- ସଂକ୍ରମଣ ଗ୍ରାଫ୍ ଧୀମା
- ଦେଶରେ ଆଜି ୩୪ ହଜାର ୭୦୩ ପଜିଟିଭ ଚିହ୍ନଟ
- ୧୧୧ ଦିନ ଭିତରେ ଆଜି ସର୍ବନିମ୍ନ ସଂକ୍ରମିତ ଚିହ୍ନଟ
- ଆକ୍ଟିଭ କେସ- ୪,୬୪,୩୫୭; ସୁସ୍ଥତା ହାର – ୯୭.୧୭%
- ଗୋଟିଏ ଦିନରେ ୫୫୩ ଜଣଙ୍କ କରୋନା ଜନିତ ମୃତ୍ୟୁ
ନୂଆଦିଲ୍ଲୀ : ଦେଶରେ କମୁଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ୩୪,୭୦୩ ପଜିଟିଭ ହୋଇଛନ୍ତି । ୧୧୧ ଦିନ ଭିତରେ ଆଜି ସବୁଠାରୁ କମ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ (Mohfw) ଦ୍ୱାରା ଜାରି ହୋଇଥିବା ତଥ୍ୟ ଅନୁସାରେ, ଦେଶରେ ବର୍ତ୍ତମାନ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୪ଲକ୍ଷ ୬୪ ହଜାର ୩୫୭ ଥିବାବେଳେ ଆରୋଗ୍ୟ ହାର ୯୭ ଦଶମିକ ୧୭ ପ୍ରତିଶତ ରହିଛି । ଅନ୍ୟପକ୍ଷରେ ଗୋଟିଏ ଦିନରେ ୫୫୩ ଜଣଙ୍କ କରୋନା ଜନିତ ମୃତ୍ୟୁ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି । ଫଳରେ ମୃତ୍ୟୁସଂଖ୍ୟା ୪ ଲକ୍ଷ ୩ ହଜାର ୨୮୧ରେ ପହଞ୍ଚିଛି ।
ଆଜି ୩୪,୭୦୩ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩କୋଟି ୬ ଲକ୍ଷ ୧୯ ହଜାର ୯୩୨ରେ ପହଞ୍ଚିଛି । ଗତ ୨୪ ଘଣ୍ଟାରେ ପାଖାପାଖି ୪ ହଜାର ସଂକ୍ରମିତ କରୋନାକୁ ମାତ ଦେଇ ସୁସ୍ଥ ହୋଇଛନ୍ତି । ଦେଶରେ ବର୍ତ୍ତମାନ ସୁଦ୍ଧା ସମୁଦାୟ ୨ କୋଟି ୯୭ ଲକ୍ଷରୁ ଅଧିକ ଲୋକ କରୋନାକୁ ହରାଇ ଡିସଚାର୍ଜ ହୋଇ ସାରିଛନ୍ତି ।
ସେପଟେ ଦେଶରେ ବର୍ତ୍ତମାନ ସୁଦ୍ଧା ୩୫.୭୧ କୋଟିରୁ ଅଧିକ ଡୋଜ୍ ଟିକାକରଣ ସରିଛି । ସୋମବାର ଦିନ ୪୧.୩୪ ଲକ୍ଷରୁ ଅଧିକ ଡୋଜ ଟିକା ଦିଆଯାଇଛି । ୧୮-୪୪ ବର୍ଷ ବୟସ ବର୍ଗରେ ୧୮,୩୦,୭୪୧ ଲୋକଙ୍କୁ ପ୍ରଥମ ଡୋଜ୍ ଟିକା ଏବଂ ୧,୪୦,୩୬୮ ଜଣଙ୍କୁ ଦ୍ୱିତୀୟ ଡୋଜ ଟିକା ଦିଆଯାଇଛି । ମୋଟ ଉପରେ, ୧୮-୪୪ ବର୍ଷ ବୟସର ୧୦,୨୫,୯୬,୦୪୮ ଲୋକ ପ୍ରଥମ ଡୋଜ୍ ଟିକା ନେଇଛନ୍ତି ଏବଂ ୨୯,୧୯,୭୩୫ ଦ୍ୱିତୀୟ ଡୋଜ୍ ଟିକା ନେଇ ସାରିଛନ୍ତି ।
ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ତାମିଲନାଡୁ, ବିହାର, ଗୁଜୁରାଟ, କର୍ଣ୍ଣାଟକ ଏବଂ ମହାରାଷ୍ଟ୍ରର ଆଦି ଆଠଟି ରାଜ୍ୟରେ ୧୮-୪୪ ବର୍ଷ ବୟସ ବର୍ଗର ଲୋକେ ୫୦ ଲକ୍ଷରୁ ଅଧିକ ପ୍ରଥମ ଡୋଜ ଟିକା ନେଇଛନ୍ତି । ସେହିପରି ଆନ୍ଧ୍ରପ୍ରଦେଶ, ଆସାମ, ଛତିଶଗଡ, ଦିଲ୍ଲୀ, ହରିୟାଣା, ଝାଡଖଣ୍ଡ, କେରଳ, ତେଲେଙ୍ଗାନା, ହିମାଚଳ ପ୍ରଦେଶ, ଓଡିଶା, ପଞ୍ଜାବ, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗରେ ଏହି ବର୍ଗର ୧୦ ଲକ୍ଷରୁ ଅଧିକ ଲୋକଙ୍କ ପ୍ରଥମ ଡୋଜ୍ ଟିକକାକରଣ ସରିଛି ।
COVID19 | India reports 34,703 new cases in the last 24 hours; lowest in 111 days. Active cases decline to 4,64,357. The recovery rate rises to 97.17% pic.twitter.com/WRxg5DdrOm
— ANI (@ANI) July 6, 2021