• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

ias
ଯୁବତୀଙ୍କୁ ଚପଲ ପିନ୍ଧାଇଲେ ଆଇଏଏସ୍‌ ଅଫିସର

ନୂଆଦିଲ୍ଲୀ: କରୋନା ଭାଇରସର ସ୍ଥିତିକୁ ଦୃଷ୍ଟିରେ ରଖି ଦେଶରେ ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍‌ ଜାରି କରାଯାଇଛି। ଏନେଇ ବାହାରେ ଫସି ରହିଥିବା ପ୍ରବାସୀ ଶ୍ରମିକମାନେ ନିଜ ଘରକୁ ଫେରିବା ପାଇଁ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହୋଇଥିବା ଜଣାପଡିଛି। କେତେକ ଶ୍ରମିକ ଶହ ଶହ କି.ମି ଚାଲିଚାଲି ମଧ୍ୟ ଘରକୁ ଫେରୁଥିବାର ଦେଖିବାକୁ ମିଳୁଛି। ଏଭଳି ବିପଦ ସମୟରେ ଭଗବାନଙ୍କ ଦେବଦୂତ ସାଜି କେତେକ ବ୍ୟକ୍ତି ସାହାଯ୍ୟ ପାଇଁ ହାତ ମଧ୍ୟ ବଢ଼ାଉଛନ୍ତି। ପ୍ରବାସୀଙ୍କ ପାଖରେ ନାଁ […]

trump
କୋଭିଡ-୧୯ରୁ ରକ୍ଷା ପାଇବା ପାଇଁ ଟ୍ରମ୍ପ ଖାଉଥିଲେ ମ୍ୟାଲେରିଆ ଔଷଧ

ୱାଶିଂଟନ୍‌: ଆମେରିକାର ଭୟଙ୍କର ଭାବେ କ୍ଷତି ଘଟାଇଛି ମହାମାରୀ କରୋନା ଭାଇରସ୍। ଏଠାରେ ଏକ ଲକ୍ଷ ମୁହାଁ ହେଲାଣି ମୃତ୍ୟୁ ସଂଖ୍ୟା। ଏଭଳି ସ୍ଥିତିରେ କରୋନାଠୁ ରକ୍ଷା ପାଇଁ ଆମେରିକା ରାଷ୍ଟ୍ରପତି ଜିଙ୍କ୍ ସହିତ ମ୍ୟାଲେରିଆ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ଟାବ୍‌ଲେଟ୍‌ ଖାଉଛନ୍ତି। ଏନେଇ ନିଜେ ଟ୍ରମ୍ପ ଘୋଷଣା କରିବା ପରେ ସମସ୍ତଙ୍କୁ ଏହା ଆଶ୍ଚର୍ଯ୍ୟ କରିଦେଇଛି। ଏହାପୂର୍ବରୁ ଆମେରିକାର ବୈଜ୍ଞାନିକମାନେ କହିଥିଲେ ଯେ ମ୍ୟାଲେରିଆ ଔଷଧ କରୋନା ଭାଇରସ ପାଇଁ ଉଦ୍ଦିଷ୍ଟ ନୁହେଁ। ତଥାପି ଟ୍ରମ୍ପଙ୍କର ଏପରି ଘୋଷଣା […]

84man
୪୫ବର୍ଷ ପରେ ଫେରିଲେ ଘରକୁ, ଗ୍ରହଣ କଲେ ନାହିଁ ପରିବାର

ନୂଆଦିଲ୍ଲୀ: ଉତ୍ତରକାଶୀ ସହରରେ ଥିବା ଏକ ଗାଁର ଜଣେ ବ୍ୟକ୍ତି ୪୫ ବର୍ଷ କେଉଁଆଡେ ଚାଲିଯାଇଥିଲେ। କିନ୍ତୁ ରବିବାର ଦିନ ହଠାତ୍‌ ନିଜ ଗାଁକୁ ଫେରିଥିଲେ। ବର୍ତ୍ତମାନ ବ୍ୟକ୍ତିଙ୍କ ବୟସ ୮୪ ବର୍ଷ। କିନ୍ତୁ ବୃଦ୍ଧଙ୍କ ପରିବାର ଲୋକ ତାଙ୍କୁ ସ୍ୱିକାର କରିନଥିଲେ। କରୋନା ଭୟରେ ପ୍ରଥମେ ବୁଦ୍ଧଙ୍କୁ ସରକାରୀ ଇଣ୍ଟର କଲେଜ ଜେଷ୍ଠୱାଡି ପଞ୍ଚାୟତରେ ଥିବା କ୍ୱାରେଣ୍ଟିନ୍‌ ସେଣ୍ଟରରେ ରଖାଯାଇଛି। ସେଠାରେ ରହିବା ଖାଇବା ଦ୍ୱାୟିତ୍ୱ ବୃଦ୍ଧଙ୍କ ପରିବାର ହିଁ ବୁଝାସୁଝା କରୁଥିବା ଜଣାପଡିଛି। ଏନେଇ […]

bus
ବସ୍‌କୁ ପିଟିଦେଲା ଡମ୍ପର, ୩ ପ୍ରବାସୀ ଶ୍ରମିକଙ୍କ ସମେତ ୪ ମୃତ

ସୋଲାପୁର: ଦେଶରେ କରୋନା ଭାଇରସ ସ୍ଥିତିକୁ ଦୃଷ୍ଟିରେ ରଖି ସବୁଠି ଲକ୍‌ଡାଉନ୍‌ର ଅବଧିକୁ ବଢ଼ାଇ ଦିଆଯାଉଛି। ଫଳରେ  ବାହାରେ ଫସି ରହିଥିବା ପ୍ରବାସୀ ଶ୍ରମିକମାନେ ନିଜକୁ ଘରକୁ ଫେରିବା ପାଇଁ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗତ କିଛି ଦିନ ହେବ ସଡ଼କ ଦୁର୍ଘଟଣାରେ ପ୍ରବାସୀ ଶ୍ରମିକମାନେ ପ୍ରାଣ ହରାଉଥିବା ଦେଖିବାକୁ ମିଳୁଛି। ଏହି ସମୟରେ ମହାରାଷ୍ଟ୍ରର ସୋଲାପୁରରେ ପ୍ରବାସୀ ଶ୍ରମିକଙ୍କୁ ନେଇ ଯାଉଥିବା ପୁଣି ଏକ ବସ ଦୁର୍ଘଟଣାର ଶିକାର ହୋଇଛି। ବସ୍‌ଟିରେ ଝାଡ଼ଖଣ୍ଡର […]

doctor
ବଞ୍ଚିପାରିଲାନି ପୁଅ କିନ୍ତୁ ପରିବାର ଲୋକଙ୍କ ଇଚ୍ଛାକୁ ପୂରଣ କରିଦେଲେ ଅପରିଚିତ ଡାକ୍ତର

ନୂଆଦିଲ୍ଲୀ: କରୋନା ଭାଇରସର ସ୍ଥିତିକୁ ଦୃଷ୍ଟିରେ ରଖି ସବୁଠି ଲକ୍‌ଡାଉନ୍‌ର ଅବଧିକୁ ବଢ଼ାଇ ଦିଆଯାଇଛି। ଏହି ସମୟରେ ବିଭିନ୍ନ ଅଘଟଣମାନ ଘଟୁଥିବାର ଦେଖିବାକୁ ମିଳିଛି। ଅନ୍ୟପଟେ କେତେକ ବ୍ୟକ୍ତି ଭଗବାନଙ୍କ ଦୂତ ଭଳି ଅସୁବିଧାରେ ପଡ଼ିଥିବା ବ୍ୟକ୍ତିଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ମଧ୍ୟ ଆସୁଛନ୍ତି। ଠିକ୍‌ ଏଭଳି ଏକ ଘଟଣା ୟୁଏଇ(UAE)ରେ ରହୁଥିବା କୃଷ୍ଣ ଦାସ ଓ ତାଙ୍କ ପତ୍ନୀ ଦିବ୍ୟାଙ୍କ ସହ ସେମିତି କିଛି ଘଟିଛି। ସେମାନଙ୍କର ଏକ ଚାରି ବର୍ଷର ପୁଅ ମଧ୍ୟ […]

oppo
୬ କର୍ମଚାରୀ କରୋନା ଆକ୍ରାନ୍ତ; ଖୋଲିବାର ଅଳ୍ପ ସମୟରେ ପୁଣି ବନ୍ଦ ହେଲା କମ୍ପାନୀ

ନୋଏଡା: ଉତ୍ତର ପ୍ରଦେଶର ଗ୍ରେଟର ନୋଏଡାଠାରେ ଥିବା ଓପୋ ମୋବାଇଲ୍‌ ଫୋନ୍ କମ୍ପାନୀର ୬ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ଘଟଣାଟି ସାମ୍ନାକୁ ଆସିବା ମାତ୍ରେ କାରଖାନାରେ ଭୟର ବାତାବରଣ ସୃଷ୍ଟି ହୋଇଥଲା ।ରିପୋର୍ଟ ଆସିବା ପରେ କାରଖାନାକୁ ବନ୍ଦ କରି ଦିଆଯାଇଛି।  କମ୍ପାନୀର କର୍ମଚାରୀମାନେ କହିଛନ୍ତି ଯେ, ସେମାନଙ୍କୁ ନୋଟିସ୍‌ ନହେବା ପର୍ଯ୍ୟନ୍ତ କାମକୁ ଆସିପାରିବେ ନାହିଁ। ଲକ୍‌ଡାଉନ୍‌ ପରେ କମ୍ପାନୀକୁ ବନ୍ଦ କରାଯାଇଥିଲା। ମେ’ ୮ରେ କମ୍ପାନୀ ଖୋଲାଯାଇ କାମ ଆରମ୍ଭ ହୋଇଥିଲା। […]

tiger
ରାସ୍ତାରେ ବୁଲୁଛି ବାଘ, ଜୀବନ ବଞ୍ଚାଇବାକୁ ଟ୍ରକରେ ଚଢି ଯାଉଛନ୍ତି ଲୋକେ

ନୂଆଦିଲ୍ଲୀ: କରୋନା ଭାଇରସକୁ ନେଇ ସବୁଠି ଲକ୍‌ଡାଉନ୍‌ ଜାରି କରାଯାଇଛି। ଏହାଦ୍ୱାରା ଘରେ ଲୋକମାନେ ଏକ ପ୍ରକାର ବନ୍ଦୀ ଜୀବନ ବିତାଉଥିବାବେଳେ ଜଙ୍ଗଲୀ ପଶୁମାନେ ରାସ୍ତାରେ ବୁଲୁଥିବାର ଦେଖାଯାଇଛି। ରାସ୍ତାରେ ହାତୀ, ବାଘ ଓ ସିଂହ ବୁଲୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି। ସେହିପରି ହାଇଦ୍ରାବାଦରେ ଏକ ଚିତାବାଘ ରାସ୍ତାରେ ବୁଲି ଆତଙ୍କ ସୃଷ୍ଟି କରି ଲୋକଙ୍କୁ ଆକ୍ରମଣ କରୁଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। Leopard vs Dogs. […]

ranchi
କରୋନା ମୁକାବିଲାରେ ସଫଳ ହୋଇଛି ଏହି ସହର

ରାଞ୍ଚି: କରୋନା ଭାଇରସ ଯୋଗୁ ସବୁଠି ଲକ୍‌ଡାଉନ୍‌ ଜାରି କରାଯାଇଛି। ଏହି ମହାମାରୀକୁ ନେଇ ସାରା ବିଶ୍ୱ ଚିନ୍ତିତ।  ଭାରତରେ ବି ଏହି ମହାମାରୀ ନିଜର କାୟାକୁ ଦିନକୁ ଦିନ ବଢ଼ାଇବାରେ ଲାଗିଛି। କିପରି ଏହି ମହାମାରୀଠୁ ରକ୍ଷା ପାଇବେ, ସେନେଇ ବ୍ୟବସ୍ଥା କରାଯାଉଛି। କିନ୍ତୁ ଏଭଳି ସମୟରେ ଭାରତର ଏକ ବଡ ସହର ଏହି ମହାମାରୀକୁ ପରାସ୍ତ କରିବାରେ ସଫଳ ହୋଇଛି। ଝାଡଖଣ୍ଡର ରାଜଧାନୀ ରାଞ୍ଚି ଦେଶ ମଧ୍ୟରେ ଏକ ନମ୍ୱର ସ୍ଥାନରେ ଥିବା ଜଣାପଡିଛି। […]

bus
ପ୍ରବାସୀ ଶ୍ରମିକଙ୍କୁ ନେଇ ଯାଉଥିବା ବସ୍‌ ଓଲଟିଲା, ୬ ଗୁରୁତର

ଲକ୍ଷ୍ନୌ: ମହାମାରୀ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଦେଶରେ ଲକ୍‌ଡାଉନ୍‌ର ଅବଧିକୁ ବଢ଼ାଇ ଦିଆଯାଇଛି। ଏନେଇ ବାହାରେ ଫସି ରହିଥିବା ପ୍ରବାସୀ ଶ୍ରମିକମାନେ ନିଜ ଘରକୁ ଫେରିବା ପାଇଁ ବିଭିନ୍ନ ପ୍ରକାର ଉପାୟମାନ ଅବଲମ୍ୱନ କରୁଥିବାର ଦେଖିବାକୁ ମିଳିଛି। ଏହି ସମୟରେ ପ୍ରବାସୀ ଶ୍ରମିକଙ୍କ ଏକ ବସ୍‌ ଉତ୍ତରପ୍ରଦେଶର ହମିରପୁରଠାରେ ଦୁର୍ଘଟଣାଗ୍ରସ୍ତ ହୋଇ ୬ଜଣ ଯାତ୍ରୀ ଗୁରୁତର ଆହାତ ହୋଇଥିବା ଜଣାପଡିଛି। ଖବର ଅନୁଯାୟୀ, ବସ୍‌ଟି ନୋଏଡା ଠାରୁ ମହୋବା ଅଞ୍ଚଳକୁ ଯାଉଥିଲା। ବାଟରେ ବସ୍‌ ଡ୍ରାଇଭରଙ୍କ […]

manmit
ଲକ୍‌ଡାଉନ୍‌ରେ ଚାପଗ୍ରସ୍ତ ହୋଇ ଆତ୍ମହତ୍ୟା କଲେ ବଲିଉଡର ଟେଲି ଅଭିନେତା

ମୁମ୍ୱାଇ: ଟିଭି ଅଭିନେତା ସଚିନ କୁମାରଙ୍କ ମୃତ୍ୟୁ ଏବଂ କିଛି ମାସ ପୂର୍ବରୁ ଟିଭି ଅଭିନେତା କୁଶଲ ପଞ୍ଜାବୀଙ୍କ ଆତ୍ମହତ୍ୟା ପରେ ମୁମ୍ବାଇର ଟିଭି ଜଗତରୁ ଆଉ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଅନେକ ସିରିଏଲରେ ପଞ୍ଜାବୀ  ଓ ଶିଖ ଚରିତ୍ରରେ ଅଭିନୟ କରିଥିବା ଅଭିନେତା ମନମିତ୍ ଗ୍ରୁଏଲ ଆତ୍ମହତ୍ୟା କରିଛନ୍ତି। SAB ଟିଭିର ‘ଆଦତ୍‌ ସେ ମଜବୁର୍‌’ ସିରିଏଲରେ ସେ ଅଭିନୟ କରୁଥିଲେ। ସେ ଆର୍ଥିକ ସଙ୍କଟ କାରଣରୁ ଏପରି କରିଥିବା ସନ୍ଦେହ କରାଯାଉଛ। […]

mask
ମାସ୍କ ନଥିବାରୁ ଏମିତି ଉପାୟ ଆପଣାଇଲେ ଯୁବକ

ନୂଆଦିଲ୍ଲୀ: କରୋନା ଭାଇରସର ସ୍ଥିତିକୁ ଦୃଷ୍ଟିରେ ରଖି ସାରା ଦେଶରେ ଲକଡାଉନ୍‌ର ଅବଧିକୁ ବଢ଼ାଇ ଦିଆଯାଇଛି। ଏଭଳି ପରିସ୍ଥିତରେ କିଛି ଅମାନିଆ ଲକ୍‌ଡାଉନ୍‌ର ନିୟମକୁ ମାନୁନଥିବା ଜଣାପଡିଛି।  ଏହି ସମୟରେ ଉତ୍ତରପ୍ରଦେଶର ମେରଠ ଠାରେ ଦୁଇଜଣ ଯୁବକ ମୁହଁରେ ମାସ୍କ ପିନ୍ଧିନଥିବାରୁ ପୋଲିସ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଜଣାପଡିଛି। ସେମାନଙ୍କ ନାଁରେ ଥାନାରେ ମାମଲା ମଧ୍ୟ ରୁଜୁ କରାଯାଇଛି। ଏହି ଦୁଇଜଣ ଯୁବକଙ୍କ ମୁହଁରେ ମାସ୍କ ନଥିଲା, ସେମାନଙ୍କୁ ଯେତେବେଳେ ପୋଲିସ ଧରିବାକୁ […]

satyajit
ବଲିଉଡ୍‌ର ଏହି ଟେଲି ଅଭିନେତାଙ୍କ ମା’ କରୋନା ଆକ୍ରାନ୍ତ

ମୁମ୍ୱାଇ: ବଲିଉଡର ଟେଲି ଅଭିନେତା ସତ୍ୟଜିତ୍ ଦୁବେଙ୍କ ମା’ କରୋନା ଭାଇରସରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ତାଙ୍କ ରିପୋର୍ଟରେ କରୋନା ପଜିଟିଭ୍ କଥା ସତ୍ୟଜିତ୍‌ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଜଣାଇଛନ୍ତି। ସତ୍ୟଜିତ୍ ଇନଷ୍ଟାଗ୍ରାମରେ ଲେଖିଛନ୍ତି, “ଗତ କିଛି ଦିନ ହେବ ତାଙ୍କ ମା, ଭଉଣୀ ଓ ମୁଁ ଟିକିଏ ଅସୁବିଧାର ସମ୍ମୁଖୀନ ହେଉଛୁ। କିଛି ଦିନ ଧରି ମୋ ମା’ଙ୍କର ସ୍ୱାସ୍ଥ୍ୟାବସ୍ଥା ଭଲ ନଥିଲା। ସେ ମାଇଗ୍ରେନ୍‌ ରୋଗରେ ପୀଡିତ ଥିଲେ। ଥଣ୍ଡା ଜ୍ୱର […]

sania
ଲକ୍‌ଡାଉନ୍‌ରେ ଶୋଏବ୍ ପାକିସ୍ତାନରେ ସାନିଆ ଭାରତରେ: :କୁନି ପୁଅକୁ ନେଇ ଚିନ୍ତାରେ ଟେନିସ୍‌ ଷ୍ଟାର୍

ନୂଆଦିଲ୍ଲୀ: କରୋନା ମହାମାରୀ ପାଇଁ ଦେଶରେ ଲକ୍‌ଡାଉନ୍ ଲାଗିଛି। ପଡ଼ୋଶୀ ରାଷ୍ଟ୍ର ପାକିସ୍ତାନରେ ବି କରୋନା ଲକ୍‌ଡାଉନ୍‌ ଜାରି ରହିଛି। ତେବେ ଏହି ଲକ୍‌ଡାଉନ୍‌ରେ ପାକିସ୍ତାନର କ୍ରିକେଟର୍‌ ସ୍ୱାମୀ‌‌ ଶୋଏବ୍‌ ମଲ୍ଲୀକଙ୍କଠାରୁ ଅଲଗା ହୋଇଯାଇଛନ୍ତି ଭାରତୀୟ ଟେନିସ୍‌ ଷ୍ଟାର୍ ସାନିଆ ମିର୍ଜା। ଶୋଏବ୍‌ ପାକିସ୍ତାନରେ, ଆଉ ସାନିଆ ତାଙ୍କ କୁନି ପୁଅ ସହିତ  ଭାରତରେ ଫସି ରହିଯାଇଛନ୍ତି। ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଏମିତି ପର୍ଯ୍ୟାୟ କ୍ରମେ ଲକ୍‌ଡାଉନ୍‌ ବଢୁଥିବାରୁ ପୁଅ ପାଇଁ ଚିନ୍ତାରେ ପଡ଼ିଯାଇଛନ୍ତି ସାନିଆ […]