• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ନୂଆଦିଲ୍ଲୀ :  ବିଜେପି ଛାଡ଼ିଲେ ବରିଷ୍ଠ ନେତା ଚନ୍ଦନ ମିତ୍ର। ସେ ତାଙ୍କ ଇସ୍ତଫା ପତ୍ର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ନିକଟକୁ ପଠାଇଛନ୍ତି । ବିଜେପି ଛାଡ଼ି ସେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସରେ ଯୋଗ ଦେବା ନେଇ ଜୋରଦାର ଚର୍ଚ୍ଚା ହେଉଛି। ଏମିତିକି ଅାସନ୍ତା ଶନିବାର ଦିନ ସେ ଟିଏମ୍‌ସିରେ ଯୋଗ ଦେବାର ସମ୍ଭାବନା ରହିଛି।

ଜଣେ ବରିଷ୍ଠ ସାମ୍ବାଦିକ ଭାବେ ଜଣାଶୁଣା ଚନ୍ଦନ ମିତ୍ର ୨୦୦୩ରୁ ୨୦୦୬ ପର୍ଯ୍ୟନ୍ତ ରାଜ୍ୟସଭା ସଦସ୍ୟ ଥିଲେ। ଏହା ପରେ ପୁନର୍ବାର ଭାରତୀୟ ଜନତା ପାର୍ଟି ପକ୍ଷରୁ ତାଙ୍କୁ ରାଜ୍ୟସଭାକୁ ପଠା ଯାଇଥିଲା। ପୂର୍ବରୁ ଓଡ଼ିଶା ବିଜେପି ଦାୟିତ୍ୱରେ ମଧ୍ୟ ରହିଥିଲେ ଚନ୍ଦନ ମିତ୍ର। ଏମିତିକି ବିଜେପିର ବହୁ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେସେ ରହିଥିଲେ । ଚନ୍ଦନ ମିତ୍ର ବିଜେପିରେ ଅାଡଭାନି କ୍ୟାମ୍ପର ବୋଲି ଜଣାଶୁଣା।  ୨୦୧୪ରେ ମୋଦି-ଶାହା ଯୋଡ଼ି ପାଓ୍ୱାରଫୁଲ ହେବା ପରେ ଦଳରେ ତାଙ୍କର ଗୁରୁତ୍ୱ କମି ଯାଇଥିଲା  ତେଣୁ ସେ ବିଜେପି ଛାଡ଼ି ଥିବା ଚର୍ଚ୍ଚା ହେଉଛି।

Other Stories