• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ହିମାଚଳ ପ୍ରଦେଶ : ଖସି ପଡ଼ିଲା ଆଉ ଏକ ମିଗ୍ ଯୁଦ୍ଧ ବିମାନ। ହିମାଚଳ ପ୍ରଦେଶର କାଙ୍ଗ୍ରା ଜିଲ୍ଲାରେ ପଟ୍ଟା ଜାତିୟାନ ନିକଟରେ ଏକ ମିଗ୍-୨୧ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ମିଗ୍ ବିମାନଟି ପଞ୍ଜାବ ପଠାନକୋଟ ଏୟାରବେସ୍‌ରୁ ଉଡ଼ାଣ କରିଥିଲା। ରୁଟିନ୍ ଉଡ଼ାଣ ସମୟରେ ଦିନ ଗୋଟାଏ ବାଜି ୨୧ ମିନିଟରେ ବିମାନଟି ଦୁର୍ଘଟଣାର ଶିକାର ହୋଇ ପୁରା ଅଗ୍ନି ପିଣ୍ଡୁଳାରେ ପରିଣତ ହୋଇ ଖସି ପଡ଼ିଥିଲା।

ପାଇଲଟଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଦୁର୍ଘଟଣାର କାରଣ ଜାଣିବା ପାଇଁ ଏହାର କୋର୍ଟ ଅଫ୍ ଇନକ୍ୱାରି ନିର୍ଦ୍ଦେଶ ଦିଅାଯାଇଛି। ୨ ମାସ ଭିତରେ ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ ଦୁର୍ଘଟଣା ହେବାର ଏହା ହେଉଛି ଦ୍ୱିତୀୟ ଘଟଣା।  ଗତ ମାସରେ ଗୁଜରାଟ କଚ୍ଛରେ ଏକ ଜାଗୁଅାର୍ ଫାଇଟର୍ ପ୍ଲେନ୍ ଦୁର୍ଘଟଣାଗ୍ରସ୍ତ ହେବାରୁ ଜଣେ ଏୟାର କମୋଡରଙ୍କ ମୃତ୍ୟୁ ହୋଇଥିଲା।

Other Stories