ଶଙ୍ଖ ଫୁଙ୍କୁଥିଲେ ଜାଣି ରଖନ୍ତୁ ଏହି ନିୟମ

Author: Tapaswini Nayak | Credit: canva

ଶଙ୍ଖ ଫୁଙ୍କିବା ପୂର୍ବରୁ ତାହାକୁ ଗଙ୍ଗା ଜଳରେ ଭଲ ଭାବେ ଧୋଇ ରଖିବା ଉଚିତ।

Author: Tapaswini Nayak | Credit: canva

ପୂଜା ଘରେ ରଖାଯାଉଥିବା ଶଙ୍ଖକୁ ସବୁବେଳେ ପୂଜା ନିମନ୍ତେ ହିଁ ବ୍ୟବହାର କରନ୍ତୁ । ଅର୍ଥାତ ଉକ୍ତ ଶଙ୍ଖରେ ସବୁବେଳେ ଭଗବାନଙ୍କ ଜଳାଭିଷେକ କରନ୍ତୁ। ତାହାକୁ ଫୁଙ୍କିବା ନିମନ୍ତେ ବ୍ୟବହାର କରନ୍ତୁ ନାହିଁ। ଫୁଙ୍କିବା ନିମନ୍ତେ ଅନ୍ୟ ଏକ ଶଙ୍ଖ ବ୍ୟବହାର କରନ୍ତୁ।

Author: Tapaswini Nayak | Credit: canva

ପୂଜା ଘରେ କେବଳ ଗୋଟିଏ ଶଙ୍ଖ ରଖନ୍ତୁ । ଫୁଙ୍କିବା ପାଇଁ ଉଦ୍ଦିଷ୍ଟ ଶଙ୍ଖକୁ ଅନ୍ୟ ଏକ ପବିତ୍ର ସ୍ଥାନରେ ରଖନ୍ତୁ।ଶଙ୍ଖରେ ଆପଣ ଭଗବାନ ଶିବ ଓ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ।

Author: Tapaswini Nayak | Credit: canva

ବିଷ୍ଣୁ ଭଗବାନଙ୍କ ଜଳାଭିଷେକ ବି ଆପଣ ଶଙ୍ଖ ଦ୍ୱାରା କରନ୍ତୁ। ଏହାଦ୍ୱାରା ପ୍ରଭୁଙ୍କ କୃପାଦୃଷ୍ଟି ଆପଣଙ୍କ ଉପରେ ପଡ଼ିବ ଓ ଜୀବନରେ ଖୁବ୍‌ ଉନ୍ନତି କରିବେ। ସୂର୍ଯ୍ୟୋଦୟ ତଥା ସୂର୍ଯ୍ୟ ଅସ୍ତ ପୂର୍ବ ସମୟକୁ ଶଙ୍ଖ ଫୁଙ୍କିବାର ସବୁଠୁ ଶୁଭ ମୁହୂର୍ତ୍ତ ବୋଲି ବିବେଚନା କରାଯାଏ ।

Author: Tapaswini Nayak | Credit: canva

ପୂଜା ପାଇଁ ଉଦ୍ଦିଷ୍ଟ ଶଙ୍ଖରେ ସବୁବେଳେ ପାଣି ଭରି ରଖନ୍ତୁ।