• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

ନୂଆଦିଲ୍ଲୀ: ଟଙ୍କା କାଢ଼ିଲେ ମଧ୍ୟ ଦେବାକୁ ପଡ଼ିପାରେ ଟିକସ। ଏମିତି ଏକ ନିୟମ କରିବାକୁ ଯାଉଛନ୍ତି ମୋଦି ସରକାର। ଏହି ନିୟମ ଅନୁଯାୟୀ, ବର୍ଷକୁ ୧୦ ଲକ୍ଷ କିମ୍ବା ତାଠାରୁ ଅଧିକ ଟଙ୍କା ବ୍ୟାଙ୍କରୁ କାଢ଼ିଲେ ଟିକସ ଦେବାକୁ ପଡ଼ିବ।

କୌଣସି ଗ୍ରାହକ ବର୍ଷକୁ ୧୦ ଲକ୍ଷ ଟଙ୍କା କିମ୍ବା ତାଠାରୁ ଅଧିକ ଟଙ୍କା ନଗଦ ଆକାରରେ କାଢ଼ିଲେ, ଟିକସ ଦେବାକୁ ପଡ଼ିବ। ବଡ଼ ଧରଣର କାରବାର କଲେ ଆଧାର କାର୍ଡ ଦେଖାଇବାକୁ ବାଧ୍ୟ। କ୍ୟାସ୍ କାରବାରକୁ କମ୍ କରି ଅନ୍ ଲାଇନ୍ କାରବାରକୁ ପ୍ରୋତ୍ସାହିତ କରିବାକୁ, କଳାଧନ ରୋକିବାକୁ ଏବଂ ବଡ଼ ବଡ଼ କାରବାର ଟ୍ରାକ୍ କରିବାକୁ ଏପରି ନିୟମ କରାଯାଉଥିବା ସୂଚନା ମିଳିଛି।

କଳାଧନକୁ ରୋକିବା ଓ ଅନ୍ ଲାଇନ୍ କାରବାର ବୃଦ୍ଧି କରିବାକୁ ୨୦୧୬ ନଭେମ୍ବର ୮ରେ ବିମୁଦ୍ରୀକରଣ କରିଥିଲେ ମୋଦି । ବଜାରରୁ ୫ ଶହ ଟଙ୍କିଆ ଓ ହଜାରେ ଟଙ୍କିଆ ନୋଟକୁ ପ୍ରତ୍ୟାହାର କରାଯାଇଥିଲା କିନ୍ତୁ ପରବର୍ତ୍ତୀ ତଥ୍ୟ ଅନୁସାରେ ବିମୁଦ୍ରୀକରଣ କଳାଧନକୁ ଆଦୌ ରୋକି ପାରିନାହିଁ । ପ୍ରଥମେ କିଛି ଦିନ ଅନ୍ ଲାଇନ୍ କାରବାର ବଢ଼ିଥିଲେ ମଧ୍ୟ ପରେ ଏହା କମିଯାଇ ପୁଣି ଥରେ ନଗଦ କାରବାର ବୃଦ୍ଧି ପାଇଛି।

Other Stories