• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ଶଶି ଥରୁରଙ୍କ ବିବାଦୀୟ ମନ୍ତବ୍ୟ ‘ହିନ୍ଦୁ ପାକିସ୍ତାନ’ କୁ ନେଇ ମାମଲା ରୁଜୁ ହୋଇଛି। ଥରୁରଙ୍କ ନାଁରେ ଉତ୍ତର ପ୍ରଦଶର ଗୋମତି ନଗର ଥାନାରେ ଏତଲା ଦେଇଛନ୍ତି ରିଜ୍ଓ୍ୱାନ ଅହମ୍ମଦ।

ଶଶି ଥରୁରଙ୍କ ମନ୍ତବ୍ୟ ଦେଶର ବିଭାଜନ ସୃଷ୍ଟି କରୁଛି ବୋଲି ଅଭିଯୋଗ କରି ସେ ଏତଲା ଦେଇଛନ୍ତି। ଗତକାଲି କଂଗ୍ରେସ ନେତା ଶିଶି ଥରୁର କହିଥିଲେ ୨୦୧୯ ସାଧାରଣ ନିର୍ବାଚନରେ ଯଦି ବିଜେପି ସରକାର ଗଢ଼େ, ତା’ ହେଲେ ଭାରତ, ହିନ୍ଦୁ ପାକିସ୍ତାନ ହୋଇଯିବ। ଏହା ପରେ ଥରୁରଙ୍କ ମନ୍ତବ୍ୟକୁ ନେଇ ରାଜନୀତି ଅାରୋପ ପ୍ରତ୍ୟାରୋପ ଜାରି ରହିଛି। ଏହି ମାମଲାରେ ରାହୁଲ ଗାନ୍ଧି କ୍ଷମା ମାଗନ୍ତୁ ବୋଲି ବିଜେପି ଦାବି କରିଛି। କଂଗ୍ରେସ ଅାଗାମୀ ନିର୍ବାଚନ କଣ ଧର୍ମ ଅଧାରରେ ଲଢ଼ିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ କରିଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ।

ସେପଟେ କଂଗ୍ରେସ ମଧ୍ୟ ଥରୁରଙ୍କୁ ଏଭଳି ମନ୍ତବ୍ୟ ଦେବାରୁ କ୍ଷାନ୍ତ ହେବାକୁ କହିଛି ।

 

Other Stories