• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

International Updates

INDIA-PAKISTAN
ମୁହାଁମୁହିଁ ହେବେ ଭାରତ ପାକିସ୍ତାନ !

ଆଜିଠୁ ପୁଣି ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ ! ଅପରେସନ୍ ସିନ୍ଦୂରର ୩ ମାସ ପରେ ପୁଣି ମୁହାଁମୁହିଁ ! ପରସ୍ପରକୁ ତାକତ୍ ଦେଖାଇବେ ଉଭୟ ଦେଶର ନୌସେନା। କୌଣସି ସମ୍ମୁଖ ଯୁଦ୍ଧ ନୁହେଁ, ମଝି ସମୁଦ୍ରରେ ଶକ୍ତି ପ୍ରଦର୍ଶନର ଲଢ଼େଇ ।

Trump-Tariff-Effect
ଟାରିଫ ବଢ଼ାଇ ନାମ ନେଲା ଆମେରିକା

ଟାରିଫ ବଢ଼ାଇ ଫସିଗଲେ ଟ୍ରଂପ। ଆମେରିକାରେ ହୁ ହୁ ହୋଇ ବଢ଼ିଲା ଦର। ଉତ୍ତର ମାଗୁଛନ୍ତି ଆମେରିକା ବାସୀ ।

Pakistan-Loses
ନାମ ନେଲା ପାକିସ୍ତାନ

ଭାରତର ରାସ୍ତା ରୋକୁଥିଲା। ଏବେ ନାମ ନେଲା ପାକିସ୍ତାନ। ସହିଲା ୧୨୭ କୋଟି ଟଙ୍କାର କ୍ଷତି। ତଥାପି ମାରୁଛି ଗାଲୁ।

Putin-Trump-Meeting
ଶେଷ ହେବ କି ରୁଷ-ୟୁକ୍ରେନ ଯୁଦ୍ଧ?

ଶେଷ ହେବ କି ରୁଷ-ୟୁକ୍ରେନ ଯୁଦ୍ଧ? ୟୁକ୍ରେନ ଛାଡିବ କି ତା’ର ଭୂମି? ଏନେଇ ଅଗଷ୍ଟ ୧୫ରେ ହେବ ବିଚାର। ଏନେଇ ପୁଟିନ୍‌ଙ୍କୁ ଭେଟିବେ ଟ୍ରଂପ୍‌।

shooting
NIghtclub Shooting: ନାଇଟକ୍ଲବରେ ଆଖିବୁଜା ଗୁଳିମାଡ; ୮ ମୃତ, ଏକାଧିକ ଆହତ

ଇକୁଏଡରରେ ରବିବାର ଏକ ନାଇଟକ୍ଲବରେ କିଛି ଅସ୍ତ୍ରଶସ୍ତ୍ରଧାରୀ ଗୁଳିମାଡ କରିବା ଦ୍ବାରା ୮ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୩ ଜଣ ଆହତ ହୋଇଛନ୍ତି। ଚଳିତ ବର୍ଷ ଇକୁଏଡରରେ ୪,୬୦୦ରୁ ଅଧିକ ଲୋକଙ୍କର ହତ୍ୟାଜନିତ ମୃତ୍ୟୁ ହୋଇଥିବା ସୂଚନା ରହିଛି।

Journalists
Israel-Hamas War: ଭୟଙ୍କର ଯୁଦ୍ଧ: IDFର ଆକ୍ରମଣରେ ୫ ସାମ୍ବାଦିକ ନିହତ

ହସ୍ପିଟାଲ ପରିସରରେ ଥିବା ତମ୍ବୁ ଉପରେ ଟାର୍ଗେଟ କରି ଇସ୍ରାଏଲ ଆକ୍ରମଣ କରିବା ଫଳରେ ୭ ଜଣ ନିହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୫ ଜଣ ସାମ୍ବାଦିକ ଅଛନ୍ତି। ପାଲେଷ୍ଟାଇନ ସାମ୍ବାଦିକ ଗୋଷ୍ଠୀ ଏହାକୁ ପ୍ରେସ ସ୍ୱାଧୀନତା ଉପରେ ଆକ୍ରମଣ ବ୍ଲି କହିଛି।

Turkey Earthquake
Earthquake In Turkey: ୬.୧ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ; ଜଣେ ମୃତ, ଅନେକ ଆହତ

ତୁର୍କୀରେ ବାଲିକେସିର ପ୍ରଦେଶରେ ଶକ୍ତିଶାଳୀ ଭୂକିକମ୍ପ ଅନୁଭୂତ ହୋଇଛି। ତୁର୍କୀର ରାଷ୍ଟ୍ରପତି ରେସେପ ତାୟିପ ଏର୍ଦୋଗାନ ଓ ଗୃହମନ୍ତ୍ରୀ ଅଲି ୟେରଲିକାୟା ବିପର୍ଯ୍ୟୟରୁ ରକ୍ଷା କରିବା ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।

Trump Putin
Trump Putin:ଡୋନାଲ୍ଡ ଟ୍ରମ୍ପ ନେବେ ବଡ଼ ନିଷ୍ପତ୍ତି ! ଅଗଷ୍ଟ ୧୫ରେ ପୁଟିନଙ୍କୁ ଭେଟିବେ ଟ୍ରମ୍ପ...ଜେଲେନସ୍କିଙ୍କ ଉପରେ ସମସ୍ତଙ୍କ ନଜର

ଏକ ରିପୋର୍ଟ ଅନୁସାରେ, ଏହି ଯୋଜନାରେ, ୟୁକ୍ରେନର କିଛି ଅଞ୍ଚଳକୁ ରୁଷକୁ ହସ୍ତାନ୍ତର କରାଯିବ ଆଉ ଯୁଦ୍ଧ ଶେଷ ହେବ। ରୁଷ ଚାହୁଁଛି ଯେ ୟୁକ୍ରେନ୍‌ ତା’ର ଦୁଇଟି ବଡ଼ ଭୂମି, ଡୋନେଟ୍‌ସ୍କ ଏବଂ ଲୁହାନସ୍କକୁ ଖାଲି କରିଦେଉ।

Ladakh Seeds
From Space To Soil: ମହାକାଶରୁ ଫେରିଲା ଏହି ଦୁଇଟି ମଞ୍ଜି, କ’ଣ ରହିଛି ଭାରତର କନେକ୍ସନ

ଅନ୍ତର୍ଜାତୀୟ ମହାକାଶ ଷ୍ଟେସନକୁ ଯାଇଥିବା ସିବକଥର୍ନ ଏବଂ ହିମାଳୟ ବକୱିଟ ମଞ୍ଜି କ୍ରୁ-୧୦ ମିଶନରେ ଅଗଷ୍ଟ ୯ ତାରିଖରେ ପୃଥିବୀକୁ ଫେରିଛି।

Trump Again Claims
Trump Again Claims: ପୁଣି ଟ୍ରମ୍ପଙ୍କ ମୁହଁ ଫୁଟାଣି, ମାରିଲେ ସାଂଘାତିକ ଗାଲୁ

ଟ୍ରମ୍ପ୍‌ କିନ୍ତୁ ତାଙ୍କର ଏହି ଫୁଟାଣି ସେତିକିବେଳେ ମାରିଛନ୍ତି ଯେତେବେଳେ ଅଜରବୈଜାନର ରାଷ୍ଟ୍ରପତି ଏବଂ ଆର୍ମେନିଆର ପ୍ରଧାନମନ୍ତ୍ରୀ ଉପସ୍ଥିତ ଥିଲେ। ଏହି ତିନି ନେତା ଏକ ତ୍ରିପାକ୍ଷିକ ସ୍ୱାକ୍ଷର ସମାରୋହରେ ଯୋଗ ଦେଇଥିଲେ। ଏଠାରେ ଆମେରିକାର ମଧ୍ୟସ୍ଥତାରେ ଏକ ଶାନ୍ତି ଚୁକ୍ତି ଉପରେ ଦସ୍ତଖତ ହୋଇଥିଲା।

Trump Again Claims
ପୁଣି ଟ୍ରମ୍ପଙ୍କ ମୁହଁ ଫୁଟାଣି

ପୁଣି ଟ୍ରମ୍ପଙ୍କ ମୁହଁ ଫୁଟାଣି। ମାରିଲେ ସାଂଘାତିକ ଗାଲୁ। କହିଲେ ଭାରତ-ପାକିସ୍ତାନ ଯୁଦ୍ଧକୁ ଶେଷ କରିଥିଲେ। ନଚେତ ଏହା ନେଇଥାନ୍ତା ପରମାଣୁ ଯୁଦ୍ଧର ରୂପ।

  • Sunday, 10 August 2025
 India Defies U.S.Tariffs
ଟ୍ରମ୍ପଙ୍କ ଦାଦାଗିରି ପୁଟିନ ଆସିବେ ଭାରତ

ଋଷ-ଭାରତ ସମ୍ପର୍କକୁ ଦେଖି ଇର୍ଷାରେ ଜଳିଯାଉଛନ୍ତି ଟ୍ରମ୍ପ। ଆଉ ଭାରତ ଉପରେ ଲଦିଛନ୍ତି ୫୦ ପ୍ରତିଶତ ଟାରିଫ। ହେଲେ ଇଣ୍ଡିଆ ଟ୍ରମ୍ପଙ୍କ ଏହି ଧମକକୁ ଖାତିର କରିନାହିଁ। କାରଣ ଟାରିଫ୍ ବିବାଦ ଭିତରେ ଭାରତ ଆସିବାକୁ ପୁଟିନଙ୍କୁ ନିମନ୍ତ୍ରଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

  • Sunday, 10 August 2025
President
Trump Administration: ଏହି ରାଷ୍ଟ୍ରପତିଙ୍କୁ ଧରାଇ ଦେଲେ ମିଳିବ ୪୩୮ କୋଟି ଟଙ୍କାର ପୁରସ୍କାର! କାହିଁକି ଏମିତି ଘୋଷଣା କଲା ଟ୍ରମ୍ପ ପ୍ରଶାସନ

ଭେନେଜୁଏଲାର ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କ ବିରୋଧରେ ଡ୍ରଗ୍ସ ଚୋରାଚାଲାଣ କରୁଥିବା ଅଭିଯୋଗ ଆଣିଛି ଆମେରିକାର ଟ୍ରମ୍ପ ପ୍ରଶାସନ। ଆମେରିକା କର୍ତ୍ତୃପକ୍ଷ ତାଙ୍କ ସହିତ ଜଡିତ ୩୦ ଟନ୍ ରୁ ଅଧିକ କୋକେନ୍ ଏବଂ ୭୦୦ ନିୟୁତ ଡଲାରରୁ ଅଧିକ ସମ୍ପତ୍ତି ଜବତ କରିଛନ୍ତି।

Pakistan
Pakistan: ୨ ମାସରେ ୧୨୭ କୋଟି ଟଙ୍କାର କ୍ଷତି ସହିଲାଣି ପାକିସ୍ତାନ

ସିନ୍ଧୁ ଚୁକ୍ତି ବାତିଲ ପରେ ଭାରତୀୟ ବିମାନ ପାଇଁ ପାକିସ୍ତାନ ତାର ଆକାଶମାର୍ଗ ବନ୍ଦ କରିବା ପରେ ପ୍ରତିଦିନ ୧୫୦ ବିମାନ ପ୍ରଭାବିତ ହେଉଛି। ଦୁଇ ମାସରେ ୧୨୭ କୋଟି ଟଙ୍କାର କ୍ଷତି ସହିଲାଣି ପାକିସ୍ତାନ।

Putin
Putin: ଭାରତ ଆସିବେ ପୁଟିନ, ମୋଦି କଲେ ଆମନ୍ତ୍ରଣ...୧୫ରେ ପୁଟିନଙ୍କୁ ଭେଟିବେ ଟ୍ରମ୍ପ

୨୦୧୫ରେ ଶେଷ ଥର ପାଇଁ ଆମେରିକା ଗସ୍ତ କରିଥିଲେ ପୁଟିନ୍। ଆଉ ଏପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଟେଲିଫୋନରେ ଆଲୋଚନା କରିଛନ୍ତି । ଉଭୟ ନେତା ୟୁକ୍ରେନ ଯୁଦ୍ଧ, ଦ୍ବିପାକ୍ଷିକ ସମ୍ପର୍କ ଉପରେ ଆଲୋଚନା କରିଥିଲେ ।

Flight
Foreign Flight: ଆଣ୍ଠେଇଛି ବିଦେଶକୁ ବିମାନ ଉଡ଼ାଣ, ଫାଙ୍କା ସିଟ୍ ପାଇଁ କ୍ଷତିରେ ରାଜ୍ୟ ସରକାର

ପ୍ରାୟ ଦୁଇ ବର୍ଷରେ ସରକାର କ୍ଷତି ଭରଣା ବାବଦରେ ପ୍ରାୟ ୧୭୨ କୋଟି ଟଙ୍କା ଦେଇଛନ୍ତିି। ଅର୍ଥାତ୍ ପାସେଞ୍ଜର ହେଉ ନଥିବାରୁ ସରକାରଙ୍କୁ ମାସକୁ ପ୍ରାୟ ୮ କୋଟି ଟଙ୍କାର କ୍ଷତିଭରଣା କରିବାକୁ ପଡ଼ୁଛି। ଦୁବାଇ ବିମାନରେ ୮.୬୧ ପ୍ରତିଶତ ଆସନ ଖାଲି ପଡ଼ୁଥିବାବେଳେ, ବ୍ୟାଙ୍କକ୍ ବିମାନରେ ୧୯.୨୭% ଓ ସିଙ୍ଗାପୁରରକୁ ସର୍ବାଧକ ୩୫.୬୬ ପ୍ରତିଶତ ସିଟ୍ ଖାଲି ପଡ଼ୁଛି।

AI Avtar
AI Avatar: ସାଂସଦ ହେଲେ ହାଇଟେକ, ତିଆରି କଲେ ନିଜର AI ଅବତାର

ଜଣେ ସାଂସଦ ନିଜର AI ଅବତାର ତିଆରି କରିଛନ୍ତି । ସିଏ ଲୋକଙ୍କ ସହ ତାଙ୍କ ସ୍ୱରରେ ହିଁ କଥାବାର୍ତ୍ତା କରିବ ଏବଂ ସେମାନଙ୍କ ସମସ୍ୟା ଶୁଣିବ। କିନ୍ତୁ, ବିଶେଷଜ୍ଞମାନେ କହୁଛନ୍ତି ଯେ ନେତାଙ୍କ ଉପରେ ଲୋକଙ୍କ ଭରସା ଆଗରୁ ହିଁ କମ୍ ଅଛି । ଏହି ଟେକ୍ନୋଲୋଜି ନେତା ଓ ଜନତାଙ୍କ ମଧ୍ୟରେ ଦୂରତା ଆହୁରି ବଢ଼ାଇଦେବ।

Netanyahu
Israel Prime Minister: ନେତନ୍ୟାହୁଙ୍କ ବଡ଼ ଖୁଲାସା, ଅପରେସନ ସିନ୍ଦୂର ବେଳେ…

ସେ ଖୁଲାସା କରିଛନ୍ତି ଯେ ଅପରେସନ୍ ସିନ୍ଦୂର ସମୟରେ ଭାରତ ପାକିସ୍ତାନ ଉପରେ ଆକ୍ରମଣ କରିଥିଲା ବେଳେ ଇସ୍ରାଏଲରୁ ମିଳିଥିବା ଅସ୍ତ୍ରଶସ୍ତ୍ର ବହୁତ କାମରେ ଆସିଥିଲା। ସେ କହିଛନ୍ତି ଯେ କାର୍ଗିଲ ଭଳି ଅପରେସନ୍ ସିନ୍ଦୂରରେ ମଧ୍ୟ ଇସ୍ରାଏଲର ଅସ୍ତ୍ରଶସ୍ତ୍ର ଭାରତୀୟ ସେନା ପାଇଁ ବଡ଼ ଶକ୍ତି ହୋଇଥିଲା।

Russia
NSA Ajit Doval: ଋଷ୍ ଗସ୍ତରେ ଏନଏସଏ ଅଜିତ ଡୋଭାଲ, ପୁଟିନ୍ ଆସିବେ ଭାରତ

ସେ ଡୋଭାଲଙ୍କ ସହ ସାକ୍ଷାତ ମାଧ୍ୟମରେ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ମଧ୍ୟ ଏକ ବାର୍ତ୍ତା ଦେବାକୁ ଚେଷ୍ଟା କରିଛନ୍ତି। ପୂର୍ବରୁ ରୁଷିଆର ପ୍ରତିରକ୍ଷା ମନ୍ତ୍ରୀ ଥିବା ଶୋଇଗୁ ଡୋଭାଲଙ୍କ ସହ ବୈଠକ ସମୟରେ ଆମେରିକାର ମୁକାବିଲା ପାଇଁ ଏକ ନୂଆ ବ୍ୟବସ୍ଥା ପ୍ରସ୍ତୁତ କରିବାର ସଙ୍କେତ ଦେଇଛନ୍ତି। ସେ ଭାରତ ସହ ନିଜ ଦେଶର ମଜବୁତ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କର ପ୍ରଶଂସା କରି କହିଛନ୍ତି ଯେ ଏକ ନୂଆ, ନିଷ୍ପକ୍ଷ ଓ ସ୍ଥାୟୀ ବିଶ୍ୱ ବ୍ୟବସ୍ଥା ଗଢ଼ି ଉଠିବା ଉଚିତ।

Shashi Tharoor
Shashi Tharoor On Tariff: ଭାରତ ଆପଣାଉ ଯେସାକୁ ତେସା ନୀତି, ପରାମର୍ଶ ଦେଲେ କଂଗ୍ରେସ ସାଂସଦ ଶଶି ଥରୁର

ଶଶି ଥରୁର କହିଛନ୍ତି ଯେ ଯଦି ରୁଷିଆ ଆମକୁ ଶସ୍ତା ତୈଳ ଦେଉଛି, ଯାହା ଆମ ପାଇଁ ଆବଶ୍ୟକ, ତେବେ ଆମେ ରୁଷିଆରୁ ଅଶୋଧିତ ତୈଳ ଆମଦାନୀ ଜାରି ରଖିବା ଉଚିତ।

Trump Threaten
ଭାରତ ଉପରେ ଖପ୍ପା ଆମେରିକା

ଋଷଠାରୁ ଭାରତ ତେଲ କିଣୁଥିବାରୁ ଖପ୍ପା ହୋଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ୨୪ ଘଣ୍ଟା ଭିତରେ ବର୍ତ୍ତମାନର ୨୫ ପ୍ରତିଶତ ଟାରିଫ୍ ବାଦ୍‌ ଆହୁରି ବଡ଼ ଧରଣର ଟାରିଫ୍ ଲଗାଇବେ ବୋଲି ଘୋଷଣା କରିଛନ୍ତି।

PM Modi
PM Modi: ପ୍ରଧାନମନ୍ତ୍ରୀ ମୋଦିଙ୍କ ବାର୍ତ୍ତା, ମୁଣ୍ଡ ନୁଆଁଇବନି ଭାରତ, କୃଷକ ପ୍ରଥମେ ତା’ପରେ ସୁପର ପାୱାରର ବନ୍ଧୁତା

ସେ ଚାହୁଁଛନ୍ତି ଯେ ଭାରତ ଆମେରିକାର ହିତ ଆଗରେ ଆତ୍ମସମର୍ପଣ କରୁ। କିନ୍ତୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ବାର୍ତ୍ତା ଅତି ସ୍ପଷ୍ଟ । ଭାରତ ଆତ୍ମସମର୍ପଣ କରିବ ନାହିଁ। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ତାଙ୍କ ପାଇଁ କୃଷକଙ୍କ ହିତ ସର୍ବୋଚ୍ଚ ପ୍ରାଥମିକତା। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତ ନିଜ କୃଷକଙ୍କ ହିତ ବିରୁଦ୍ଧରେ କେବେ ହେଲେ ସାଲିସ୍ କରିବ ନାହିଁ।

Ireland
Indian Origin Attacked By Irish: ଛୋଟ ଝିଅକୁ ବି ଛାଡିଲେନି; ଚୁଟି ଟାଣି ମାରିଲେ, ଭାରତ ଫେରିଯିବାକୁ ଧମକ ଦେଲେ

ଆୟାର୍ଲ୍ୟାଣ୍ଡର ୱାଟରଫୋର୍ଡରେ ଭାରତୀୟ ବଂଶୋଦ୍ଭବ ଏକ ଛୋଟ ଝିଅକୁ ମାରିବା ସହ ଭାରତ ଫେରିଯିବାକୁ ଧମକ ଦେଇଛନ୍ତି। ଆୟରଲ୍ୟାଣ୍ଡରେ ଭାରତୀୟଙ୍କ ଉପରେ ଆକ୍ରମଣ ବୃଦ୍ଧି ପାଉଛି।

PUTIN AJIT DOVAL
ରୁଷରେ ଡୋଭାଲ ଚିନ୍ତାରେ ଆମେରିକା

ଆମେରିକାର ଟାରିଫ ଯୁଦ୍ଧ ଭିତରେ ରୁଷିଆକୁ ଭୁଲିନି ଭାରତ। ଆମେରିକାକୁ କାଉଣ୍ଟର କରିବା ପାଇଁ ରୁଷ ଗସ୍ତ କରିଛନ୍ତି ଭାରତର ଜେମ୍ସ ବଣ୍ଡ। ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ତଥା ଏନଏସଏ ଅଜିତ ଡୋଭାଲଙ୍କ ରୁଷ୍ ଗସ୍ତକୁ ନେଇ ବଡ଼ ଚର୍ଚ୍ଚା। ରୁଷରେ ବରିଷ୍ଠ ଅଧିକାରୀଙ୍କ ସହ ବୈଠକ କରିବେ ଅଜିତ ଡୋଭାଲ। ଏହି ବୈଠକରେ ଭାରତ-ରୁଷ ପ୍ରତିରକ୍ଷା ଏବଂ ସୁରକ୍ଷା ସହଯୋଗ, ତୈଳ କଟକଣା ଏବଂ ରାଷ୍ଟ୍ରପତି ପୁଟିନଙ୍କ ଭାରତ ଗସ୍ତ ସମ୍ପର୍କରେ ଆଲୋଚନା କରାଯିବ ବୋଲି ଜଣାପଡ଼ିଛି । ଯାହା ଉପରେ ଉଭୟ ଦେଶ ସମେତ ସମଗ୍ର ବିଶ୍ବର ମଧ୍ୟ ନଜର ରହିଛି। ଅଜିତ ଡୋଭାଲଙ୍କ ରୁଷ ଗସ୍ତ ଏପରି ଏକ ସମୟରେ ହୋଇଛି, ଯେତେବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷ ତୈଳ କିଣିବା କାରଣରୁ ଭାରତୀୟ ଆମଦାନୀ ଉପରେ ୨୫ ପ୍ରତିଶତ ଶୁଳ୍କ ବୃଦ୍ଧି କରି ଚର୍ଚ୍ଚାରେ ରହିଛନ୍ତି। ଅଜିତଙ୍କ ଏହି ଗସ୍ତ ଟ୍ରମ୍ପଙ୍କୁ ଝଟକା ଦେଇପାରେ ବୋଲି ମତପ୍ରକାଶ ପାଉଛି। ରୁଷିଆ ସହ ଉଚ୍ଚସ୍ତରୀୟ ବୈଠକରେ ବିଶ୍ବସ୍ତରରେ ବର୍ତ୍ତମାନର ଉତ୍ତେଜନା ଉପରେ ମଧ୍ୟ ଆଲୋଚନା କରାଯିବ ବୋଲି ଜଣାପଡ଼ିଛି।

Trump warns
Trump Warns: ଭାରତ ଉପରେ ୫୦% ଟାରିଫ ଲାଗୁ କଲା ପରେ ବି ମିଳିଲାନି ଶାନ୍ତି, ଆହୁରି ଧମକ ଦେଲେ ଟ୍ରମ୍ପ

ରୁଷଠାରୁ ତେଲ କିଣିବା ଜାରି ରଖିଥିବାରୁ ଭାରତ ଉପରେ ଅତିରିକ୍ତ ୨୫ ପ୍ରତିଶତ ଟାରିଫ୍ ଲଗାଇଛନ୍ତି ଟ୍ରମ୍ପ। ଏହା ପରେ ଭାରତକୁ ଆହୁରି ଟାରିଫ୍ ଲଗାଇବା ପାଇଁ ଧମକ ଦେଇଛନ୍ତି। ସେହିପରି ଚୀନ୍ ଉପରେ ମଧ୍ୟ ‌ଅତିରିକ୍ତ ଟାରିଫ୍ ଲଗାଇ ପାରନ୍ତି ବୋଲି ସଙ୍କେତ ଦେଇଛନ୍ତି।