Advertisment

ସାମ୍ନାକୁ ଆସିଲା କୋଭିଡ୍ ସଂକ୍ରମଣର ନୂଆ ଲକ୍ଷଣ

ଏକ ବର୍ଷରୁ ଅଧିକ ସମୟ ଧରି ଆମେ କୋଭିଡ୍ ମହାମାରୀ ସହିତ ଲଢେଇକରି ଆସୁଥିବା ବେଳେ ଅନେକ ଲକ୍ଷଣ ବିଷୟରେ ଅବଗତ ହୋଇଚାଲିଛେ। ଏହା ଦ୍ୱାରା ଆମେ ସତର୍କ ହେବା ସହିତ ସଂକ୍ରମିତ ହେବା କ୍ଷଣି ଆବଶ୍ୟକୀୟ ପଦକ୍ଷେପ ନେଇପାରୁଛେ। ଜରହେବା, କ୍ଳାନ୍ତ ଲାଗିବା, ଆଘ୍ରାଣ ଶକ୍ତି କମିଯିବା ଆଦି ସାଧାରଣ ଲକ୍ଷଣ ଯାହା ଆମେ ପୂର୍ବରୁ ଜାଣିଛେ। ଯେହେତୁ ଏହି ମହାମାରୀ ଦୀର୍ଘଦିନ ଧରି ତାର କାଣ୍ଡ ଭିଆଇ ଚାଲିଛି ଏନେଇ ଅଧିକରୁ ଅଧିକ ଅଧ୍ୟୟନ […]

author-image
Pramod Behera
ସାମ୍ନାକୁ ଆସିଲା କୋଭିଡ୍ ସଂକ୍ରମଣର ନୂଆ ଲକ୍ଷଣ

Corana

ଏକ ବର୍ଷରୁ ଅଧିକ ସମୟ ଧରି ଆମେ କୋଭିଡ୍ ମହାମାରୀ ସହିତ ଲଢେଇକରି ଆସୁଥିବା ବେଳେ ଅନେକ ଲକ୍ଷଣ ବିଷୟରେ ଅବଗତ ହୋଇଚାଲିଛେ। ଏହା ଦ୍ୱାରା ଆମେ ସତର୍କ ହେବା ସହିତ ସଂକ୍ରମିତ ହେବା କ୍ଷଣି ଆବଶ୍ୟକୀୟ ପଦକ୍ଷେପ ନେଇପାରୁଛେ। ଜରହେବା, କ୍ଳାନ୍ତ ଲାଗିବା, ଆଘ୍ରାଣ ଶକ୍ତି କମିଯିବା ଆଦି ସାଧାରଣ ଲକ୍ଷଣ ଯାହା ଆମେ ପୂର୍ବରୁ ଜାଣିଛେ। ଯେହେତୁ ଏହି ମହାମାରୀ ଦୀର୍ଘଦିନ ଧରି ତାର କାଣ୍ଡ ଭିଆଇ ଚାଲିଛି ଏନେଇ ଅଧିକରୁ ଅଧିକ ଅଧ୍ୟୟନ ମଧ୍ୟ ଚାଲିଛି। ନିକଟରେ ଏକ ତଥ୍ୟ ଅନୁସାରେ ଶ୍ରବଣ ଶକ୍ତି କମିଯିବା, ଆଖି ଗୋଲାପି ପଡିଯିବା ଏବଂ ଗ୍ୟାଷ୍ଟ୍ରୋଇଣ୍ଟେଷ୍ଟାଇନ୍ ଭଳି କିଛି ସମସ୍ୟା ମଧ୍ୟ ଏହାର ଲକ୍ଷଣ ସହ ଯୋଡି ହୋଇଯାଇଥିବା ଜଣାଯାଏ।

Advertisment

୧- ଆଖି ଗୋଲାପି ପଡିବା:
publive-imageଚୀନର ଏକ ଅଧ୍ୟୟନ ଅନୁସାରେ ଆଖି ଗୋଲାପି ପଡିବା ବା ଆଖି ଧରିବା ମଧ୍ୟ କରୋନା ସଂକ୍ରମଣର କାରଣ ହୋ‍ଇପାରେ। ଏହା ଦ୍ୱାରା ଆଖି ନାଲିପଡିବା, ଫୁଲିଯିବା ବା ଆଖିରୁ ପାଣି ବାହାରିଥାଏ। ୧୨ ଜଣ ସଂକ୍ରମିତଙ୍କୁ ନେଇ କରାଯାଇଥିବା ଏହି ଅଧ୍ୟୟନରେ ସମସ୍ତଙ୍କ ପାଖରେ ଏହି ଲକ୍ଷଣ ଦେଖାଯାଇଥିବା ତଥ୍ୟ କହୁଛି।

୨- ଶ୍ରବଣ ସମସ୍ୟା:
publive-imageଶୁଣିବା କମିଯିବା ବା କାନରେ ଗୁଣୁଗୁଣୁ ପରି ଶବ୍ଦ ଶୁଣାଯିବା ମଧ୍ୟ କରୋନା ଭାଇରସର ଗମ୍ଭୀର ଲକ୍ଷଣ ହୋଇପାରେ ଇଣ୍ଟରନେସନାଲ୍ ଜର୍ଣ୍ଣାଲ୍ ଅଫ୍ ଅଡିଓଲୋଜୀରେ ପ୍ରକାଶିତ ଏକ ଅଧ୍ୟୟନ ଏହା ସ୍ପଷ୍ଟ କରିଛି। କେହି କେହି ସମ୍ପୂର୍ଣ୍ଣ ଶ୍ରବଣ ଶକ୍ତି ହରାଉଥିବା ବେଳେ କେହି ଆଶିଂକ ହରାଇବା କୋଭିଡ୍ ସଂକ୍ରମଣର କାରଣ ହେଉଥିବା ଏହି ଅଧ୍ୟୟନ କହିଛି। ତେବେ ୭.୬ ପ୍ରତିଶତ କୋଭିଡ୍ ସଂକ୍ରମିତ ବ୍ୟକ୍ତିଙ୍କ ପାଖରେ ଶ୍ରବଣ ସମସ୍ୟା ଥିବା ଏହି ଅଧ୍ୟୟନ ସ୍ପଷ୍ଟ କରିଛି।

Advertisment

୩- ଗ୍ୟାଷ୍ଟ୍ରୋ‍ଇଣ୍ଟେଷ୍ଟାଇନ୍ ସମସ୍ୟା:
publive-imageକୋଭିଡ୍-୧୯ ମନୁଷ୍ୟର ଉପର ଶ୍ୱସନ ପ୍ରଣାଳିକୁ ସଂକ୍ରମଣ କରିବାର କାରଣ ହୋଇଥାଏ। ଅଧିକାଂଶ କରୋନା ଭାଇରସ୍ ସଂକ୍ରମଣ ସହିତ ଗ୍ୟାଷ୍ଟ୍ରୋ‍ଇଣ୍ଟେଷ୍ଟାଇନ୍ ସମସ୍ୟାକୁ ଜଡିତ କରନ୍ତି ନାହିଁ। କିନ୍ତୁ ଏହା ଅନୁଧ୍ୟାନ କରାଯାଇଛି ଯେ ଡାଏରିଆ ଓ ବାନ୍ତି ମଧ୍ୟ ସଂକ୍ରମଣର କାରଣ ହୋଇପାରେ। ଯେହେତୁ ସଂକ୍ରମଣ ବର୍ତ୍ତମାନ ହୁ ହୁ ହୋଇ ବଢିଚାଲିଛି ତେଣୁ କେହିବି ଡାଏରିଆ ଓ ବାନ୍ତି ଭଳି ସମସ୍ୟାକୁ ଅଣଦେଖା କରିବା ଉଚିତ ନୁହେଁ ବୋଲି ବିଶେଷଜ୍ଞ ଗୋଷ୍ଠୀ କହିଛନ୍ତି। ଏହି ମହାମାରୀ ଶ୍ୱସନ ଯନ୍ତ୍ରରେ ପ୍ରଭାବ ପକାଇବା ସହିତ କିଡନୀ, ଲିଭର୍ ଓ ଇଣ୍ଟେନଷ୍ଟାଇନରେ ମଧ୍ୟ ପ୍ରଭାବ ପକାଉଥିବା ଏହି ଅଧ୍ୟୟନ ସ୍ପଷ୍ଟ କରିଛି।

Advertisment
Advertisment