ପୁଣି ବାବଟଣା କଲା ଗୁଗୁଲ୍ ମ୍ୟାପ୍ । ଜଣେ ମହିଳାଙ୍କୁ ନେଇ ଯାଉଥିବା କାର୍ ଡ୍ରାଇଭର ଗୁଗୁଲ ମ୍ୟାପ୍ ଦେଖି ଗାଡ଼ି ଚଳାଉଥିବାବେଳେ ଏହା ଭୁଲ୍ ରାସ୍ତାରେ ଯାଇ ବ୍ରିଜରୁ ତଳକୁ ଖସିଛି।
ଗପ ପେଡ଼ିରୁ ମୁକୁଳି ଦୀର୍ଘ ୭୪ ବର୍ଷ ପରେ ଜିଇଁ ଉଠିଛି ମହାନଦୀର ଶାଖାନଦୀ ସୁକ ପାଇକା। ସତସତିକା ରୂପ ନେବାକୁ ଯାଉଛି... ସୁପ୍ତ ନଦୀ.. ଲୁପ୍ତ ନଦୀ... ଲକ୍ଷ ଲକ୍ଷ ଗାଉଁଲି ମଣିଷଙ୍କ ଆଶାର ନଦୀ- 'ସୁକ ପାଇକା'।
ଗୁରୁଗ୍ରାମର ଶିବ ନାଦର ସ୍କୁଲରେ ପଢ଼ୁଥିବା ପ୍ରଣେତ ଖେତାନ ଏହାର ନାଁ ପାରାସ୍ପିକ୍'(Paraspeak) ରଖିଛନ୍ତି। ଏହା ଏକ AI-ଆଧାରିତ ଡିଭାଇସ୍, ଯାହା ପକ୍ଷାଘାତ ରୋଗୀଙ୍କ ଅସ୍ପଷ୍ଟ କଥାକୁ ସ୍ପଷ୍ଟ ରୂପରେ ଅନୁବାଦ କରିପାରୁଛି।
ବନ୍ୟାଗ୍ରସ୍ତ ବାରସୋଆଇନ ଚର୍ଚ୍ଚରେ ହେଉଥିବା ଏହି ବିବାହରେ ଆସିଥିବା ଅତିଥିମାନେ ମଧ୍ୟ ଖୁସିରେ ଝୁମୁଥିବା ଓ ନାଚୁଥିବାରେ ଦେଖିବାକୁ ମିଳିଥିଲା । ପାରମ୍ପରିକ ପୋଷାକରେ ଅତିଥିମାନେ ଆସିଥିଲେ । ବନ୍ୟା ପାଣିରେ ଅତିଥିମାନେ ପ୍ୟାଣ୍ଟକୁ ଆଣ୍ଠୁ ପର୍ଯ୍ୟନ୍ତ ଟେକି ଫଟୋ ପାଇଁ ପୋଜ୍ ଦେଇଥିଲେ ।
ଛୋଟପିଲାଙ୍କୁ ଝାଲମୁଢ଼ି ଖାଇବାକୁ ଖୁବ ଭଲ ଲାଗେ । ଓଡ଼ିଶାର ନେକ ଜାଗାରେ ରାସ୍ତା କଡ଼ରେ ମସଲା ଝାଲମୁଢ଼ି ବିକାଯାଏ । ଏହାକୁ ସକାଳେ କିମ୍ବା ସଂଧ୍ୟାରେ ଜଳଖିଆ ହିସାବରେ ଖାଇ ହେବ ।
ଏବେ ସମସ୍ତେ ଜିମ୍ ସେଲଫି, ବିଦେଶ ଯାତ୍ରା କିମ୍ବା ନିଖୁଣ ଜୀବନଶୈଳୀର ପଛରେ ଦୌଡ଼ୁନାହାନ୍ତି। ଯଦି କେହି ନିଜର ଅସଜଡ଼ା ରୁମ୍ର ଫଟୋ ବା ମେକଅପ୍ ବିନା ଫଟୋ ପୋଷ୍ଟ କରନ୍ତି, ତାହାକୁ ବର୍ତ୍ତମାନ କୁଲ୍ ବୋଲି ଗଣାଯାଏ।
ଆଶା ତାଙ୍କ ଦୁଇ ପିଲାଙ୍କ ସହିତ ଯାତ୍ରା କରିଥିଲେ ଏବଂ ପ୍ରତିଦିନ କିଛି କିଲୋମିଟର ଚାଲି ଧୀରେ ଧୀରେ ତାଙ୍କ ଗନ୍ତବ୍ୟସ୍ଥଳରେ ପହଞ୍ଚିଥିଲେ। ତାଙ୍କ ମତରେ "ସ୍ୱାମୀଙ୍କ ସେବା କରିବା ହିଁ ପରମ ଧର୍ମ, ଅନ୍ୟ ସବୁକିଛି ବ୍ୟର୍ଥ। ସେହିପରି ସଚିନ କହିଥିଲେ, ମୁଁ କେବେ କହି ନଥିଲି ଯେ ମୋତେ ହରିଦ୍ୱାର ନେଇଯାଅ, କିନ୍ତୁ ଆଶା ନିଜେ ମୋତେ କାନ୍ଧରେ ବସାଇ ସ୍ନାନ କରାଇ ମନ୍ଦିରକୁ ନେଇଥିଲେ।
ଏହି ପୋଷ୍ଟଟି ଅନେକ ଲୋକଙ୍କ ଦୃଷ୍ଟି ଆକର୍ଷଣ କଲା, ତାଙ୍କ ସଫଳତା ପାଇଁ ଅନେକ ପ୍ରଶଂସା କଲେ। ତଥାପି ଜଣେ ୟୁଜର ପଚାରିଲେ ଆପଣ ଖୁସି ଅଛନ୍ତି ସେ କହିଥିଲେ ନା ।
ହାତକୁ ପଛ କରି ଚାଲୁଥିବା ବ୍ୟକ୍ତିମାନେ ଆତ୍ମବିଶ୍ୱାସୀ ହୋଇଥାନ୍ତି ଓ ନିଜ ଉପରେ ନିୟନ୍ତ୍ରଣ ଥାଏ । ଏଭଳି ଆସନ ବ୍ୟକ୍ତିମାନଙ୍କୁ ଆରାମ ରଖିବା ସହ ଏକାଗ୍ରତା ବଢାଇଥାଏ ।
ସମସ୍ତଙ୍କ ଗେହ୍ଲା ଥାଆନ୍ତି ଏମିତି କୁନିକୁନି ପୁଅ ଆଉ ଝିଅ । ପରିବାରକୁ ଯେତେ ଦୁଃଖ ଆସିଲେ ବି ସେମାନଙ୍କ ହସ ହସ ମୁହଁ ସବୁ କଷ୍ଟକୁ ଦୂରେଇ ଦେଇଥାଏ । ଆଉ ସେମାନଙ୍କ ଏଇ ଟିକିଏ ଟିକିଏ ସଫଳତା ପରିବାରର ସମ୍ମାନ ପାଇଁ ଯେମିତି ସଂଜିବନୀ ପାଲଟିଯାଏ ।
ହଁ ପାଠକ ବନ୍ଧୁ, ଆମେ କହୁଚୁ ଚନ୍ଦ୍ରଶେଖରପୁର ହାଉସିଂ ବୋର୍ଡ କଲୋନୀର ନନ୍ଦୀ ମହାରାଜଙ୍କ କଥା । ଦୀର୍ଘ ୧୪ ବର୍ଷ ହେଲାଣି ଏଠି ନନ୍ଦୀ ମହାରାଜ ରହି ଆସୁଥିଲେ। କଲୋନୀ ବାସିନ୍ଦା ତାକୁ ବହୁତ୍ ଭଲ ପାଉଥିଲେ ଏବଂ ଶ୍ରଦ୍ଧାରେ ତାକୁ ଡାକୁଥିଲେ ଧର୍ମରାଜ। କଲୋନୀ ବାସିନ୍ଦାଙ୍କ କହିବା ଅନୁସାରେ, ସକାଳୁ ସକାଳୁ ଯିଏ ତାଙ୍କ ଦର୍ଶନ କରି ତାଙ୍କ କାନରେ କିଛି କହୁଥିଲେ ତାଙ୍କ ମାନସିକ ପୁରା ହୋଇ ଯାଉଥିଲା।
ଫୁଡ୍ ଷ୍ଟଲ ଖୋଲି ଇଡଲି-ସମ୍ବର ବିକୁଛନ୍ତି ବୃଦ୍ଧା । ଯିଏକି ପୂର୍ବରୁ ଜଣେ ଆର୍ମି ଅଫିସର ଥିଲେ । ସେନାବାହିନୀରେ ଦେଶ ସେବା କରିବା ପରେ ଏବେ ପରିଣତ ବୟସରେ ପ୍ରସ୍ତୁତ କରୁଛନ୍ତି ସ୍ୱାଦିଷ୍ଟ ଖାଇବା । ଯାହା ଚର୍ଚ୍ଚାର ବିଷୟ ପାଲଟିଛି ।
ଲାଇମଲାଇଟରୁ ଦୂରରେ ରହୁଥିବା ଅରିଜିତଙ୍କ ପାଖରେ ୪୧୪ କେ।ଟି ଟଙ୍କାର ସଂପତ୍ତି ରହିଛି । ତାଙ୍କର ନଭି ମୁମ୍ବାଇରେ ୮କେ।ଟି ଟଙ୍କାର ଘର ରହିଛି। ଏହା ଛଡା ୩.୪ କେ।ଟିରୁ ଅଧିକ ଦାମର ଲଗଜୁରୀ କାର ରହିଛି ।
ବୟସ ବଢ଼ିଛି ହେଲେ କମିନି ପ୍ରେମ । ଆଜି ବି ପତ୍ନୀଙ୍କ ପାଇଁ ଜୀବିତ ରହିଛି ତାଙ୍କର ଅନାବିଳ ଭଲ ପାଇବା । ମମତାଙ୍କ ପାଇଁ ଶାହାଜାହାନ ଯେମିତି ତାଜମହଲ ଗଢ଼ିଥିଲେ,୯୩ ବର୍ଷୀୟ ବୃଦ୍ଧ ଜଣକ ନିଜ ପତ୍ନୀଙ୍କ ପାଇଁ ତାଜମହଲ ତ ନୁହେଁ ପୂରଣ କରିଛନ୍ତି ଇଚ୍ଛା । ଆଉ ତାଙ୍କ ପାଇଁ ମଙ୍ଗଳସୂତ୍ର କିଣିବାକୁ ଧାଇଁ ଆସିଛନ୍ତି ।
ବାଜୁଛି ଘଣ୍ଟଘଣ୍ଟା, ଶଙ୍ଖ । ଗିନି ସାଙ୍ଗକୁ ଝାଞ୍ଜ ମୃଦଙ୍ଗ ବି ବାଜୁଛି । ସଂକୀର୍ତ୍ତନରେ କମ୍ପୁଛି ପରିବେଶ । ଢୋଲ ମୃଦଙ୍ଗ ତାଳେ ତାଳେ ସଂକୀର୍ତ୍ତନ ଶୋଭାଯାତ୍ରାରେ ବିବାହ ପାଇଁ ପହଞ୍ଚିଲେ ବର । ଜଣେ ଯୁବ ସମାଜସେବୀଙ୍କ ଏପରି ନିଆରା ବାହାଘରକୁ ନେଇ ଏବେ ସବୁଠି ଚର୍ଚ୍ଚା ।
ଘର ଅଗଣାରୁ ବାହାରକୁ ଚାହିଁ ରହିଛନ୍ତି ସିଏ। କେତେବେଳେ ହସି ଦେଉଛନ୍ତି ତ କେତେବେଳେ କିଛି କହିବାକୁ ଚେଷ୍ଟା କରୁଛନ୍ତି। ବାହାରକୁ ଆସି ଖୋଲା ଆକାଶ ତଳେ ବୁଲିବାକୁ ସେ ଇଚ୍ଛା କରୁଛନ୍ତି। ହେଲେ ମାନସିକ ବିକାରଗ୍ରସ୍ତ ହୋଇଥିବାରୁ ଶିକୁଳିରେ ବନ୍ଧା ହୋଇ ତାଙ୍କ ଜୀବନ କଟୁଛି।
୪ ଏକର ଜମିରେ ପିଜୁଳି ଚାଷ । କ୍ଷେତରେ ଫଳ ଯେମିତି ଫଳିଛି, ବ୍ୟବସାୟ ବି ଠିକ୍ ସେମିତି ହେଉଛି । ବିଭିନ୍ନ କିସମର ପିଜୁଳି ଚାଷ କରି ବାର୍ଷିକ ଲକ୍ଷାଧିକ ଟଙ୍କା ରୋଜଗାର କରୁଛି ଚାଷୀ । ସବୁଠାରୁ ବଡ଼ କଥା ହେଉଛି, ଏ ଚାଷ କୌଣସି ସଫଳ ଚାଷୀ କି କେଉଁ ଯୁବକ କରିନାହାନ୍ତି ।
ଜଗତସିଂହପୁରର ନବଦଂପତି ରାକେଶ ଓ ପ୍ରତିମା ସମାଜରୁ କଳୁଷିତ ପ୍ରଥାକୁ ଦୂର କରିବାକୁ କରିଛନ୍ତି ପ୍ରୟାସ । ଶିଶୁ ଆଶ୍ରମର ଅନ୍ତୋବାସୀ ପ୍ରତିମାଙ୍କ ହାତ ଧରିଛନ୍ତି, ଉଚ୍ଚଶିକ୍ଷିତ ରାକେଶ ପଟ୍ଟନାୟକ ।
ବିବାହ.....ସାତ ଜନମର ସଂପର୍କ....ଦୁଇମନ ଯୋଡିଦିଏ ଏ ପବିତ୍ର ବନ୍ଧନ । ହେଲେ ଯୌତୁକ ପ୍ରଥା ଏ ପବିତ୍ର ବନ୍ଧକୁ ବେଳେ ବେଳେ କରିଥାଏ କଳୁଷିତ । ମାତ୍ର ଜଗତସିଂହପୁରର ନବଦଂପତି ରାକେଶ ଓ ପ୍ରତିମା ସମାଜରୁ ଏ କଳୁଷିତ ପ୍ରଥାକୁ ଦୂର କରିବାକୁ କରିଛନ୍ତି ପ୍ରୟାସ ।
କିଏ କାନ୍ଦୁଛି, ତ କିଏ ଛାତିରେ କୋହ ଧରି ସାରଙ୍କୁ କୁଣ୍ଢାଇ ପକାଉଛି । ଏସବୁକୁ ଦେଖି ବୋଲ ମାନୁନି ସାରଙ୍କ ଆଖିର ଲୁହ । ସାର୍ କାହାକୁ ଆଲିଙ୍ଗନ କରୁଛନ୍ତି ତ ପୁଣି କାହାର ପିଠି ଥାପୁଡ଼ାଇ ଦେଇ ଆଶ୍ୱାସନା ଦେଉଛନ୍ତି ।
ବନ୍ୟା ପାଣିରେ ଭାସି ଯାଉଥାଏ କୁକୁରଟିଏ । ବଞ୍ଚିବାକୁ ଛାଟିପିଟି ହୋଇ ବିକଳ ହେଉଥାଏ । ଏତିକି ବେଳେ ହଠାତ୍ ନିଜ ଜୀବନକୁ ଖାତିର୍ ନକରି କୁକୁରକୁ ବଞ୍ଚାଇବାକୁ ବନ୍ୟାର ପ୍ରଖର ସୁଅରେ ଡେଇଁ ପଡିଲେ ଜଣେ ଯୁବକ । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓ ପ୍ରମାଣିତ କରିଦେଇଛି, ଏବେ ବି ବଞ୍ଚିଛି ମାନବିକତା...
ମୂର୍ତ୍ତି ଯଦି ଭଲ ଚାକିରି କରିବେ ତେବେ ବାପା ବିବାହ ପାଇଁ ରାଜି ହେବେ ବୋଲି କହିଲେ। କିନ୍ତୁ ମୂର୍ତ୍ତି ସିଧା ସିଧା କହିଲେ- କାହା ପାଇଁ ସେ ନିଜ ଆଦର୍ଶ ବଳି ଦେଇପାରିବେ ନାହିଁ। ଆଉ ମୁଁ ମୋ ଜୀବନର ଦୁଇ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିଙ୍କୁ ହରାଇବାକୁ ପ୍ରସ୍ତୁତ ନଥିଲି। ତିନିବର୍ଷ ଧରି ମୂର୍ତ୍ତି ଆଉ ମୁଁ ପୁଣେର ବିଭିନ୍ନ ରେସ୍ତୋରାଁ ଏବଂ ଫିଲ୍ମ ହଲରେ ପରସ୍ପରକୁ ସାକ୍ଷାତ କରୁଥିଲୁ। ସେ ସମୟରେ ରେସ୍ତୋରାଁ ବିଲ୍ ଦେବା ପାଇଁ ତାଙ୍କ ପାଖରେ ପଇସା ନଥିଲା।
ମାଓନେତା ତିରୁପତିଙ୍କୁ ସମାଜର ମୁଖ୍ୟ ସ୍ରୋତରେ ଫେରାଇ ଆଣିବାକୁ ନାତୁଣୀ ହୁମାଙ୍କ ପ୍ରୟାସ । ମାଓ ସଙ୍ଗଠନ ଛାଡି ତିରୁପତିଙ୍କୁ ଘରକୁ ଫେରି ଆସିବା ପାଇଁ ଚିଠି ଲେଖିବା ସହ ସୋସିଆଲ ମିଡିଆରେ ଅନୁରୋଧ କରିଛନ୍ତି ହୁମା ।
ତୁଳସୀ ଦୁଇ ପତ୍ରରୁ ବାସିଲା ଭଳି ପିଲାଟି ଦିନରୁ ଜଣା ପଡିଯାଇଥିଲା ସ୍ଵର୍ଣପ୍ରିୟାଙ୍କ ପ୍ରତିଭା । ଈଶ୍ୱର ଦତ୍ତ ପ୍ରତିଭାରେ ଭରପୂର ସେ । ଭଲ ପାଠପଢା ସହ କରିକୁଲାର ଆକ୍ଟିଭିଟିରେ ନିପୁଣା ମଧ୍ୟ ସ୍ଵର୍ଣପ୍ରିୟା। ସଫଳତା ପରେ ସବୁଠି ତାଙ୍କ ପାଖକୁ ଛୁଟୁଛି ଶୁଭେଚ୍ଛା ଓ ଅଭିନନ୍ଦନ ।
ଯେମିତି ଦୁନିଆଁର ସବୁ ଖୁସି ପିତାମାତାଙ୍କ କୋଳରେ ଢ଼ାଳି ଦେଇଛି ସୁନା ପୁଅଟା । ସେଇଥିପାଇଁ ବୈଜ୍ଞାନିକ ହେବାକୁ ଯିବା ପୂର୍ବରୁ ଉଭୟ ବାପା-ମା’ ତାଙ୍କୁ ଗେଲ କରୁଛନ୍ତି । ଯାହାର ଦୃଶ୍ୟ ଦେଖିଲେ ଆପଣଙ୍କ ହୃଦୟକୁ ବି ଛୁଇଁଯିବ।