/odishatv-khabar/media/post_attachments/uploadimage/library/16_9/16_9_0/prawn-fried-rice-22_1626504730.jpg)
prawn fried rice
ଆବଶ୍ୟକୀୟ ସାମଗ୍ରୀ: ବାସୁମତୀ ଚାଉଳ, ଚିଙ୍ଗୁଡ଼ି ମାଛ, କଞ୍ଚା ମଟର, ଫୁଲକୋବି, ଆଳୁ, ଟମାଟୋ, ପିଆଜ, ରସୁଣ, ଅଦା, କଞ୍ଚାଲଙ୍କା, ତେଲ କିମ୍ବା ଘିଅ, ହଳଦୀଗୁଣ୍ଡ, ଲୁଣ।
ପ୍ରସ୍ତୁତି ପ୍ରଣାଳୀ: ଚାଉଳକୁ ଧୋଇ ପାଣି ବସେଇ ଗୋଟା ଗୋଟା ଭାତ ରାନ୍ଧି ନିଅନ୍ତୁ। ଚିଙ୍ଗୁଡ଼ିର ମୁଣ୍ଡ ଓ ଖୋଳପା ଛଡ଼ାଇ ଭଲଭାବରେ ଧୋଇ ନିଅନ୍ତୁ ଏବଂ ଲୁଣ ହଳଦୀ ଗୋଳାଇ ଦିଅନ୍ତୁ। ପିଆଜ, ରସୁଣ, ଅଦା, କଞ୍ଚଲଙ୍କାକୁ ଗ୍ରାଇଣ୍ଡରରେ ବାଟି ନିଅନ୍ତୁ। କଡ଼େଇରେ ତେଲ ଗରମ କରନ୍ତୁ ଓ ସେଥିରେ ବଟା ମସଲା ପକାଇ ଭାଜନ୍ତୁ। ମସଲା ହୋଇ ଆସିଲେ ଲୁଣ ହଳଦୀ ଗୋଳା ଚିଙ୍ଗୁଡ଼ିକୁ ସେଥିରେ ପକାନ୍ତୁ ଓ ଭାଜି ନିଅନ୍ତୁ। ଚିଙ୍ଗୁଡ଼ି ଭଜାକୁ ଓହ୍ଲାଇ ଆଣି ଅନ୍ୟ ଏକ କଡ଼େଇରେ ତେଲ ପକାଇ ସେଥିରେ ଆଳକୁ ଛୋଟ ଛୋଟ କାଟି ଛାଣି ନିଅନ୍ତୁ। ଫୁଲକୋବିକୁ ମଧ୍ୟ ସେଇଭଳି ତେଲରେ ଛାଣି ନିଅନ୍ତୁ। କିଛି କଟା ପିଆଜକୁ ମଧ୍ୟ ଛାଣି ନିଅନ୍ତୁ। ଏବେ ଗରମ ତେଲ ବା ଘିଅରେ ପୂର୍ବ ରନ୍ଧା ଭାତକୁ ପକାଇ ଭାଜି ନିଅନ୍ତୁ। ଭାତ ଘିଅରେ ଭାଜି ହେବା ପରେ ମଟର, ଭଜା ଆଳୁ, କୋବି, ଚିଙ୍ଗୁଡ଼ି ଭଜା, ପିଆଜ ଭଜାକୁ ପକାଇ ଭଲଭାବରେ ଗୋଳାଇ ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଚିଙ୍ଗୁଡ଼ି ଫ୍ରାଏଡ଼୍ ରାଇସ୍। ଏହାକୁ ଗରମ ଗରମ ପରଷନ୍ତୁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)