• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

ମଣିପୁର:ସରକାରୀ ଗସ୍ତରେ ମଣିପୁର ଯାଇଥିବା ବିହାର ବିଧାୟକଙ୍କ ରଙ୍ଗୀନ ନାଚ ଏବେ ସୋଶାଲ ମିଡିଆରେ ଭାଇରାଲ ହେଇଛି। ମଣିପୁର ଓ ମ୍ୟାମାଁରର ସୀମାନ୍ତ ମୋରେ ସହରରେ ଦେଖିବାକୁ ମିଳିଛି ଏଭଳି ଘଟଣା। ଆଭ୍ୟନ୍ତରୀଣ ସମ୍ବଳ ଏବଂ କେନ୍ଦ୍ରୀୟ ସହାୟତା ସଂପର୍କିତ ବିଧାନସଭା କମିଟିର ସଦସ୍ୟ ଥିବା ଆରଜେଡି, ଜେଡିୟୁ ଓ ବିଜେପି ବିଧାୟକଙ୍କ ଏଭଳି ଆଚରଣ ଏବେ ଚର୍ଚ୍ଚାର ବିଷୟ ହୋଇଛି ।

କେନ୍ଦ୍ର ସରକାରଙ୍କ ପୂର୍ବୋତ୍ତର ରାଜ୍ୟ ବିକାଶ ନୀତିର ଅନୁଧ୍ୟାନ ପାଇଁ ବିଧାନସଭା କମିଟି ଜୁନ୍ ୧ ତାରିଖ ମଣିପୁର ଗସ୍ତରେ ଯାଇଥିଲେ। ମଣିପୁରର ମୋରେଠାରେ ଏକ ହୋଟେଲରେ ରହିଥିଲେ। ରହିବା ସମୟରେ ଜଣେ ନାବାଳିକାଙ୍କୁ ଧରି ଆରଜେଡି ବିଧାୟକ ଯଦୁବଂଶ ଯାଦବ ନାଚିଥିଲେ। ନାବାଳିକାଙ୍କୁ ଏପରି ଆଲିଙ୍ଗନ କରିଥିଲେ, ଯାହା ସମସ୍ତଙ୍କୁ ହତବାକ କରିଥିଲା ରଘୁବଂଶଙ୍କ ସହ ଆଉ ୩ ଜଣ ବିଧାୟକ ମଧ୍ୟ ସେଠାରେ ଉପସ୍ଥିତ ଥିଲେ।
ବିହାର ସୁପୌଲ ଜିଲ୍ଲା ପିପ୍ରା ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଧାୟକ ଥିବା ରଘୁବଂଶ ଏହି କମିଟିର ଅଧ୍ୟକ୍ଷ ଅଛନ୍ତି।

Other Stories