• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

bollywoodlife.com
ପରଦାକୁ ଆସିବ ‘କୁଛ୍‌ କୁଛ୍‌ ହୋତା ହୈ’ ପାର୍ଟ-୨!

ମୁମ୍ବାଇ: ୨୦ ବର୍ଷ ପୂର୍ବରୁ ରିଲିଜ ହୋଇଥିବା ବଲିଉଡ୍‌ ସୁପରଷ୍ଟାର ଶାହାରୁଖ ଖାନ୍‌ଙ୍କ ଅଭିନୀତ ‘କୁଛ୍‌ କୁଛ୍‌ ହୋତା ହୈ’ ପୁଣିଥରେ ପରଦାକୁ ଆସିବ। କିନ୍ତୁ ଏଥର ଆଉ ସେ ପୁରୁଣା ଷ୍ଟୋରୀକୁ ନେଇ ନୁହେଁ, ବରଂ ଏହି ଫିଲ୍ମର ରିମେକ୍‌ ଅର୍ଥାତ୍‌ ପାର୍ଟ-୨ ରିଲିଜ୍‌ ହେବ। କରନ୍‌ ଜୋହରଙ୍କ ନିର୍ଦ୍ଦେଶିତ ‘କୁଛ୍‌ କୁଛ୍‌ ହୋତା ହୈ’ ଫିଲ୍ମଟି ସେହି ସମୟରେ ଦର୍ଶକଙ୍କୁ ଅନେକ ପସନ୍ଦ ଆସିବା ସହ ବକ୍ସ ଅଫିସ୍‌ରେ ମଧ୍ୟ ଅନେକ ସଫଳତା ମିଳିଥିଲା। […]

vlcsnap-error538
ପୌରପାଳିକା ଏବଂ ପଞ୍ଚାୟତ ନିର୍ବାଚନରେ ଭାଗ ନେବନି ପିଡିପି

ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରରେ ହେବାକୁ ଥିବା ପୌରପାଳିକା ନିର୍ବାଚନରେ ଭାଗ ନେବନି ପିଡିପି। ଦଳସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତୀ ଅାଜି ଏନେଇ ବିଧିବଦ୍ଧ ସୂଚନା ଦେଇଛନ୍ତି। ଧାରା ୩୫(କ)କୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଛି। ଆଗକୁ ନିର୍ବାଚନ ହେବାକୁ ଥିବା ବେଳେ ଏହାକୁ ବୟକଟ୍ କରିବ ଦଳ। ରାଜ୍ୟବାସୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏପରି ନିଷ୍ପତ୍ତି ନିଅାଯାଇଥିବା ସେ କହିଛନ୍ତି। ଧାରା ୩୫(କ)କୁ ନେଇ ନିଜ ଅାଭିମୁଖ୍ୟ କେନ୍ଦ୍ର ସରକାରଙ୍କୁ ଅବଗତ କରାଇଛି ପିଡିପି। […]

vlcsnap-error177
ଅାନ୍ଧ୍ରରେ ୨ ଟଙ୍କା କମିବ ପେଟ୍ରୋଲ ଏବଂ ଡିଜେଲ୍ ଦର

ହାଇଦ୍ରାବାଦ: ରାଜସ୍ଥାନ ପରେ ଅାନ୍ଧ୍ରପ୍ରଦେଶରେ କମିବ ପେଟ୍ରୋଲ ଦର। ଗତକାଲି ରାଜସ୍ଥାନ ସରକାର ପେଟ୍ରୋଲ ଏବଂ ଡିଜେଲ୍ ଉପରୁ ଭାଟ୍ ହ୍ରାସ କରିବା ପରେ ଏବେ ଅାନ୍ଧ୍ର ପ୍ରଦେଶରେ ବି ତେଲ ଦର କମିବ। ଅାସନ୍ତାକାଲିଠୁ ଅାନ୍ଧ୍ରରେ ପେଟ୍ରୋଲ ଏବଂ ଡିଜେଲ୍ ଦର ଦୁଇ ଟଙ୍କା ହ୍ରାସ ପାଇବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ। ଭାଟ୍ ରାଶିକୁ କମାଇବା ପରେ କାଲିଠୁ ଅାନ୍ଧ୍ରରେ ଦୁଇ ଟଙ୍କା ଶସ୍ତାରେ ମିଳିବ ତେଲ। ଗତକାଲି ରାଜସ୍ଥାନ ମୁଖ୍ୟମନ୍ତ୍ରୀ […]

vlcsnap-error560
ମହିଳା ପୁଲିସ୍ କନ୍‌ଷ୍ଟେବଲ୍‌ଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

ଚଣ୍ଡିଗଡ଼: ସୁରକ୍ଷା ଯୋଗାଇବାକୁ ମୁତୟନ ଥିବା ପୁଲିସ୍‌ ଅାଜି ଅସୁରକ୍ଷିତ। ଗଣଦୁଷ୍କର୍ମର ଶିକାର ହୋଇଛନ୍ତି ଜଣେ ମହିଳା ପୁଲିସ୍ କନଷ୍ଟେବଲ୍। ଯାହା ପରେ ଏପରି ପ୍ରଶ୍ନ ସାମ୍ନାକୁ ଅାସିଛି। ହରିୟାଣା ପାଲୱାଲ୍ ଅଞ୍ଚଳର ଜଣେ ମହିଳା ହେଡ୍ କନ୍‌ଷ୍ଟେବଲ୍‌ଙ୍କ ସହ ହୋଇଛି ଗଣଦୁଷ୍କର୍ମ। ତେବେ ପୁଲିସରେ ଏନେଇ ଅଭିଯୋଗ ହେବା ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିବା ଅଭିଯୋଗ ହୋଇଛି। ମହିଳା କନଷ୍ଟେବଲ୍‌ ଜଣଙ୍କୁ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ବହୁ ବର୍ଷ ଧରି ହଇରାଣ କରୁଥିଲେ। […]

vlcsnap-error050
ଭାରତ ବନ୍ଦ ଯୋଗୁଁ ଶିଶୁ କନ୍ୟାର ମୃତ୍ୟୁ ଅଭିଯୋଗ

ପାଟନା: ଭାରତ ବନ୍ଦ ଯୋଗୁଁ ଶିଶୁ କନ୍ୟାର ମୃତ୍ୟୁ ଅଭିଯୋଗ। ଆମ୍ବୁଲାନ୍ସ ମିଳିନଥିବା ଯୋଗୁଁ ଦୁଇ ବର୍ଷର ଶିଶୁକନ୍ୟାର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିହାରରୁ ଅାସିଛି ଏପରି ଅଭିଯୋଗ। ବିହାର ଜେହାନାବାଦ୍ ଅଞ୍ଚଳର ଜଣେ ବ୍ୟକ୍ତି ନିଜ ଦୁଇ ବର୍ଷର ଅସୁସ୍ଥ ଝିଅକୁ ନେଇ ମେଡିକାଲ୍ ବାହାରିଥିଲେ। ତେବେ ଯାନବାହନ ଚଳାଚଳ କରୁନଥିବା ଯୋଗୁଁ ଠିକ୍ ସମୟରେ ହସ୍ପିଟାଲ୍‌ରେ ପହଞ୍ଚିପାରିନଥିଲେ। ଫଳରେ ଶିଶୁଟିର ମୃତ୍ୟୁ ହୋଇଥିଲା। ଘଟଣା ପରେ ରାଜନୀତି ଜୋର ଧରିଛି। କେନ୍ଦ୍ରମନ୍ତ୍ରୀ ତଥା […]

୧୦୦ ପୁରୁଷଙ୍କ ଯୌନ ବ୍ୟଭିଚାରର ଶିକାର ହୋଇଥିବା ସେହି ଝିଅଟି

ଲଣ୍ଡନ: ବ୍ରିଟେନ୍‌ର ଶେଫିଲ୍‌ଡ୍ କ୍ରାଉନ୍‌ କୋର୍ଟରେ ଯୌନ ନିର୍ଯାତନା ମାମଲାର ଶୁଣାଣି ଚାଲିଥିବା ବେଳେ ଏକ ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି। ଜଣେ ୧୬ ବର୍ଷୀୟ ପୀଡ଼ିତା ସମସ୍ତଙ୍କ ଆଗରେ ତାଙ୍କ ସହ ଘଟିଥିବା ବର୍ବରତା ସମ୍ପର୍କରେ କହିଛନ୍ତି। ତାଙ୍କ କହିବା ଅନୁଯାୟୀ ୧୯୯୮ରୁ ୨୦୦୧ ଯାଏ ସେ ଯୌନ ଶୋଷଣର ଶିକାର ହୋଇଥିଲେ। ମାତ୍ର ୧୩ ବର୍ଷ ବୟସରୁ ହିଁ ତାଙ୍କୁ ଯୌନ ବ୍ୟଭିଚାରର ଶିକାର ହେବାକୁ ପଡ଼ିଥିଲା। ତାଙ୍କୁ ୧୬ ବର୍ଷ ହେବା ବେଳକୁ […]

Ajira-Anuchinta-1
ଜୀବନରେ କେବେ ବି ଭାଗ୍ୟବାଦୀ ହୁଅ ନାହିଁ

‘ଭାଗ୍ୟ’ର ଅନ୍ୟନାମ ନୈରାଶ୍ୟ। ଜୀବନରେ କେବେ ବି ଭାଗ୍ୟବାଦୀ ହୁଅ ନାହିଁ। ଆପଣ ଯେବେ କର୍ମ ନକରି ‘ଭାଗ୍ୟ’ ଉପରେ ଭରସା କରିବେ ସେ ଆପଣଙ୍କୁ ଧୋକା ଦେବ ହିଁ ଦେବ। କିନ୍ତୁ ‘କର୍ମ ’ଉପରେ ଧ୍ୟାନ ଦେଲେ ସେ ଆପଣଙ୍କୁ କାହିଁ କେତେଗୁଣା ଉପରକୁ ଉଠାଇନେବ।  ‘ଭାଗ୍ୟ ’ ଏକ ଫମ୍ପା ମାଠିଆ ସଦୃଶ। ତୃଷ୍ଣା ମେଣ୍ଟାଇବାକୁ ଫମ୍ପା ମାଠିଆକୁ ଭରସା କରିବା ଯାହା, ‘କର୍ମ’ ନ କରି ଫଳପ୍ରାପ୍ତି ପାଇଁ ‘ଭାଗ୍ୟ’କୁ ଆଦରିବା ତାହା।

ocen-up
ସମୁଦ୍ରରୁ ଅାବର୍ଜନା ସଫା ପାଇଁ ଅଭିନବ ପ୍ରୟାସ

ଅାମେରିକା  : ସଫା ହେବ ସମୁଦ୍ର। ସମୁଦ୍ରର ଅତଳ ଗହ୍ୱରରୁ ଖୋଜି ଅାଣିବ ଅଳିଅା। ଏଥିପାଇଁ ଅାରମ୍ଭ ହୋଇଛି ମିଶନ୍  ଓସନ କ୍ଲିନ ଅପ୍। ଅାମେରିକାର ସାନ୍‌ ଫ୍ରାନ୍‌ସିସ୍କୋ ସହର ନିକଟ ସମୁଦ୍ର ଗର୍ଭରେ ଏଥିପାଇଁ ୨ହଜାର ଫୁଟ ଲମ୍ବର ପାଇପ୍‌ ବିଛାଯାଇଛି। ପାଇପ୍‌ର ଅାଗରେ ପାଖାପାଖି ୧୦ଫୁଟ ଚଉଡାର ସ୍କ୍ରିନ ରହିଛି। ଏଥିରେ କ୍ୟାମେରା, ସେନସର ସହ ସାଟେଲାଇଟ ଅାଣ୍ଟିନା ଖଞ୍ଜାଯାଇଛି। ଅାଉ ଏଥିପାଇଁ ସୌରଶକ୍ତିର ବ୍ୟବହାର କରାଯାଉଛି।  ଅାଣ୍ଟିନାରୁ ନିୟମିତ ବ୍ୟବଧାନରରେ ସୂଚନା ମିଳିବ। […]

death-up
ବିଦ୍ୟୁତ୍ ଆଘାତରେ ବାପପୁଅ ମୃତ

ଗଞ୍ଜାମ : ଗଞ୍ଜାମ ବେଲଗୁଣ୍ଠା ବ୍ଲକ ବଡପଡା ଗାଁରେ ଅଭାବନୀୟ ଘଟଣା। ଅକାଳରେ ବିଦ୍ୟୁତ୍ ଆଘାତରେ ଚାଲିଗଲା ବାପପୁଅଙ୍କ ଜୀବନ। ମୃତକ ହେଲେ ବଡପଡା ଗାଁର ଅଭିମନ୍ୟୁ ପାତ୍ର ଏବଂ ତାଙ୍କ ପୁଅ ଜିତେନ୍ଦ୍ର।  ଓଦା ଚଦରକୁ ଘର ବାଡି ପଟେ ଥିବା ଲୁହା ତାରରେ ସୁଖାଉଥିଲେ ଜିତେନ୍ଦ୍ର। ଏହି ସମୟରେ କୌଣସି କାରଣରୁ ତାରଟି ଚାର୍ଜ ହୋଇଯାଇଥିବା ବେଳେ ସେଥିରେ ଲାଗିଯାଇଥିଲେ ଜିତେନ୍ଦ୍ର। ପୁଅର ଏପରି ଅବସ୍ଥା ଦେଖି ବାପା ଅଭିମନ୍ୟୁ ଉଦ୍ଧାର କରିବାକୁ ଯାଇ […]

wall
କାନ୍ଥ ପଡ଼ି ଭାଇ ଭଉଣୀଙ୍କର ମୃତ୍ୟୁ

କେନ୍ଦୁଝର : କେନ୍ଦୁଝରରେ ଅଘଟଣ କାନ୍ଥ ପଡ଼ି ଭାଇ ଭଉଣୀଙ୍କର ମୃତ୍ୟୁ ହୋଇଛି। ମାଅା ଝିଅ ଗୁରୁତର ଅବସ୍ଥାରେ ଘଟଗାଁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଘଟଗାଁ ଥାନା ମନୋହରପୁର ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ମନୋହରପୁର ଗାଁର ରୁକ୍ମିଣୀ ମୁଣ୍ଡା ନିଜର ତିନି ଛୁଅାଙ୍କ ସହ ଘରେ ଶୋଇଥିଲେ। ହେଲେ ଗତ କିଛି ଦିନ ଧରି ହୋଇଥିବା ଲଗାଣ ବର୍ଷାରେ ଘରର ଦୁର୍ବଳ କାନ୍ଥ ଭୁଶୁଡ଼ି ସେମାନଙ୍କ ଉପରେ ପଡିଥିଲା। କାନ୍ଥଟି ୩ ବର୍ଷର ପୁଅ […]

murder-up
ରାଜଧାନୀରେ ବିବାହିତ ଯୁବକଙ୍କୁ ହତ୍ୟା !

ଭୁବନେଶ୍ୱର :  ରାଜଧାନୀରେ ଜଣେ ବିବାହିତ ଯୁବକଙ୍କୁ ହତ୍ୟା ଅଭିଯୋଗ। ମାଉସୀମା ମନ୍ଦିର ନିକଟ ରେଳ ଧାରଣାରୁ ସଂପୃକ୍ତ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ଜଗା ଦାସ। ୟୁନିଟ୍-୨ ପୋଟଳ ବସ୍ତିରେ ସେ ରହୁଥିଲେ। ପରିବାର ଲୋକଙ୍କ ଅଭିଯୋଗ, ଶନିବାର ସନ୍ଧ୍ୟାରେ ଜିମ୍‌କୁ ଯାଇ ଅାଉ ଘରକୁ ସେ ଫେରିନଥିଲେ। ତେବେ ସେହି ଦିନ ସନ୍ଧ୍ୟାରେ କିଛି ଯୁବକ ତାଙ୍କୁ ଗୌତମନଗର ଅଞ୍ଚଳରେ ଅଟକାଇ ମାଡ଼ ମାରୁଥିବା ନେଇ ସେ ତାଙ୍କ ଭାଉଜଙ୍କୁ ଫୋନରେ […]

tremor-up
ଉତ୍ତର ଭାରତରେ ଭୂମିକମ୍ପର ଝଟ୍‌କା

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ମିରଟରେ ଭୂମିକମ୍ପ।  ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୬ ରେକର୍ଡ କରାଯାଇଛି।  ସକାଳ ୬ଟା ୨୮ରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହାର ପ୍ରଭାବରେ ଦିଲ୍ଲୀ ଓ ଏନସିଅାର ଅଂଚଳ ଥରି ଉଠିଥିଲା। ଏଥିସହ ହରିଅାଣାର କିଛି ଅଂଚଳରେ ମଧ୍ୟ ଭୂମିକମ୍ପର ପ୍ରଭାବ ଅନୁଭୂତ ହୋଇଛି। ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତି ହୋଇଥିବା ସୂଚନା ମିଳିନାହିଁ। ଗତକାଲି ଅପରାହ୍ଣରେ ହରିଅାଣାର ଝାଝର ଜିଲ୍ଲାରେ ମଧ୍ୟ ମୃଦୁ ଭୂମିକମ୍ପ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା […]

oil
ପୁଣି ବଢିଲା ତେଲଦର

ନୂଆଦିଲ୍ଲୀ : ଅାଜି ଦିଲ୍ଲୀରେ ପେଟ୍ରୋଲ ଦର ୨୩ ପଇସା ବୃଦ୍ଧି ପାଇଥିବା ବେଳେ ଡିଜେଲ ମୂଲ୍ୟ ୨୨ ପଇସା ବୃଦ୍ଧି ପାଇଛି। ଫଳରେ ପେଟ୍ରୋଲ ଦର ୮୦ଟଙ୍କା ୭୩ ପଇସାରେ ବିକ୍ରି ହେଉଛି। ସେହିପରି ଡିଜେଲ ମୂଲ୍ୟ ଲିଟର ପ୍ରତି ୭୨ଟଙ୍କା ୮୩ ପଇସାରେ ପହଞ୍ଚିଛି। ମୁମ୍ବାଇରେ ପେଟ୍ରୋଲ ଓ ଡିଜେଲ ଦର ୨୩ ପଇସା ଲେଖାଏଁ ବୃଦ୍ଧି ପାଇଛି। ମୁମ୍ବାଇରେ ପେଟ୍ରୋଲ ମୂଲ୍ୟ ୮୮ଟଙ୍କା୧୨ ପଇସା ଓ ଡିଜେଲ ମୂଲ୍ୟ ୭୭ ଟଙ୍କା ୩୨ […]

bput
ବିପିୟୁଟି ପକ୍ଷରୁ ଅାଜି ସମସ୍ତ ପରୀକ୍ଷା ବାତିଲ

ଭୁବନେଶ୍ୱର : କଂଗ୍ରେସ ପକ୍ଷରୁ ଭାରତ ବନ୍ଦକୁ ନଜରରେ ରଖି ବିପିୟୁଟି ପକ୍ଷରୁ ଅାଜି ସମସ୍ତ ପରୀକ୍ଷା ବାତିଲ କରାଯାଇଛି। ଏନେଇ ବିପିୟୁଟି କର୍ଯ୍ୟାଳୟ ପକ୍ଷରୁ ଘୋଷଣା କରାଯାଇଛି। ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ଭାରତ ବନ୍ଦ ଡାକରା ଦେଇଛି କଂଗ୍ରେସ। ସକାଳୁ ସକାଳୁ କଂଗ୍ରେସ କର୍ମୀମାନେ ପିକେଟିଂ କରିଛନ୍ତି। ଗାଡ଼ି ଓ ରେଳ ଚଳାଚଳ ପ୍ରଭାବିତ ହୋଇଛି।