• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

delhi
ଗୋଟିଏ ଘରୁ ୧୧ ଜଣଙ୍କ ମୃତଦେହ ଉଦ୍ଧାର, ଏହା ହତ୍ୟା ନା ଆତ୍ମହତ୍ୟା?

ନୂଆଦିଲ୍ଲୀ: ଦିଲ୍ଲୀର ବୁରାରି ଅଞ୍ଚଳରେ ଅଭାବନୀୟ ଘଟଣା। ଗୋଟିଏ ପରିବାରର ଏକାସଙ୍ଗେ ୧୧ ଜଣଙ୍କ ମୃତ୍ୟୁ ଘଟିଛି। ୧୦ଜଣଙ୍କ ମୃତଦେହ ଲୁହା ଗ୍ରିଲ୍‌ରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇ ଥିବାବେଳେ ଆଉ ଜଣେ ବୃଦ୍ଧାଙ୍କ ମୃତଦେହ ତଳେ ପଡ଼ିଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ଆଖିରେ ପଟି ବନ୍ଧା ଯିବା ସହ ହାତ ଗୋଡ଼ ମଧ୍ୟ ବନ୍ଧା ଯାଇଥିଲା। ଫଳରେ ଏହି ଘଟଣା ଆହୁରି ସନ୍ଦେହ ଘେରକୁ ଟାଣି ନେଇଛି। ଏହା ଆତ୍ମହତ୍ୟା ବୋଲି […]

bus accident
ଘାଟି ତଳକୁ ଖସିଲା ବସ୍; ଚାଲିଗଲା ୪୪ ଜୀବନ

ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡରେ ମର୍ମନ୍ତୁଦ ସଡକ ଦୁର୍ଘଟଣା।  ପାଉରି ଗରହ୍ୱାଲର ନୈନିଦଣ୍ଡା ବ୍ଲକ ଅନ୍ତର୍ଗତ ପିପାଲି-ଭୋଆନ୍‌ ମୋଟର୍‌ୱେ ନିକଟରେ ଥିବା ଏକ ପାହାଡିଆ ରାସ୍ତାରୁ ବସ୍ ଖସି ୪୪ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆଜି ସକାଳେ ଏହି ଘଟଣା ଘଟିଛି। ମିଳିଥିବା ସୂଚନ ଅନୁସାରେ, ପ୍ରାୟ ୪୫ ଜଣ ଯାତ୍ରୀ ଏକ ମିନି ବସ୍‌ରେ ଭୋଆନ୍‌ରୁ ରାମନଗର ଅଭିମୁଖେ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଛି। ଅନ୍ୟପକ୍ଷରେ, […]

footbal
ଆଜିଠାରୁ ଫିଫା ବିଶ୍ୱକପ୍‌ର ନକ୍ଆଉଟ୍ ରାଉଣ୍ଡ

ମସ୍କୋ : ଆଜିଠାରୁ ଆରମ୍ଭ ହେଉଛି ଫିଫା ବିଶ୍ୱକପର ଅସଲି ମୁକାବିଲା। ପ୍ରି-କ୍ୱାର୍ଟର ରାଉଣ୍ଡର ପ୍ରଥମ ଦିନରେ ଲଢ଼େଇ ହେବ ଲାଟିନ୍ ଆମେରିକା ବନାମ୍ ୟୁରୋପ୍ । ମୁହାଁ ମୁହିଁ ହେବେ ବିଶ୍ୱ ଫୁଟବଲର ଦୁଇ ପାଓ୍ୱାର ହାଉସ୍ ଫ୍ରାନ୍ସ ଓ ଆର୍ଜେଣ୍ଟିନା। ଆଉ ରାତି ସାଢେ ୧୧ଟାରେ ପର୍ତ୍ତୁଗାଲକୁ ଭେଟିବ ଉରୁଗୁଏ। ମେସି ଭର୍ସେସ୍ ଗ୍ରିଜମ୍ୟାନ୍  ଡି ମାରିଆ ବନାମ୍ ପୋଗ୍‌ବା।  ବିଗ୍ ଫାଇଟ୍‌ରେ ବିଗ୍ ଷ୍ଟାରଙ୍କ ଟକ୍କର । ଫିଫା ବିଶ୍ୱକପ୍ ଟ୍ୱେଣ୍ଟି ଏଇଟିନର […]

crocodile
ଗାଧୋଉଥିବା ବେଳେ ଟାଣିନେଲା କୁମ୍ଭୀର

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରର ବେଲପାଳ ଗାଁରେ କୁମ୍ଭୀର ଆତଙ୍କ। କୁମ୍ଭୀର ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ତାଙ୍କ ନାଁ କୈଳାସ ଚନ୍ଦ୍ର ସେଠୀ। କୈଳାସ ଗାଧୋଇବା ପାଇଁ ବ୍ରାହ୍ଣଣୀ ନଦୀକୁ ଯାଇଥିବାବେଳେ କୁମ୍ଭୀର ଆକ୍ରମଣର ଶିକାର ହୋଇଥିଲେ।  କୁମ୍ଭୀର ତାଙ୍କୁ ଝାମ୍ପ ମାରି ନଦୀ ଭିତରକୁ ନେବାକୁ ଉଦ୍ୟମ କରିଥିବା ବେଳେ କୈଳାସ ସଂଘର୍ଷ କରି କୁମ୍ଭୀର କବଳରୁ ନିଜକୁ ରକ୍ଷା କରିଥିଲେ। ଗତକାଲି ଏହି ଘଟଣା ଘଟିଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ […]

tulasi
ଗର୍ଭାବସ୍ଥାରେ କାହିଁକି ତୁଳସୀ ଖାଇବା ଉଚିତ

ତୁଳସୀ ଏକ ଔଷଧୀୟ ବୃକ୍ଷ। ଏହାର ବିଶେଷ ଔଷଧୀୟ ଗୁଣ ପାଇଁ ଏହାକୁ ମହୌଷଧୀର ମାନ୍ୟତା ମିଳିଛି। ବିଭିନ୍ନ ରୋଗର ଉପଚାର ପାଇଁ ଏହା ପ୍ରୟୋଗ କରାଯାଇଥାଏ। ଔଷଧୀୟ ଗୁଣରେ ଭରପୁର ଥିବା ଏହି ତୁଳସୀ ଗର୍ଭବତୀ ମହିଳାମାନଙ୍କ ପାଇଁ କୌଣସି ବରଦାନଠାରୁ କମ୍ ନୁହେଁ। ଗର୍ଭାବସ୍ଥାରେ ମହିଳାମାନଙ୍କ ପାଇଁ ଅନେକ ପ୍ରକାର ଔଷଧ ବାରଣ ଥିଲେ ମଧ୍ୟ ତୁଳସୀର ବାରଣ ନ ଥାଏ । କାରଣ ଏହାର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନଥାଏ। ତେବେ ଏହାର ମାତ୍ରାଧିକ […]