• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ରାଞ୍ଚି: ସମାଜସେବୀ ସ୍ୱାମୀ ଅଗ୍ନିବେଶଙ୍କ ଉପରେ ଅାକ୍ରମଣ ହୋଇଛି। ତାଙ୍କୁ ତଳେ ପକାଇ ଟଣାଘୋଷରା ସହ ଠେଲାପେଲା ଓ ମୁଥ ମରାଯାଇଥିବା ନେଇ ଅଭିଯୋଗ ହୋଇଛି। ବିଜେପି ଯୁବ ମୋର୍ଚ୍ଚା କର୍ମୀମାନେ ଏଭଳି କାଣ୍ଡ କରିଥିବା ନେଇ ଅଭିଯୋଗ ହୋଇଛି। ଏହି ଘଟଣାରେ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ରଘୁବର ଦାସ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି।

ଅାଜି ସ୍ୱାମୀ ଅଗ୍ନିବେଶ ରାଞ୍ଚିରୁ ୩୬୫କିଲୋମିଟର ଦୂର ପାକୁରରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଯାଇଥିଲେ। କାର୍ଯ୍ୟକ୍ରମ ପରେ ଏକ ହୋଟେଲ୍‌କୁ ଯାଉଥିବା ବେଳେ ବିଜେପି ଯୁବମୋର୍ଚ୍ଚା କର୍ମୀ ତାଙ୍କୁ କଳା ପତାକା ଦେଖାଇ ବିରୋଧ କରିିଥିଲେ। ପରେ କର୍ମୀମାନେ ମିଶି ତାଙ୍କୁ ଅାକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଛି।

ତେବେ ସ୍ୱାମୀ ଅଗ୍ନିବେଶ କହିଛନ୍ତି,ଏହି ଘଟଣା ପରେ କ’ଣ ପାଇଁ ତାଙ୍କୁ ଅାକ୍ରମଣ କରାଯାଇଥିଲା ସେ କିଛି ଜାଣି ନାହାନ୍ତି। ପୁଲିସ ଏହି ଘଟଣାରେ ୨୦ରୁ ଅଧିକ କର୍ମୀଙ୍କୁ ଅଟକ ରଖି ପଚରାଉଚରା କରୁଛି।

Other Stories