ପାକିସ୍ତାନ ରାଜନୀତିରେ ପୁଣି ଉଷ୍ମତା। ହୋଇପାରେ ପଟ୍ଟ ପରିବର୍ତ୍ତନ। ବିପଦରେ ଶହବାଜ ସରିଫଙ୍କ ଗାଦୀ। ଖୋଲିବ କି ଇମ୍ରାନ ଖାନଙ୍କ ଭାଗ୍ୟ? ବର୍ତ୍ତମାନ ପାକିସ୍ତାନ ମାଟିରେ ଚାଲିଛି ଏମିତି କଳ୍ପନାଜଳ୍ପନା।
ଯଦି ତୁମେ ପସନ୍ଦ କରୁନାହଁ, ତେବେ କିଣ ନାହିଁ। ଜୟଶଙ୍କର ରୁଷ୍ରୁ ତୈଳ ଆମଦାନୀ ଉପରେ ଟ୍ରମ୍ପ ଓ ୟୁରୋପକୁ କଡ଼ା ଜବାବ ଦେଇଛନ୍ତି। ଏହା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଯେ ଭାରତ ଟ୍ରମ୍ପଙ୍କୁ କୌଣସି ପ୍ରକାର ରିହାତି ଦେବାକୁ ସଫାସଫା ମନା କରିଦେଇଛି।
ଭାରତକୁ ଫେରିଲା ଟିକଟକ୍ ! ୫ ବର୍ଷ ପରେ ଚୀନ ଟିକଟକ୍ ଉପରୁ ହଟିଲା କି ବ୍ୟାନ୍ ? ଚୀନ ସହ ଭାରତର ସମ୍ପର୍କ ସୁଧୁରୁଛି । ଆସନ୍ତା ୩୧ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚୀନ୍ ଯିବାର କାର୍ଯ୍ୟକ୍ରମ ରହିଛି । ଆଉ ଏସବୁ ଭିତରେ ଚୀନ୍ର ଭିଡିଓ ମେକିଂ ପ୍ଲାଟଫର୍ମ ଟିକଟକ୍ ୫ ବର୍ଷ ପରେ ପୁଣି ଭାରତ ଫେରିଥିବା ନେଇ ଜୋର୍ ଧରିଛି ଚର୍ଚ୍ଚା ।
ଲିପୁଲେଖ ପାସ ଉପରେ ନେପାଳର ଦାବିକୁ ସମ୍ପୂର୍ଣ୍ଣ ରୂପେ ଖାରଜ କରିଦେଇଛି ଭାରତ । ନେପାଳର ଦାବି ଗୁଡ଼ିକ ଐତିହାସିକ ତଥ୍ୟ ଉପରେ ଆଧାରିତ ନୁହେଁ କିମ୍ବା ପ୍ରମାଣ ଉପରେ ନିର୍ଭର କରେ ନାହିଁ ବୋଲି ଭାରତ ପକ୍ଷରୁ କୁହାଯାଇଛି । ଭାରତ ଏବଂ ଚୀନ୍ ଉତ୍ତରାଖଣ୍ଡର ଲିପୁଲେଖ ପାସ, ହିମାଚଳ ପ୍ରଦେଶର ସିପକି ଲା ଏବଂ ସିକିମର ନାଥୁଲା ଘାଟି ଦେଇ ସୀମା ବାଣିଜ୍ୟ ପୁନଃ ଆରମ୍ଭ କରିବାକୁ ନିଷ୍ପତ୍ତି ନେବାପରେ ପୁରୁଣା ବିବାଦକୁ ନେଇ ପୁଣି ବୟାନବାଜି ଆରମ୍ଭ ହୋଇଛି ।
ଜେଲ ଦଣ୍ଡରୁ ବଞ୍ଚିବା ପାଇଁ ଗର୍ଭବତୀ ହେଲେ । ୫ ବର୍ଷରୁ ଜେଲ ଦଣ୍ଡରୁ ବଞ୍ଚିବା ପାଇଁ ୩ ଥର ଗର୍ଭବତୀ । ଜେଲର ନାଁ ଶୁଣିବା ମାତ୍ରେ ସମସ୍ତଙ୍କ ହୋସ ଉଡିଯାଏ । ସମସ୍ତଙ୍କୁ ଡର ଲାଗେ । କେହି କେହି ଦେହ ଖରାପ ଅଛି କହି ହସପିଟାଲରେ ଆଡମିଟ୍ ହୋଇଯାଆନ୍ତି । କିନ୍ତୁ ଜଣେ ମହିଳା ଜେଲ ଦଣ୍ଡରୁ ବଞ୍ଚିବା ପାଇଁ,ଏମତି ଆଇଡିଆ କଲେ ଯେ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ। ୫ ବର୍ଷର ଜେଲ ଦଣ୍ଡକୁ ,ଏଡାଇବା ପାଇଁ ୩ ଥର ପିଲା ଜନ୍ମ
ଋଷ ଭାରତକୁ ନୂତନ ପ୍ରସ୍ତାବ ଦେଉଥିବାବେଳେ, ଆମେରିକା ଶୁଳ୍କ ବୃଦ୍ଧି କରିବାକୁ ଧମକ ଦେଇସାରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଋଷରୁ ତେଲ କିଣିବା ପାଇଁ ଭାରତ ଉପରେ 50% ଶୁଳ୍କ ଲାଗୁ କରିଥିଲେ। ଏହା ପରେ ମଧ୍ୟ ସେ ଧମକ ଦେଇଥିଲେ ଯେ ଶୁଳ୍କ ହାର ଆହୁରି ବୃଦ୍ଧି କରାଯାଇପାରେ।
୨୦୨୩ ସେପ୍ଟେମ୍ବର ମାସରେ ବିକ୍ରିମସିଙ୍ଘେ ଜି୭୭ ସମ୍ମିଳନୀରେ ଯୋଗ ଦେବାକୁ ହାବାନା ଯାଇଥିଲେ। ସେଠାରୁ ଫେରିବା ବେଳେ ସେ ଲଣ୍ଡନରେ ରହିଥିଲେ। ସେଠାରେ ସେ ଓ ତାଙ୍କ ପତ୍ନୀ ଗୋଟିଏ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଥିଲେ। ଏହି ଗସ୍ତ ସମୟରେ ସେ ସରକାରୀ ପାଣ୍ଠି ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା।
ନମାଜ ପଢ, ନହେଲେ ସିଧା ଜେଲ୍ ଯାଅ । ନମାଜ ପାଇଁ ୨ ବର୍ଷ ଜେଲଦଣ୍ଡ । ମାଲେସିୟାରେ ତାଲିବାନୀ କାନୁନ୍ ! ଜୁମ୍ମା ନମାଜ ନ ପଢିଲେ ଜେଲ୍ । ଏହି କଠୋର କାନୁନ୍ ଲାଗୁ ହୋଇଛି ମାଲେସିୟା ତେରେଙ୍ଗାନୁ ରାଜ୍ୟରେ । ଜୁମା ବା ଶୁକ୍ରବାରର ନମାଜ ନପଢିଲେ ଜେଲ୍ ଦଣ୍ଡ ମିଳିବ ବୋଲି ଫରମାନ ଶୁଣାଇଛନ୍ତି ତେରେଙ୍ଗାନୁ ସରକାର । କେହି ବି ଜୁମା ନମାଜ ବନ୍ଦ କରିପାରିବେନି । ଯିଏ ଜୁମ୍ମା ନମାଜ ନ ପଢିବେ, ଶରିଆ ଆଇନ୍ ଅନୁସାରେ, ସିଧା ୨ ବର୍ଷ ଜେଲ୍ ଯିବେ ବୋଲି ଫରମାନ ଶୁଣାଇଛନ୍ତି ତେରେଙ୍ଗାନୁ ସରକାର ।
ଭାରତୀୟ ନାଗରିକ ହରଜିନ୍ଦର ସିଂହଙ୍କ ଦ୍ୱାରା ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ହରଜିନ୍ଦର ସିଂହଙ୍କ ବିରୁଦ୍ଧରେ ବେପରୁଆ ଭାବରେ ଟ୍ରକ୍ ଚଲାଇ ଏବଂ ନିୟମ ଭାଙ୍ଗି ହତ୍ୟା ଅଭିଯୋଗ ଆସିଛି। ସେ ବେଆଇନ ଭାବରେ ଆମେରିକା ଯାଇଥିଲେ।
୭.୫ ତୀବ୍ରତାର ଭୂମିକମ୍ପ ଅନୁଭୂତ ହେବା ପରେ ଚିଲିର କିଛି ଉପକୂଳରେ ଆଗାମୀ ତିନି ଘଣ୍ଟା ମଧ୍ୟରେ ବିପଦପୂର୍ଣ୍ଣ ସୁନାମି ଲହରୀ ଆସିବାର ସମ୍ଭାବନା ରହିଛି ବୋଲି ପ୍ରଶାନ୍ତ ମହାସାଗର ସୁନାମି ସତର୍କତା କେନ୍ଦ୍ର କହିଛି।
ଏପଟେ ଯୁଦ୍ଧ ବିରତି ପାଇଁ ଆଲୋଚନା ଚାଲିଛି । ସେପଟେ ୟୁକ୍ରେନ ଉପରେ ରୁଷିଆ ଘନ ଘନ ଡ୍ରୋନ ଓ ମିସାଇଲ୍ ମାଡ଼ କରିଛି । ଏହି ଆକ୍ରମଣରେ ପଶ୍ଚିମ ୟୁକ୍ରେନର ଲ୍ୱିଭ୍ରେ ଜଣଙ୍କର ମୃତ୍ୟୁ ହୋଇଛି। ଏହା ସହ ଟ୍ରାନ୍ସକାରପାଥିଆ ଅଞ୍ଚଳରେ ୧୫ ଜଣ ଆହତ ହୋଇଛନ୍ତି।
ନିକ୍କୀ ହେଲୀ ଟ୍ରମ୍ପ ପ୍ରଶାସନକୁ ଚେତାବନୀ ଦେଇଛନ୍ତି ଯେ ଯଦି ଭାରତ ସହିତ ସମ୍ପର୍କ ନ ସୁଧୁରାଯାଏ, ତେବେ ଚୀନକୁ ଅଟକାଇବା ସେମାନଙ୍କ ପାଇଁ ବହୁତ କଷ୍ଟକର ହେବ। କେତେବେଳେ ଟାରିଫ୍ ତ କେତେବେଳେ ପାକିସ୍ତାନ ସହିତ ନିକଟତର ହୋଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତକୁ ଅସନ୍ତୁଷ୍ଟ କରିଛନ୍ତି।
ପାକିସ୍ତାନରେ ହଠାତ୍ ଗାଏବ୍ ହୋଇଗଲା ନେଟ୍ ସିଗନାଲ୍ । ବ୍ୟାଙ୍କ ବେଶୀ ସବୁଠୁ ପ୍ରଭାବିତ ହେଲା । ମୋବାଇଲ୍ ଫୋନ୍ ବ୍ୟବହାର କରୁଥିବା ସାଧାରଣ ଲୋକମାନେ ବି ନେଟ୍ ସର୍ଚ୍ଚ କରିପାରିଲେନି । ଆଶ୍ଚର୍ଯ୍ୟର କଥା ହେଉଛି ଏହା ସେଇଦିନ ଘଟିଥିଲା, ୨୦୨୨ରେ ଯେଉଁଦିନ ଘଟିଥିଲା । ତାରିଖ ସମାନ କିନ୍ତୁ କେବଳ ରିପିଟ୍ ହେଲା ।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସବୁବେଳେ କିଛି ନା କିଛି କାରଣକୁ ନେଇ ଚର୍ଚ୍ଚାରେ ରହୁଥିବା ବେଳେ ଏଥର ସେ ନିଜ ବିଷୟରେ ଏମିତି କିଛି କହିଛନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ସେ ସ୍ୱର୍ଗକୁ ଯିବା କଥା କହି ସମସ୍ତଙ୍କୁ ଚକିତ କରିଦେଇଛନ୍ତି।
୧୯୨୯ରେ ଫ୍ରାନ୍ ସେଲାକ୍ କ୍ରୋସିଆର ମଝି ସମୁଦ୍ରରେ ଏକ ନୌକା ଭିତରେ ଜନ୍ମ ହୋଇଥିଲେ। ୮୭ ବର୍ଷ ବୟସରେ ୨୦୧୬ ନଭେମ୍ବର ୩୦ ଫ୍ରାନ୍ ସେଲାକଙ୍କ ମୃତ୍ୟୁ ଘଟିଥିଲା।
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଟିକ୍ଟକ୍ ସହିତ ପ୍ରେମ ଓ କିଛି ତିକ୍ତତା ମଧ୍ୟ ରହିଛି। ତିକ୍ତତାର କାରଣ ହେଉଛି ଟିକ୍ଟକ୍ ଏକ ଚୀନର କମ୍ପାନୀ ଏବଂ ଟ୍ରମ୍ପ ନିଜ ନାଗରିକମାନଙ୍କର ଡାଟା ଚୀନକୁ ପଠାଇବାକୁ ଚାହାଁନ୍ତି ନାହିଁ। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକାରେ ଏକ ଆଇନ ପ୍ରଣୟନ କରିଛନ୍ତି ଯାହା ଅନୁସାରେ ଟିକ୍ଟକ୍କୁ ଆମେରିକାରେ ଚାଲିବା ପାଇଁ ଏକ ଅଣ ଚୀନ କମ୍ପାନୀକୁ ବିକ୍ରି କରିବାକୁ ପଡ଼ିବ। ନଚେତ୍ ଏହାକୁ ବ୍ୟାନ କରାଯିବ ।
ୟୁକ୍ରେନ ପିଲାଙ୍କୁ ଅପହରଣ କରୁଛି ଋଷ୍ ! ହଜାର ହଜାର ପିଲାଙ୍କୁ ଚୋରେଇ ନେଉଛି ୟୁକ୍ରେନରୁ... ଯୁଦ୍ଧ ଆରମ୍ଭ ପରଠୁ ୨୧ ହଜାର ପିଲାଙ୍କୁ ଋଷ୍ କରିଛି ଅପହରଣ । ସାଢେ ୩ ବର୍ଷ ପରେ ଏବେ ବନ୍ଦ ହେବାକୁ ଯାଉଛି ୟୁକ୍ରେନ-ଋଷ ଯୁଦ୍ଧ ! ଆଲାସ୍କାରେ ଋଷ୍ ରାଷ୍ଟ୍ରପତି ପୁଟିନଙ୍କ ସହ ୩ ଘଣ୍ଟା ଆଲୋଚନା ପରେ ଏବେ ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କିଙ୍କ ସହ କଥା ହୋଇଛନ୍ତି ଡୋନାଲ୍ଡ ଟ୍ରମ୍ପ । ଯାହା ଯୁଦ୍ଧବିରତି ଆଶା ବଢାଇଥିବା ବେଳେ ଏହାରି ଭିତରେ ଋଷ୍ ବିରୋଧରେ ଆସିଛି ସାଂଘାତିକ ଅଭିଯୋଗ ।
ଆଉ ସ୍ମାର୍ଟଫୋନ ତିଆରି ହେବନି କି ବଜାରରେ ବିକ୍ରି ହେବନି । ଯେଉଁ ସ୍ମାର୍ଟଫୋନ ବିନା ଆମେ ଘଡିଏ ରହିପାରୁନେ, କିଛି ବର୍ଷ ପରେ ତା' ଆଉ ଦେଖିବାକୁ ମିଳିବନି ।
ଇନ୍ଧନ ବୋଝେଇ ଟ୍ରକ୍ ଓ ବାଇକ୍ ସହ ଧକ୍କା ଏକ ଯାତ୍ରୀବାହୀ ବସ୍ ଧକ୍କା ହେବା ଫଳରେ ୭୩ ଜଣଙ୍କର ମୃତ୍ୟୁ ହୋଇଛି। ଆଫଗାନୀ ଶରଣାର୍ଥୀଙ୍କୁ ନେଇ ଇରାନରୁ କାବୁଲକୁ ଯାଉଥିଲା ବସ୍।
ଭାରତ ଓ ଚୀନ୍ ମଧ୍ୟରେ ଡାଇରେକ୍ଟ ଫ୍ଲାଇଟ୍ ଓ ବର୍ଡର୍ ଟ୍ରେଡ୍ ପୁଣି ଆରମ୍ଭ ହେବ ବୋଲି ନିଷ୍ପତ୍ତି ନିଆଯାଇଛି। ସୀମା ବିବାଦର ତ୍ବରିତ ସମାଧାନ ପାଇଁ ବିଶେଷଜ୍ଞ ଦଳ ଗଠନ ଲାଗି ସହମତି ପ୍ରକାଶ ପାଇଛି।
ଏହି ମାସର ଶେଷ ସୁଦ୍ଧା କିମ୍ବା ଆଗାମୀ ମାସରେ ତାଙ୍କର ପ୍ରସବ ହେବ। ଆମେ ଜାଣି ନାହୁଁ ସେମାନେ ବାଂଲାଦେଶରେ କିପରି ରହୁଛନ୍ତି। ସେ ସେଠାରେ ଶିଶୁକୁ କିପରି ଜନ୍ମ ଦେବେ, ଆମେ ଜାଣି ନାହୁଁ। ଏବଂ ଶିଶୁଟି କ’ଣ ବାଂଲାଦେଶୀ ନାଗରିକ ହେବ?
ଋଷ ରାଷ୍ଟ୍ରପତିଙ୍କ ଝାଡ଼ା ଆଟାଜକୁ ନେଇ ଚର୍ଚ୍ଚା। ପୁପ୍ ସୁଟକେଶ ଧରି ଟ୍ରମ୍ପଙ୍କୁ ଭେଟିଥିଲେ ପୁଟିନ୍। ମଳ ମୂତ୍ର ଧରି କାହିଁକି ବିଦେଶ ବୁଲନ୍ତି ପୁଟିନ୍ ?
ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବା ପାଇଁ ଭ୍ଲାଦିମିର ପୁଟିନ ଆଲାସ୍କା ଯାଇଥିବା ବେଳେ ତାଙ୍କ ଲୁକକୁ ନେଇ ସୋସିଆଲ୍ ମିଡିଆରେ ଜୋର୍ ଚର୍ଚ୍ଚା ଧରିଛି।
ହ୍ବାଇଟ୍ ହାଉସରେ ରୁଷିଆ-ୟୁକ୍ରେନ ଯୁଦ୍ଧ ବନ୍ଦ ନେଇ ଟ୍ରମ୍ପ୍-ଜେଲେନସ୍କିଙ୍କ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇଛି। ଯଥାଶୀଘ୍ର ପୁଟିନ୍ ଓ ଜେଲେନ୍ସ୍କିଙ୍କ ସହ ତ୍ରିପାକ୍ଷିକ ବୈଠକ ଅନୁଷ୍ଠିତ ହେବ।
ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଫୋନ୍ରେ କଥା ହୋଇଛନ୍ତି। ସେ ନିଜର ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଆଲାସ୍କାରେ ହୋଇଥିବା ବୈଠକ ବିଷୟରେ ସବୁ ସୂଚନା ଦେଇଛନ୍ତି।