/odishatv-khabar/media/post_attachments/uploadimage/library/16_9/16_9_0/jooo_1626697010.jpg)
jooo
ଦିନକୁ ଦିନ ମଣିଷ ଯନ୍ତ୍ରମାନବ ପାଲଟିଗଲାଣି। ଏତେ କାର୍ଯ୍ୟବ୍ୟସ୍ତ ରହୁଛି ଯେ ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ମଧ୍ୟ ସମୟ ପାଉନି। ଫଳରେ ନାନା ଶାରୀରିକ ସମସ୍ୟା ଦେଖାଦେଉଛି। ଆଉ ଏହାପରେ ପ୍ରତିକାର କଥା ଚିନ୍ତା କରୁଛି ।
ଆପଣ ଚାହିଁଲେ ନିଜର କାର୍ଯ୍ୟବ୍ୟସ୍ତତା ଭିତରେ ବି ଏହି ସମସ୍ୟାକୁ ଦୂରେଇ ପାରିବେ। ଯେଉଁଥିରେ ଆପଣଙ୍କୁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡିବନି । କେବଳ ୧୫ ମିନିଟ୍ର ସମୟ ଦେବାକୁ ହେବ।
ଆସନ୍ତୁ ଜାଣିବା ଏହାର ଅଭ୍ୟାସ ବିଧି ବିଷୟରେ –
/odishatv-khabar/media/post_attachments/wp-content/uploads/2019/10/halasana.jpg)
ଅର୍ଦ୍ଧ ହଳାସନ : ଚିତ୍ ହୋଇ ଶୋଇ ପ୍ରଶ୍ୱାସ ଭରି ଦୁଇ ଗୋଡ଼କୁ ଯୋଡ଼ି ଧିରେ ଧିରେ ୯୦ ଡ଼ିଗ୍ରି ପର୍ଯ୍ୟନ୍ତ ସିଧା କରି ଉଠାନ୍ତୁ । କିଛି ସମୟ ରହି ପୁଣି ନିଃଶ୍ୱାସ ଛାଡ଼ି ଧୀରେ ଧୀରେ ଗୋଡ଼ ତଳକୁ ଆଣନ୍ତୁ ।
ଲାଭ : କୋଷ୍ଠ କାଠିନ୍ୟ , ମେଦ ବୃଦ୍ଧି , ଗ୍ୟାସର ଉପଶମ ପାଇଁ ବିଶେଷ ଫଳପ୍ରଦ ।
/odishatv-khabar/media/post_attachments/wp-content/uploads/2019/10/pada.jpg)
ପାଦବୃତ୍ତାସନ : ଚିତ୍ ହୋଇ ଶୋଇ ରହି ଦୁଇ ହାତ ଶରୀରର ଦୁଇ ପାର୍ଶ୍ୱରେ ଲମ୍ୱ ଭାବେ ରଖି ପ୍ରଥମେ ଡ଼ାହାଣ ଗୋଡ଼କୁ ସିଧା କରି ଋତ୍ତ ଆକାରରେ ( ଡ଼ାହାଣରୁ ବାମକୁ ) ଘୁରାନ୍ତୁ ଓ ପରେ ଓଲଟା ( ବାମରୁ ଡ଼ାହାଣକୁ) ଘୁରାନ୍ତୁ । ପରେ ଅନ୍ୟ ଗୋଡ଼କୁ ଅର୍ଥାତ୍ ବାମ ଗୋଡ଼କୁ ସେହିପରି ଘୁରାଇ ଶେଷରେ ଦୁଇଗୋଡ଼କୁ ଯୋଡ଼ି ବୃତ୍ତାକାରରେ ଘୁରାନ୍ତୁ । ଏହା କିଛି ସମୟ କଷ୍ଟକର ମନେ ହେବ , କିନ୍ତୁ ବହୁତ ଆରାମ ଦେବ। ଏହା ଜଙ୍ଘରେ ବଢ଼ିଥିବା ଚର୍ବି ପାଇଁ ରାମବାଣ ସଦୃଶ।
ଲାଭ -: ଓଜନ ହ୍ରାସ କରାଇଥାଏ, ଜଙ୍ଗ, ନିତମ୍ୱ ଓ ଅଣ୍ଟା ଆଦିରେ ବଢ଼ୁଥିବା ଚର୍ବିକୁ କମାଇ ଦିଏ।
/odishatv-khabar/media/post_attachments/wp-content/uploads/2019/10/dichaki.jpg)
ଦ୍ୱିଚକ୍ରିକାସନ : ପୂର୍ବପରି ଶୋଇ ଦୁଇ ହାତ ଶରୀରର ଦୁଇ କଡ଼ରେ ଲମ୍ୱାଇ ରଖନ୍ତୁ। ପ୍ରଶ୍ୱାସ ଭରି ପ୍ରଥମେ ଡ଼ାହାଣ ଗୋଡ଼ ଆଣ୍ଠୁ ପାଖରୁ ଭାଙ୍ଗି ଉପରକୁ ତଳକୁ ଓ ତଳୁ ଉପରକୁ ବୁଲାନ୍ତୁ ( ସାଇକେଲ୍ ପେଡାଲ୍ ମାରିଲା ଭଳି) । ପରେ ବାମ ଗୋଡ଼ ଓ ଶେଷରେ ଦୁଇ ଗୋଡ଼ ଯୋଡ଼ି ସେହିପରି ଘୁରାନ୍ତୁ। ଏହାପରେ ଦୁଇଗୋଡ଼ ସାଇକେଲ୍ ଚଳାଇଲା ପରି ଘୁରାନ୍ତୁ।
ଲାଭ : ମେଦବୃଦ୍ଧି କମାଇବା ସହ ମାନ୍ଦାଗ୍ନି, କବଜ୍ ଓ ଅମ୍ଲପିତ୍ତ ପ୍ରଭୃତିରୁ ମୁକ୍ତି ମିଳିଥାଏ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)