold price drop

ନୂଆଦିଲ୍ଲୀ: ଆଲୋକର ପର୍ବ ଦୀପାବଳି ପୂର୍ବରୁ ସୁନା, ରୂପା ଦରରେ ହ୍ରାସ ଦେଖିବାକୁ ମିଳିଛି। ଆଜି ସର୍ରାଫା ବଜାରରେ ସୁନା ଓ ରୂପା ଦରରେ ହ୍ରାସ ଘଟିଛି। ୨୪ କ୍ୟାରେଟ୍‌ ସୁନା ଦର ୪୭,୮୧୭ ଟଙ୍କା ଥିବାବେଳେ ରୂପା ୯୧୧ ଟଙ୍କା ହ୍ରାସ ପାଇ ଦର ପ୍ରତି କିଲୋକୁ ୬୪,୫୪୨ ଟଙ୍କାରେ ପହଞ୍ଚିଛି। 

Advertisment

ଫଳରେ ୨୪ କ୍ୟାରେଟ୍‌ ସୁନା ଏବେ ଏହାର ଅଲ୍‌ଟାଇମ୍‌ ରେକର୍ଡ ୫୬,୧୨୬ ଟଙ୍କାରୁ ବର୍ତ୍ତମାନ ୮,୪୩୭ ଟଙ୍କା ଶସ୍ତା ହୋଇସାରିଲାଣି। ସେହିପରି ରୂପା ଗତବର୍ଷ ଏହାର ଅଲ୍‌ଟାଇମ୍‌ ରେକର୍ଡ ୭୬,୦୦୪ ଟଙ୍କାରୁ ୧୧,୪୬୬ ଟଙ୍କା ଶସ୍ତା ହୋଇ ସାରିଲାଣି।

ଫେଷ୍ଟିଭ୍‌ ସିଜନ୍‌ ଚାଲିଥିଲେ ମଧ୍ୟ ସର୍ରାଫା ବଜାରରେ ଆଜି ସୁନା ପ୍ରତି ୧୦ ଗ୍ରାମକୁ ୩୫୪ ଟଙ୍କା ହ୍ରାସ ପାଇବା ସହ ରୂପା ପ୍ରତି କିଲୋକୁ ୯୧୧ ଟଙ୍କା ହ୍ରାସ ପାଇଛି। ଆଜି କାରବାର ଆରମ୍ଭରୁ ୨୪ କ୍ୟାରେଟ୍‌ ସୁନା ୪୭,୮୧୭ ଟଙ୍କା ଥିବାବେଳେ ରୂପା ପ୍ରତି କିଲୋକୁ ୬୪,୫୪୨ ଟଙ୍କା ଥିଲା। 

Advertisment

Good Returnsର ଏକ ରିପୋର୍ଟ ଅନୁସାରେ, ଆଜି ୨୪ କ୍ୟାରେଟ୍‌ ସୁନା ପ୍ରତି ୧୦ ଗ୍ରାମକୁ ୪୮,୧୩୦ ଟଙ୍କା ଥିବାବେଳେ ରୂପା ଦର ପ୍ରତି କିଲୋକୁ ୬୪,୮୦୦ ଟଙ୍କା ରହିଛି। ଗତକାଲି ରୂପା ପ୍ରତି କିଲୋକୁ ୬୬,୦୦୦ଟଙ୍କା ଥିଲା। ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଆଜି ୨୨ କ୍ୟାରେଟ୍‌ ସୁନା ପ୍ରତି ୧୦ ଗ୍ରାମକୁ ୪୪,୭୮୦ ଟଙ୍କା ଥିବାବେଳେ ୨୪ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମକୁ ୪୯,୧୩୦ ଟଙ୍କା ରହିଛି। 

ଯଦି ଆପଣ ସୁନାର ଶୁଦ୍ଧତା ଚେକ୍‌ କରିବାକୁ ଚାହୁଁଛନ୍ତି, ତା’ହେଲେ ଆପଣ ‘BIS Care app’ରେ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ। ଏହି ଆପ୍‌ ମାଧ୍ୟମରେ ଆପଣ କେବଳ ସୁନାର ଶୁଦ୍ଧତା ଯାଞ୍ଚ କରାଯିବା ସହ ଏହା ସହ ଜଡ଼ିତ କୌଣସି ଜିନିଷକୁ ନେଇ ଅଭିଯୋଗ ମଧ୍ୟ କରିପାରିବେ।

Gold Price Today Gold Price Silver Price Diwali
Advertisment
Advertisment