• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

ଭୁବନେଶ୍ୱର : ୧୯୭୭ ମସିହାର ଚଳଚ୍ଚିତ୍ର ‘ରକ୍ତ ଗୋଲାପ’ର ସ୍କ୍ରିନିଂ ଭୁବନେଶ୍ୱର ଜୟଦେବ ଭବନରେ ଅନୁଷ୍ଠିତ ହୋଇଯାଇଛି। ଫିଲ୍ମ ଜର୍ଣ୍ଣାଲିଷ୍ଟ ଫୋରମ ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ଦର୍ଶକମାନେ ଓଡିଆ ଚଳଚ୍ଚିତ୍ରର ସୁବର୍ଣ୍ଣ ଅତୀତକୁ ଫେରିଥିଲେ।

ଏହି ଅବସରରେ ‘ରକ୍ତ ଗୋଲାପ’ର ୩୨ଟି ଚିତ୍ର ଓ ଏହା ସହ ସଂପୃକ୍ତ ଥିବା ଦିବଙ୍ଗତ ବ୍ୟକ୍ତିଙ୍କ ଫଟୋ ସ୍ଥାନୀତ ହୋଇଥିଲା। ଏଥିସହ ‘ରକ୍ତ ଗୋଲାପ’ ଚଳଚ୍ଚିତ୍ର ସହ ସଂପୃକ୍ତ ଅଭିନେତା ସୁରେଶ ମିଶ୍ର, ରମେଶ ପାଣିଗ୍ରାହୀ, ଅଭିନେତ୍ରୀ ବନଜା ମହାନ୍ତି, ପ୍ରଯୋଜକ ଶଶାଙ୍କ ଶେଖର ମିଶ୍ର, ଗାୟକ ପ୍ରଣବ ପଟ୍ଟନାୟକ ଓ ଜଗନ୍ନାଥ ପାଣିଗ୍ରାହୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଫିଲ୍ମ ଜର୍ଣ୍ଣାଲିଷ୍ଟ ଫୋରମ ପକ୍ଷରୁ ନିୟମିତ ବ୍ୟବଧାନରେ ବିଭିନ୍ନ ବ୍ୟାବସାୟିକ ଓ କ୍ଲାସିକ୍ ଓଡ଼ିଆ ଚଳଚ୍ଚିତ୍ରର ପୁନରୁଦ୍ଧାର ଓ ସ୍କ୍ରିନିଂ ଉତ୍ସବର ଆୟୋଜନ କରାଯାଉଛି।

Other Stories