• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

andhrapradesh
ବିସ୍ଫୋରଣରେ ଏଯାଏ ୩ ଓଡ଼ିଶାଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ

ଅାନ୍ଧ୍ରପ୍ରଦେଶ  : ଅାନ୍ଧ୍ରପ୍ରଦେଶ କର୍ଣ୍ଣୁଲ ପଥର ଖାଦାନ ବିସ୍ଫୋରଣରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି। ତିନି ମୃତକ ହେଲେ ଭୀମ ନାହାକ, ଦୁର୍ଯ୍ୟୋଧନ ନାହାକ ଓ ମନୋରଂଜନ ନାହାକ। ଅାଗରୁ ଦୁର୍ଯ୍ୟୋଧନ ଓ ମନୋରଂଜନଙ୍କ ମୃତ ଦେହ ଉଦ୍ଧାର ହୋଇଥିବା ବେଳେ ଅାଜି ସକାଳେ ଭୀମଙ୍କ ମୃତଦେହ ମିଳିଛି।  ଭୀମଙ୍କ ଗାଁ ହେଉଛି ରମ୍ଭା ଅଞ୍ଚଳର ଝାରିଡ଼ି ରାଧାଗୋବିନ୍ଦପୁର। ଦୁର୍ଯ୍ୟୋଧନ ଓ ମନୋରଂଜନଙ୍କ ଘର ମଧ୍ୟ ରମ୍ଭା ଅଞ୍ଚଳର ବି.ଟି. ନୂଆଁଗାଁରେ। ବିସ୍ଫୋରଣରେ […]

virat
ବିଶ୍ୱର ଏକ ନମ୍ବର ଟେଷ୍ଟ୍‌ ବ୍ୟାଟସ୍‌ମ୍ୟାନ୍‌ ମାନ୍ୟତା ପାଇଲେ ବିରାଟ କୋହଲି

ମୁମ୍ବାଇ: ଟିମ୍ ଇଣ୍ଡିଆ କ୍ୟାପ୍ଟେନ୍‌ ବିରାଟ କୋହଲି ବିଶ୍ୱର ଏକ ନମ୍ବର ଟେଷ୍ଟ ବ୍ୟାଟସ୍‌ମ୍ୟାନ୍‌ ମାନ୍ୟତା ପାଇଛନ୍ତି। ଏନେଇ ଇଣ୍ଟରନ୍ୟାସନାଲ କ୍ରିକେଟ କାଉନସିଲ୍‌ (ଆଇସିସି) ପକ୍ଷରୁ ସୂଚନା ଦିଆଯାଇଛି। ୯୩୪ ପଏଣ୍ଟ ସହ କୋହଲି ଏହି ସ୍ଥାନ ଅଧିକାର କରିଛନ୍ତି। ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ଷ୍ଟିଭ୍‌ ସ୍ମିଥ୍‌ଙ୍କୁ ପଛରେ ପକାଇ ବିରାଟ କୋହଲି ଏକ ନମ୍ବର ଟେଷ୍ଟ ବ୍ୟାଟସ୍‌ମ୍ୟାନ୍‌ ମାନ୍ୟତା ହାସଲ କରିଛନ୍ତି। ଇଂଲଣ୍ଡର ଏଜ୍‌ବାଷ୍ଟନ୍‌ଠାରେ ଖେଳାଯାଉଥିବା ଟେଷ୍ଟ୍‌ ସିରିଜ୍‌ର ପ୍ରଥମ ଇନିଂସ୍‌ରେ ୧୪୯ ଏବଂ ଦ୍ୱିତୀୟ […]

chian snaching
ମହଙ୍ଗା ପଡ଼ିଲା ଛିନତାଇ, ଛେଚା ଖାଇଲା ଲୁଟେରା

ଅନୁଗୁଳ : ମହଙ୍ଗା ପଡ଼ିଲା ଛିନତାଇ, ଛେଚା ଖାଇଲା ଲୁଟେରା। ଅନୁଗୁଳ ଜିଲ୍ଲା ନାଲକୋ ଥାନା ବଳରାମପ୍ରସାଦରେ ଗ୍ରାମବାସୀଙ୍କ ମାଡ଼ରେ ଲୁଟେରା ଗୁରୁତର। ଜଣେ ମହିଳା ଚାଲି ଚାଲି ଆସୁଥିବାବେଳେ ବାଇକ୍‌ରେ ଅାସି ଦୁର୍ବୃତ୍ତ ଜଣକ ଚେନ୍‌ ଛିଡାଇ ଖସି ପଳାଇବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ମହିଳା ଜଣକ ପାଟି କରିବାରୁ ଲୋକେ ଜମା ହୋଇଯାଇଥିଲେ।  ପିଛା କରିବା ଫଳରେ ଲୁଟେରା ଜଣକ କିଛିବାଟ ଯାଇ ଗାଡ଼ିରୁ ପଡିଯାଇଥିଲେ। ଏହାପରେ ଲୋକେ ତାକୁ ନିର୍ଧୁମ ଛେଚି […]

chief
ସପ୍ତାହକ ପାଇଁ ଦିଲ୍ଲୀ ସୀମାକୁ ସିଲ୍‌ କଲେ କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା କାୟା ବିସ୍ତାର କରି ଚାଲିଛି। ଏହାକୁ ଦେଖି  ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏକ ସପ୍ତାହ ପାଇଁ ଦିଲ୍ଲୀ ସୀମାକୁ ସିଲ କରିଛନ୍ତି। ଏ ନେଇ ଏକ ସାମ୍ୱାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି,  ଦିଲ୍ଲୀର ସୀମାକୁ ଏକ ସପ୍ତାହ ପର୍ଯ୍ୟନ୍ତ ସିଲ୍‌ କରାଯିବ।  କିନ୍ତୁ ଏହି ସମୟରେ ପାସ୍‌ ଦ୍ୱାରା କେବଳ ଅତ୍ୟାବଶ୍ୟକ ସେବା ସହ ଜଡିତ ଲୋକମାନେ ଯିବା ଆସିବା କରିପାରିବେ। ରାଜ୍ୟବାସୀଙ୍କଠାରୁ ପରାମର୍ଶ ନେବାପରେ ଆମେ ଏକ […]

police
୨୪ ଘଣ୍ଟାରେ ୯୧ ପୋଲିସ କର୍ମୀ କରୋନା ପଜିଟିଭ

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସର ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଏହି ଭାଇରସ୍‌ର ସଂକ୍ରମଣକୁ ରୋକିବା ପାଇଁ ପୋଲିସ ନିଜର ପରିବାରକୁ ଛାଡି ରାସ୍ତାରେ ଡ୍ୟୁଟି କରୁଛନ୍ତି। ଖରା ବର୍ଷାକୁ ଖାତିର ନକରି ଲୋକମାନଙ୍କର ନିରନ୍ତର ସେବା କରୁଛନ୍ତି। ଏହି ସମୟରେ ମହାରାଷ୍ଟ୍ରରେ କରୋନା ଭାଇରସରେ ଅଧିକ ପ୍ରଭାବିତ ହେଉଛନ୍ତି ପୋଲସ କର୍ମଚାରୀ। ରିପୋର୍ଟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୯୧ ଜଣ ପୋଲିସ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଛନ୍ତି। ମହାରାଷ୍ଟ୍ର ସରକାରଙ୍କ […]

modi
‘ଭାଇରସ୍‌ ଅଦୃଶ ହୋଇପାରେ କିନ୍ତୁ ଆମ କରୋନା ଯୋଦ୍ଧା ଅପରାଜେୟ’

ନୂଆଦିଲ୍ଲୀ: ରାଜୀବ ଗାନ୍ଧୀ ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟର ସିଲଭର ଜୁବିଲି କାର୍ଯ୍ୟକ୍ରମକୁ ଆଜି ପିଏମ୍‌ ମୋଦି ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମ୍ୱୋଧିତ କରିଛନ୍ତି। ସମ୍ୱୋଧନ କରିବା ସମୟରେ ମୋଦି କହିଛନ୍ତି,  ଦେଶର ସ୍ୱାସ୍ଥ୍ୟସେବା ଦ୍ରୁତ ଗତିରେ ବଦଳୁଛି। କରୋନା ଭାଇରସ ବିରୋଧରେ ଭାରତ ଯେଉଁଭଳି ଭାବରେ ଲଢ଼ୁଛି, ତାହାକୁ ସମଗ୍ର ବିଶ୍ୱ ଦେଖୁଛି। ସେ କହିଛନ୍ତି,  ଭାଇରସ୍‌ ଅଦୃଶ ହୋଇପାରେ କିନ୍ତୁ ଆମର କରୋନା ଯୋଦ୍ଧାମାନେ ଅପରାଜେୟ । କରୋନା ଯୁଦ୍ଧରେ ଆମ ଡାକ୍ତର ଓ ମେଡକାଲ […]

bollywood actress
ଦେହଜୀବୀଙ୍କ ଦୁଃଖ କାହାଣୀ...କାମ ସରିବା ପରେ ଫିଙ୍ଗି ଦିଅନ୍ତି ନାରୀମାଂସ ଲୋଭୀ ରାକ୍ଷସ

ନୂଆଦିଲ୍ଲୀ: ଦେହଜୀବୀ ଶବ୍ଦ ଶୁଣିବା କ୍ଷଣି ଲୋକଙ୍କ ମନକୁ ଅନେକ କଥା ଆସିଥାଏ। ଆଉ ଶୁଣିବା ମାତ୍ରେ ଲୋକେ ଟୁପୁରୁଟାପୁରୁ ମଧ୍ୟ ଆରମ୍ଭ କରି ଦିଅନ୍ତି। ଏମାନେ ଏଭଳି ଘୃଣ୍ୟ କାମରେ ଲିପ୍ତ ରହୁଥିବାରୁ ଲୋକେ ସେମାନଙ୍କୁ ଖରାପ ନଜରରେ ମଧ୍ୟ ଦେଖିଥା’ନ୍ତି। ଏପରିକି କିଛି ଲୋକ ସେମାନଙ୍କ ପାଖ ମଧ୍ୟ ମାଡ଼ନ୍ତି ନାହିଁ। କିଛି ଲୋକ ଅଛନ୍ତି ଏମାନଙ୍କ ସହ ଏଭଳି ବ୍ୟବହାର କରନ୍ତି ଯେମିତି କି ସେମାନଙ୍କର ସମାଜରେ କିଛି ଅଧିକାର ନାହିଁ। ପ୍ରକୃତରେ […]

jangle
ଜଙ୍ଗଲରେ କ୍ୱାରେଣ୍ଟିନ୍‌ ସେଣ୍ଟର କରି ରହିଲେ ପ୍ରବାସୀ

ପାଟନା: ଲକ୍‌ଡାଉନ୍‌ ଯୋଗୁ ବାହାରେ ଫସି ରହିଥିବା ପ୍ରବାସୀ ଶ୍ରମିକମାନେ ନିଜ ଘରକୁ ଫେରୁଛନ୍ତି। ବଡ଼ ସହର ଛାଡି ନିଜ ଗାଁକୁ ଫେରିଥିବା ଶ୍ରମିକମାନଙ୍କ ପାଇଁ ଜୀବନ ଅଧିକ କଷ୍ଟସାଧ୍ୟ ହୋଇପଡିଛି। କିନ୍ତୁ କରୋନା ଭୟରେ ସେମାନେ ଘରକୁ ନଯାଇ ସରକାରଙ୍କ ନିୟମମାନି ବାହାରେ ଥିବା କ୍ୱାରେଣ୍ଟିନ୍‌ ସେଣ୍ଟରରେ ରହିଥାନ୍ତି। ତଥାପି କେତେକ ସ୍ଥାନରେ ପ୍ରବାସୀ ଶ୍ରମିକମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି। ବିହାରର ବୈଶାଳୀରେ ମଧ୍ୟ ସେମିତି କିଛି ଘଟଣା ଦେଖିବାକୁ ମିଳୁଛି। […]

vlcsnap-error797
ପୁଣି ବିଷ ପିଇଲେ ଚାଷୀ

ଟିଟିଲାଗଡ଼: ପୁଣି ବିଷ ପିଇ ଜୀବନ ହାରିଲେ ଚାଷୀ। ଭବାନୀପାଟଣା ବ୍ଲକ ମାଦିଗୁଡ଼ା ଗାଁର ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଫସଲ ନଷ୍ଟ ଓ ଋଣଭାରଯୋଗୁଁ ଗତକାଲି ଚାଷୀ ଜଣକ ବିଷ ପିଇ ଦେଇଥିଲେ। ଆଜି ଟିଟିଲାଗଡ଼ ମେଡିକାଲରେ ତାଙ୍କର ମୃତ୍ୟୁ ହୋଇଛି। ଅଭିଯୋଗ ଅନୁସାରେ, ସଂପୃକ୍ତ ଚାଷୀ ୪ ଏକର ଜମିରେ କପା ଚାଷ ପାଇଁ ୪ ଲକ୍ଷ ଟଙ୍କା ଋଣ କରିଥିଲେ। ତେବେ ଚାଷ ନଷ୍ଟ ହେବାରୁ ଋ଼ଣଭାରରେ ସେ ବିଷ […]

old
କରୋନା ଭୟରେ ବୃଦ୍ଧା ମା’ଙ୍କୁ ଘରେ ପୂରାଇ ଦେଲାନି ପୁଅ

ନୂଆଦିଲ୍ଲୀ: ଯେଉଁଠି ଦିନେ ମା ଅନେକ ଝଡ଼ ଝଞ୍ଜା ସହି ତାର ପୁଅକୁ ପଣତକାନିରେ ବାନ୍ଧି ରଖିଥିଲା, ଆଜି ସେହି ପୁଅ କରୋନା ଭୟରେ ତାର ୮୦ ବର୍ଷର ବୁଦ୍ଧା ମାକୁ ଘରେ ପୂରାଇବାକୁ ଦେଇନଥିଲା। ଶେଷରେ ପ୍ରଶାସନ ଓ ପଡୋଶୀ ଲୋକଙ୍କ ହସ୍ତକ୍ଷେପ ମାକୁ ଘର ଭିତରେ ରହିବା ପାଇଁ ଜାଗାଟିଏ ଦେଇଥିଲା ପୁଅ। ଏଭଳି ହୃଦୟ ବିଦାରକ ଘଟଣାଟି ଘଟିଛି ତେଲେଙ୍ଗାନାର କରିମନଗର ଅଞ୍ଚଳରେ। ଖବର ଅନୁଯାୟୀ, ବୃଦ୍ଧା ଜଣକ ମହାରାଷ୍ଟ୍ରର ଶୋଲାପୁରରେ ଥିବା […]

vlcsnap-error508
ହାତୀଙ୍କ ପିକ୍‌ନିକ୍ ପାର୍ଟି; ଗଳ୍ପ ନୁହେଁ ବାସ୍ତବ

ଭୋପାଳ: ହାତୀପଲ ଆସିଛନ୍ତି ପିକ୍‌ନିକ୍‌ରେ। ଖାଲି ସେତିକି ନୁହେଁ ସେମାନଙ୍କ ପାଇଁ ବିଭିନ୍ନ ପ୍ରକାର ଖାଦ୍ୟ ଓ ପାନୀୟ ସହ ଖେଳକୁଦର ବ୍ୟବସ୍ଥା ମଧ୍ୟ କରାଯାଇଛି। ଆଉ ହାତୀପଲ ବି ବେଶ୍‌ ଖୁସିରେ ମାତିଛନ୍ତି। ପିକନିକ୍‌କୁ ଭରୂପର ଉପଭୋଗ କରୁଛନ୍ତି। ଏ ଏକ ଗଳ୍ପ ନୁହେଁ ସତ। ଏମିତି ଘଟଣା ଘଟିଛି ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା କାହ୍ନା ଜାତୀୟ ଉଦ୍ୟାନରେ। ହାତୀପଲଙ୍କୁ ଖୋଲା ପଡ଼ିଆରେ ଏକ ତମ୍ବୁ ପକାଇ ରଖାଯାଇଛି। ହାତୀପଲଙ୍କୁ ସେମାନଙ୍କ ଶାବକମାନଙ୍କ ସହ ବୁଲିବା […]

lion
ଶିକାର କରିବାକୁ ଆସି ଫସିଗଲା ଶିକାରୀ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ସିଂହ ଓ ମଇଁଷି ଲଢ଼େଇର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓଟିକୁ ଜଣେ ବନ ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟ୍ୱିଟ୍‌ର ପେଜ୍‌ରେ ସେୟାର କରିଛନ୍ତି। ଏହି ୩୧ ସେକେଣ୍ଡର ଭିଡିଓରେ ଦେଖିବାକୁ ମିଳିଛି ଯେ ଜଙ୍ଗଲରେ କିଛି ମଇଁଷି ଚରୁଥିଲେ। ଅନ୍ୟପାର୍ଶ୍ୱରେ ଏକ ସିଂହ ବୁଦା ପାଖରେ ଲୁଚି ରହିଥିଲା ମଇଁଷିର ଶିକାର କରିବା ପାଇଁ । କିନ୍ତୁ ସମ୍ପୂର୍ଣ୍ଣ ଓଲଟା ହେଲା।  ମଇଁଷି ଲୁଚିଥିବା ସିଂହକୁ ଦେଖି […]

modiiii
ଟ୍ରାକ୍ଟରରେ ସାନିଟାଇଜର ମେସିନ୍‌ ପ୍ରସ୍ତୁତ କରିଥିବା କୃଷକଙ୍କୁ ପ୍ରଶଂସା କଲେ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରେଡିଓ କାର୍ଯ୍ୟକ୍ରମ ‘ମନ୍‌ କି ବାତ୍‌’ରେ ଦେଶବାସୀଙ୍କୁ ସମ୍ୱୋଧିତ କରିଛନ୍ତି। ଲକ୍‌ଡାଉନ୍‌ ଆରମ୍ଭ ହେବା ପରଠାରୁ ଏହା ପିଏମ୍‌ଙ୍କ ତୃତୀୟ ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମ ଥିଲା। ସେ ଜୁନ୍‌ ୧ରୁ ଆରମ୍ଭ ହେବାକୁ ଥିବା ଲକ୍‌ଡାଉନ ନିୟମର ପରିବର୍ତ୍ତନ ବିଷୟରେ କହିବା ସହିତ ଅନେକ ଲୋକଙ୍କୁ ଧନ୍ୟବାଦ ଜଣାଇଥିଲେ। ପ୍ରଧାନମନ୍ତ୍ରୀ ମୋଦି ଦେଶର ବିପଦ ସମୟରେ ଅସୁବିଧାରେ ପଡିଥିବା ଲୋକଙ୍କୁ ସାହାର୍ଯ୍ୟ କରିଥିବା ବ୍ୟକ୍ତିମାନଙ୍କୁ ଧନ୍ୟବାଦ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ […]

pm
ମନ୍ କି ବାତ୍‌: ଯୋଗର ମହତ୍ତ୍ୱ ବିଷୟରେ ବୁଝାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ଏହି ଅବସରରେ ‘ମୋ ଲାଇଫ୍‌ ମୋ ଯୋଗ’ (MY Life, MY Yoga)’କୁ ନେଇ ଏକ ପ୍ରତିଯୋଗିତା କାର୍ଯ୍ୟକ୍ରମ ମଧ୍ୟ ଘୋଷଣା କରିଛନ୍ତି। ଏହା ସହିତ ସେ ଯୋଗ ଉପରେ  ଉପରେ ଆଲୋଚନା କରିବା ସହ କରୋନା ବିଷୟରେ ମଧ୍ୟ ଆଲୋଚନା କରିଥିଲେ। ମୋଦି କହିଛନ୍ତି‘ କରୋନା ସଙ୍କଟର ଏହି ସମୟରେ, ମୁଁ ବିଶ୍ୱର ଅନେକ ନେତାଙ୍କ ସହ କଥା […]

friendship day
ଆଜି ଫ୍ରେଣ୍ଡସିପ୍ ଡେ’

ଭୁବନେଶ୍ୱର: ବନ୍ଧୁ। ସବୁଠୁ ଭିନ୍ନ ଏ ସମ୍ପର୍କ। ଏଥିରେ  ନା ଥାଏ କୌଣସି ବାଛବିଚାର, ନା ବୟସର କଟକଣା। ସେ ଯୁବକ ହେଉ କି ବୃଦ୍ଧ ସମସ୍ତଙ୍କ ପାଖରେ ବନ୍ଧୁତ୍ୱର ମହତ୍ତ୍ୱ ରହିଛି। ତେଣୁ ସମସ୍ତେ ବନ୍ଧୁତ୍ତ୍ୱ ଦିବସକୁ ଖୁବ୍‌ ଉତ୍ସାହର ସହ ପାଳନ୍ତି। ଆଜି ହେଉଛି ସେହି ବନ୍ଧୁତ୍ୱ ଦିବସ। ବନ୍ଧୁଙ୍କ ପାଇଁ ଦିନଟିଏ କହିଲେ ଅତ୍ୟୁକ୍ତି ହେବ ନାହିଁ। ଖାଲି ଭାରତ ନୁହେଁ ସାରା ବିଶ୍ୱରେ ଆଜି ପାଳନ ହେଉଛି ବନ୍ଧୁତ୍ୱ ଦିବସ ଅର୍ଥାତ୍‌ […]

dogg
୩ ମାସ ବିତିଲା, ତଥାପି ଡାକ୍ତରଖାନା ସମ୍ମୁଖରେ ମାଲିକଙ୍କୁ ଜଗିଛି କୁକୁର

ନୂଆଦିଲ୍ଲୀ:ସେ ବୁଝେନି କାହାରି ଆକଟ କି ଅନୁରୋଧ। କିଏ କ’ଣ କହୁଛି ତା’ର ସେଥିପ୍ରତି ଖାତିର ନାହିଁ। ସେ ଜାଣିଛି, ମାଲିକ ତା’ର ଡାକ୍ତରଖାନା ଯାଇଛନ୍ତି। ନିଶ୍ଚୟ ଫେରିବେ। ଆଉ ଦୁହେଁ ମିଶି ଘରକୁ ଯିବେ। ହେଲେ ନା ମାଲିକ ଫେରୁଛନ୍ତି..ନା ସେ ଘରକୁ ଯାଇ ପାରୁଛି। ଇତି ମଧ୍ୟରେ ୩ ମାସ ବିତି ଗଲାଣି। ତଥାପି ତା‘ ଅପେକ୍ଷାର ଅନ୍ତ ନାହିଁ। ମଣିଷ ନୁହେଁ, ଏକ ବଫାଦାର କୁକୁରର ଏମିତି ଦୁଃଖଦ କାହାଣୀ, ଯାହା ଶୁଣିଲେ […]