• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ନୂଆଦିଲ୍ଲୀ: ଅାସନ୍ତା ବର୍ଷ ସାଧାରଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥି ହୋଇପାରନ୍ତି ଅାମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଗତ ଏପ୍ରିଲ୍‌ରେ ଭାରତ ସରକାର ଏଥିପାଇଁ ଟ୍ରମ୍ପଙ୍କୁ ନିମନ୍ତ୍ରଣ ପ୍ରସ୍ତାବ ପଠାଇଛନ୍ତି। ଯଦି ଟ୍ରମ୍ପ୍‌ ଏହାକୁ ସ୍ୱୀକାର କରନ୍ତି, ତେବେ ମୋଦି ସରକାର ପାଇଁ ଏହା ଏକ ବଡ଼ ସଫଳତା ଭାବେ ଗ୍ରହଣ କରାଯିବ। ଅାମେରିକା ସରକାର ମଧ୍ୟ ଏଦିଗରେ ସକରାତ୍ମକ ଭାବେ ଚିନ୍ତା କରୁଛି ବୋଲି ଜଣାପଡ଼ିଛି।

ତେବେ ଅାମେରିକା ପକ୍ଷରୁ ଏ ନେଇ ଏଯାବତ୍ କୌଣସି ଉତ୍ତର ଅାସିନାହିଁ। ଟ୍ରେଡ୍ ଟାରିଫ୍ ପ୍ରସଙ୍ଗରେ ଭାରତ-ଅାମେରିକା ମତଭେଦ, ଇରାନ୍ ସହ ଭାରତର ସୁସମ୍ପର୍କ, ରୁଷ ସହ ଏସ୍-୪୦୦ ମିସାଇଲ୍ ଡିଫେନ୍ସ ସିଷ୍ଟମ୍ କ୍ରୟ ପ୍ରସ୍ତାବ ଅାଦି ସତ୍ତ୍ୱେ ଭାରତ ଅାମେରିକାର ପ୍ରାଥମିକତା ତାଲିକାରେ ରହିଛି କି ନାହିଁ ତାହା ଏଥିରୁ ଜଣାପଡ଼ିବ। ଏହାପୂର୍ବରୁ ୨୦୧୫ ସାଧାରଣତନ୍ତ୍ର ଦିବସ ସମାରୋହରେ ଅାମେରିକାର ତତ୍କାଳୀନ ରାଷ୍ଟ୍ରପତି ବାରାକ ଓବାମା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

Other Stories