• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Abinash Pati

ନୂଆଦିଲ୍ଲୀ: କୋଭିଡ୍‌-୧୯ ଏକ ଗୁରୁତର‌ ରୋଗ ନୁହେଁ। ୯୦ରୁ ୯୫ ପ୍ରତିଶତ ରୋଗୀ ଏଥିରେ ଭଲ ହୋଇଯାଉଛନ୍ତି। ତେଣୁ କୋଭିଡ୍‌-୧୯ ଏକ ରୋଗ କିନ୍ତୁ ତାହା ଏତେ ଭୟଙ୍କର‌ ନୁହେଁ ବୋଲି କହିଛନ୍ତି ଏମ୍ସ ନିର୍ଦ୍ଦେଶକ ଡ. ରଣଦୀପ୍‌ ଗୁଲେରିଆ। କରୋନା ପାଇଁ ଦେଶରେ ନାନା ପ୍ରକାର ସାମାଜିକ କଳଙ୍କ ବା ଟାହିଟାପରା ଭଳି ସ୍ଥିତି ଦେଖା ଦେଇଥିବାରୁ ଏକ ସାମ୍ବାଦିକ ସମ୍ମିଳନୀରେ ଏଭଳି ମନ୍ତବ୍ୟ ଦେଇଛନ୍ତି ରଣଦୀପ।

ସେ କହିଛନ୍ତି, ଦେଶରେ ଅନେକ ଲୋକ କରୋନା ରୋଗ ପାଇଁ ଅଯଥା ସାମାଜିକ ବାସନ୍ଦ ଓ ଟାହିଟାପରାର ଶିକାର ହେଉଛନ୍ତି। ଫଳରେ ଦେଶରେ ସଂକ୍ରମଣ ଓ ମୃତ୍ୟୁଦର ବୃଦ୍ଧି ହେଉଛି। କାରଣ ଏପରି ସାମାଜିକ କଳଙ୍କର ଶିକାର ହେଉଥିବାରୁ ଅନେକ ଲୋକ ଭୟରେ ଡାକ୍ତରଖାନା ଆସୁ ନାହାଁନ୍ତି।  ଯଦି ଏରି ଜାରି ରହେ ତେବେ ଭାରତରେ କରୋନା ଜନିତ ମତ୍ୟୁ ସଂଖ୍ୟା ସବୁଠୁ ବଢ଼ିଯିବ ବୋଲି ରଣଦୀପ କହିଛନ୍ତି।

ଅଧିକାଂଶ କୋଭିଡ୍-୧୯  ସାଧାରଣ ଚିକିତ୍ସାରେ ଭଲ ହେଇଯାଉଛନ୍ତି। ମାତ୍ର ୧୫ ପ୍ରତିଶତଙ୍କୁ ଔଷଧ ସହିତ ଅକ୍ସିଜେନ୍‌ ଥେରାପିରେ ଭଲ କରାଯାଉଛି ବୋଲି ସେ ସୂଚନା ଦେଇଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ କୋରନାକୁ ମୁକାବିଲା କରିବା ପାଇଁ ଭାରତ ବିଭିନ୍ନ ଔଷଦ ଓ ଟିକା ଉପରେ କାର୍ଯ୍ୟ କରୁଛି। ଏଥିସହିତ କନ୍‌ଭାଲେସେଣ୍ଟ ପ୍ଲାଜ୍‌ମା ( କରୋନାରୁ ଭଲ ହୋଇଥିବା ବ୍ୟକ୍ତି ରକ୍ତକଣିକା) ଦ୍ୱାରା ଏହି କୋଭିଡ୍ ରୋଗୀଙ୍କ ଚିକିତ୍ସା କରିବାର ଯୋଜନା ଚାଲିଛି ବୋଲି ରଣଦୀପ କହିଛନ୍ତି। ବିଭିନ୍ନ ଡାକ୍ତରଖାନାରେ ମଧ୍ୟ ଏହାର ପ୍ରୟୋଗ ଆରମ୍ଭ ହୋଇଗଲାଣି। ଏଥିପାଇଁ କରୋରୁ ସୁସ୍ଥ ହୋଇଥିବା ଅନେକ ଲୋକ ସ୍ୱଇଚ୍ଛାରେ ରକ୍ତଦାନ କରିବାକୁ ଆଗେଇ ଆସୁଛନ୍ତି। ଏଥିରୁ ଆମର ଏକତା ସ୍ପଷ୍ଟ ହେଉଛି ହୋଲି ରଣଦୀପ କହିଛନ୍ତି।

ପୂର୍ବରୁ ଆସିଏମ୍‌ଆର୍‌ର ବରିଷ୍ଠ ଡାକ୍ତର ଡି ଆର ଗଙ୍ଗାଖେଡ୍‌କର କହିଥିଲେ, ପ୍ରାୟ ୮୦ ପ୍ରତିଶତର ଲୋକଙ୍କ ଠାରେ କରୋନା ଲକ୍ଷଣ ସାମାନ୍ୟ ଓ ଆଦୌ ଦେଖାଯାଉ ନାହିଁ। ସେପରି କ୍ଷେତ୍ରରେ ୧୫ ପ୍ରତିଶତ ଗୁରୁତର ଲକ୍ଷଣ ଦେଖାଯାଉଥିଲା ବେଳେ ୫ ପ୍ରତିଶତ ଗୁରୁତର ହୋଇଯାଆନ୍ତି।

Other Stories