• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

pm modi
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ

ନୂଆଦିଲ୍ଲୀ: ଆଜି ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୬୮ ତମ ଜନ୍ମଦିନ। ନିଜର ନିର୍ବାଚନମଣ୍ଡଳୀ ବାରାଣସୀରେ ସେ ଜନ୍ମଦିନ ପାଳନ କରିବେ। ଏଥିପାଇଁ ବାରାଣସୀରେ ପ୍ରସ୍ତୁତି ଚାଲିଛି। ସେଠାରେ ପ୍ରଧାନମନ୍ତ୍ରୀ ଏକ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ସମୟ ଅତିବାହିତ କରିବେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନ ଅବସରରେ ବିଜେପି ସମେତ ଅନ୍ୟ ଦଳର ନେତା, ବିଶିଷ୍ଟ ବ୍ୟକ୍ତି ଓ ସାଧାରଣ ଲୋକେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏନେଇ ସୋଶାଲ୍ ମିଡିଆରେ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। Birthday […]

prasant kishore
ଜେଡିୟୁରେ ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ : ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରୁଥିବା ପ୍ରଶାନ୍ତ କିଶୋର ଜନତା ଦଳ ୟୁନାଇଟେଡରେ ଯୋଗ ଦେଇଛନ୍ତି। ପାଟନାରେ ଅାୟୋଜିତ ଦଳୀୟ କାର୍ଯ୍ୟକାରିଣୀ ବୈଠକରେ ସେ ସାମିଲ ହୋଇଛନ୍ତି।  ପ୍ରଶାନ୍ତଙ୍କ ଦଳରେ ଯୋଗଦାନ ଜେଡିୟୁକୁ ମଜବୁତ କରିବ ବୋଲି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି। ୨୦୧୨ରେ ପ୍ରଶାନ୍ତ କିଶୋର ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ନରେନ୍ଦ୍ର ମୋଦିଙ୍କ ସହ କାମ ଅାରମ୍ଭ କରିଥିଲେ। ଏହାପରେ ୨୦୧୪ ଲୋକସଭା ନିର୍ବାଚନରେ ମଧ୍ୟ ବିଜେପି ପାଇଁ କାର୍ଯ୍ୟ କରିଥିଲେ।  […]

doctor-up
ମହଙ୍ଗା ପଡିଲା ନର୍ସଙ୍କୁ ଅସଦାଚରଣ

ବିହାର : ମହଙ୍ଗା ପଡିଲା ନର୍ସଙ୍କୁ ଅସଦାଚରଣ। ଏନେଇ ଜଣେ ଡାକ୍ତରଙ୍କୁ ନିସ୍ତୁକ ମାଡ଼ ଖାଇବାକୁ ପଡିଛି। ବିହାର କଟିହାରର ଏକ ହସପିଟାଲରେ ଏଭଳି ଘଟଣା ନଜରକୁ ଅାସିଛି। ମେଡିକାଲ ପରିସରରେ ଜଣେ ମହିଳା ସହକର୍ମୀଙ୍କୁ ଖରାପ ବ୍ୟବହାର କରିଥିବା ଅଭିଯୋଗରେ ଅନ୍ୟ ନର୍ସମାନେ ତାଙ୍କୁ ଗୋଡାଇ ଗୋଡାଇ ପିଟିଥିଲେ। ଡାକ୍ତର ଜଣଙ୍କ କୌଣସି ଭୁଲ କରି ନଥିବା ବାରମ୍ବାର କହୁଥିଲେ ମଧ୍ୟ ନର୍ସମାନେ ଶୁଣି ନଥିଲେ । ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସେମାନେ ଅଡି […]

ganesh idol
ପୁନେରେ ଏମିତି ବି ତିଆରି ହୋଇଛନ୍ତି ଗଣେଶ

ପୁନେ: ସାରା ଦେଶରେ ଗଣେଶ ପୂଜା ଧୁମ୍‌ଧାମ୍‌ରେ ପାଳିତ ହୋଇଛି। କେଉଁଠି ଧାନରେ ଗଣେଶ ତ କେଉଁଠି ତିଳ ବା ବିରି ଚାଉଳରେ ଗଣେଶ। ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାରର ମୂର୍ତ୍ତି ସାଙ୍ଗକୁ ତୋରଣ ମଧ୍ୟ ନିର୍ମାଣ କରାଯାଇଛି। ତେବେ ପୁନେରେ ଏକ ଦୋକାନରେ ଏକ ଭିନ୍ନ ପ୍ରକାରର ଗଣେଶ ମୂର୍ତ୍ତି ନିର୍ମାଣ କରାଯାଇଛି। ଇକୋ ଫ୍ରେଣ୍ଡଲି ଥିମ୍‌କୁ ନେଇ ଗୁପ୍‌ଚୁପ୍‌ରେ ଏହି ମୂର୍ତ୍ତିଟି ତିଆରି ହୋଇଛି। ମୂର୍ତ୍ତିଟି ୧୦ ହଜାର ଗୁପ୍‌ଚୁପ୍‌ ଓ ବାଉଁଶ କାଠିକୁ ନେଇ […]

ଲବଙ୍ଗର ଔଷଧୀୟ ଗୁଣ

ଆମ ରୋଷଇ ଘରେ ଅନେକ ପ୍ରକାର ମସଲା ରହିଥାଏ। ସେଥିମଧ୍ୟରୁ ଖାଦ୍ୟର ସ୍ୱାଦ ବଢ଼ାଇବା ପାଇଁ ଆମେ ଅନେକ ସମୟରେ ଲବଙ୍ଗ ବ୍ୟବହାର କରିଥାଉ। କିନ୍ତୁ ଆପଣ ଜାଣନ୍ତି କି କେବଳ ଖାଦ୍ୟର ସ୍ୱାଦ ବଢ଼ାଇବା ପାଇଁ ନୁହେଁ ଏହା ଆମ ଶରୀରର ଅନେକ ସମସ୍ୟା ଦୂର କରିଥାଏ। ତେବେ ଛୋଟ ଛୋଟ ସମସ୍ୟା ପାଇଁ ଆମେ ଔଷଧ ଖାଇବା ବଦଳରେ ଲବଙ୍ଗକୁ ବ୍ୟବହାର କରି ସମସ୍ୟା ଦୂର କରିପାରିବା। ଲବଙ୍ଗକୁ କିପରି ବ୍ୟବହାର କରିବେ? ପେଟ […]

Typhoon Mangkhut
ଫିଲିପାଇନ୍ସରେ ସାମୁଦ୍ରିକ ଝଡ଼ ମାଙ୍ଗଖୁଟ୍‌ର ତାଣ୍ଡବ; ୨୫ମୃତ

ମାନିଲା (ଫିଲିପାଇନ୍ସ): ଫିଲିପାଇନ୍ସରେ ସାମୁଦ୍ରିକ ଝଡ଼ ମାଙ୍ଗଖୁଟ୍‌ର ତାଣ୍ଡବ। ମାଙ୍ଗଖୁଟ୍‌ର ପ୍ରଭାବରେ ୨୫ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ବ୍ୟାପକ କ୍ଷୟକ୍ଷତି ହୋଇଛି। ତେବେ ମୃତ୍ୟୁସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ପଶ୍ଚିମ ପ୍ରଶାନ୍ତ ମହାସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ମାଙ୍ଗଖୁଟ୍‌ ଯୋଗୁ ଅନେକ ଲୋକ ପ୍ରଭାବିତ ହେବାସହ ଅନେକ ବାସଗୃହ ମଧ୍ୟ ଭାଙ୍ଗି ଯାଇଛି। ଗତକାଲି ଲୁଜୋନ୍ ଦ୍ୱୀପରେ ସ୍ଥଳ ଭାଗ ଛୁଇଁଥିବା ମାଙ୍ଗଖୁଟ୍‌ର ପ୍ରଭାବରେ ଫିଲିଫାଇନ୍ସରେ ଅନେକ କ୍ଷୟକ୍ଷତି ହୋଇଛି। ଫଳରେ ଅନେକ ଅଞ୍ଚଳକୁ ଯୋଗାଯୋଗ, […]

kolkata
କୋଲକାତାର ବାଗ୍ରି ମାର୍କେଟ୍‌ରେ ଭୟାବହ ଅଗ୍ନିକାଣ୍ଡ

କୋଲକାତା: କୋଲକାତା କ୍ୟାନିଙ୍ଗ୍‌ ଷ୍ଟ୍ରିଟ୍‌ ଅନ୍ତର୍ଗତ ବାଗ୍ରି ମାର୍କେଟ୍‌ର ଏକ ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ। ନିଆଁକୁ ଆୟତ୍ତ କରିବା ପାଇଁ ଘଟଣାସ୍ଥଳରେ ପାଖାପାଖି ୩୦ଟି ଦମକଳ ବାହିନୀ ନିୟୋଜିତ ହୋଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନଥିବା ବେଳେ ବିଲ୍ଡିଂରେ ନିଆଁ ଲାଗିବା ସମୟରେ ସେଠାରେ କେହି ଉପସ୍ଥିତ ନଥିଲେ ବୋଲି ଜଣାପଡ଼ିଛି। କୋଲକାତାର ମେୟର ସୋଭନ୍‌ ଚାଟାର୍ଜୀ ଆଜି ସକାଳେ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ଗତକାଲି […]

parrikar
ଏମ୍ସରେ ପାରିକର

ନୂଆଦିଲ୍ଲୀ: ଅସୁସ୍ଥ ଗୋଅା ମୁଖ୍ୟମନ୍ତ୍ରୀ ମନୋହର ପାରିକର। ଦିଲ୍ଲୀ ଏମ୍‌ସରେ ଭର୍ତ୍ତି। ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛନ୍ତି। ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ସଭାପତି ଅମିତ ଶାହ, ପାରିକରଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ। ଅାଗାମୀ ଦିନରେ ଅାଉ ଗୋଅା ମୁଖ୍ୟମନ୍ତ୍ରୀ ଦାୟିତ୍ୱ ସମ୍ଭାଳିବା ତାଙ୍କ ପକ୍ଷେ ସମ୍ଭବ ନୁହେଁ ବୋଲି ପାରିକର, ଶାହଙ୍କୁ ଜଣାଇଥିବାସୂଚନା ମିଳିଛି । ସେପଟେ ପାରିକରଙ୍କ ହାତରେ ଥିବା ବିଭିନ୍ନ ବିଭାଗ ଅନ୍ୟମନ୍ତ୍ରୀଙ୍କୁ […]

modi
ଆଜିଠାରୁ ସ୍ୱଚ୍ଛତା ହିଁ ସେବା ଅଭିଯାନ ଶୁଭାରମ୍ଭ

ନୁଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହୋଇଛି ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ସ୍ୱଚ୍ଛତା ଅଭିଯାନରେ ସାମିଲ ଥିବା ବ୍ୟକ୍ତି ବିଶେଷଙ୍କ ସହ ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ମାଧ୍ୟରେ ଆଲୋଚନା କରିଛନ୍ତି। ଦେଶର ୧୮ଟି ଭିନ୍ନ  ଭିନ୍ନ  ସ୍ଥାନରେ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ଏବଂ ସଂସ୍ଥାମାନଙ୍କ ସହ ମୋଦି ଆଲୋଚନା କରିଛନ୍ତି। ଅଭିନେତା ଅମିତାଭ୍ ବଚ୍ଚନ, ଶିଳ୍ପପତି ରତନ ଟାଟାଙ୍କ ଭଳି ବ୍ୟକ୍ତି ବିଶେଷ, ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ, […]